ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ତାଲିକା : ସମ୍ବଲପୁର ଲୋକସଭା ଆସନରୁ ନଗେନ୍ଦ୍ର ପ୍ରଧାନ, ବାରବାଟ-କଟକରୁ ସୋଫିଆ
  • ||
  • ଚିଲିକାରେ ଭାସୁଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ
  • ||
  • ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ୱିନ ସିଟିରେ ରେଡ୍ ଓ୍ୱାର୍ଣ୍ଣିଂ, ତାପମାତ୍ରା ୪୬ଂ ଛୁଇଁବା ସମ୍ଭାବନା
  • ||
  • ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଧୀନ ଛାତ, ୨ ଶ୍ରମିକ ଗୁରୁତର, ଏକାଧିକ ଫଶିଧିବା ସନ୍ଦେହ
  • ||
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ଝୁଲିଲା ପଟାଙ୍ଗି, ଲକ୍ଷ୍ମୀପୁର, ଜୟପୁର ପ୍ରାର୍ଥୀ ଘୋଷଣା: ମହିଳା ପ୍ରାର୍ଥୀ, ନୂଆ ଚେହେରା ଖୋଜୁଛି ବିଜେଡି

କୋରାପୁଟ,୨୯/୦୩: କୋରାପୁଟ  ଜିଲ୍ଲାରେ ଏଯାଏଁ କଂଗ୍ରେସ ଓ ବିଜେପି କୌଣସି ଆସନ ପାଇଁ ବିଧାୟକ  ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି ।  ଅନ୍ୟପଟେ ପ୍ରାର୍ଥୀମାନଙ୍କ ନାଁ ଘୋଷଣା  କରିବାରେ ଆଗରେ ରହିଛି ବିଜେଡି ।  ପ୍ରଥମ ପର୍ଯ୍ୟାୟରେ ଦଳ କୋରାପୁଟ  ଓ କୋଟପାଡ଼ ଆସନ ପାଇଁ ପ୍ରାର୍ଥୀ  ଚୟନ କରିଛି । ଜିଲ୍ଲାର ଅନ୍ୟ ୩ଟି  ଆସନ ଲକ୍ଷ୍ମୀପୁର, ଜୟପୁର ଓ  ପଟ୍ଟାଙ୍ଗି ପାଇଁ କୌଣସି ପ୍ରାର୍ଥୀଙ୍କ  ନାଁ ଘୋଷଣା କରାଯାଇନି । ଏସବୁ  ନିର୍ବାଚନମଣ୍ଡଳୀରେ ଦଳ ପକ୍ଷରୁ  ମହିଳା ପ୍ରାର୍ଥୀ ଏବଂ ନୂଆ ଚେହେରା  ଖୋଜାଯାଉଥିବା କୁହାଯାଇଛି । ଏଥିପାଇଁ  ପ୍ରାର୍ଥୀ ଚୟନ ବିଳମ୍ବ ହେଉଛି ।  

ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀରେ  ବିଧାୟକ ରହିଛନ୍ତି ବିଜେଡିର ପୀତମ  ପାଢ଼ୀ । ଏଠାରେ ମହିଳା ପ୍ରାର୍ଥୀ ଭାବେ  ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା  ଲକ୍ଷ୍ମୀ ହନ୍ତାଳଙ୍କ ନାଁ ଚର୍ଚ୍ଚାକୁ ଆସୁଛି ।  ସେହିପରି ପ୍ରଫୁଲ୍ଲ ପାଙ୍ଗି, ଅଶୋକ  ପାଙ୍ଗି, ଲଇଚନ ଖରାଙ୍କ ନାଁ ମଧ୍ୟ  ଆଶାୟୀ ତାଲିକାରେ ରହିଛି । ଲକ୍ଷ୍ମୀପୁର  ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଭୁ  ଜାନୀ ରହିଛନ୍ତି ବିଧାୟକ । ଏଠାରେ  ମଧ୍ୟ ମହିଳା ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ  ଅଧ୍ୟକ୍ଷା ସସ୍ମିତା ମେଲେକାଙ୍କ ନାଁ ଚର୍ଚ୍ଚାରେ  ରହିଛି । ତାଙ୍କ ସହ ପୂର୍ବତନ ବିଧାୟକ  କୈଳାସ ଚନ୍ଦ୍ର କୁଲେସିକା, ଶଙ୍କର  ସାଉନ୍ତା ଓ କୁମୁଦ ଚନ୍ଦ୍ର ସାଉନ୍ତାଙ୍କ ନାଁ  ଆଶାୟୀଙ୍କ ମଧ୍ୟରେ ରହିଛି । ଜୟପୁର  ନିର୍ବାଚନମଣ୍ଡଳୀରେ ମହିଳା ପ୍ରାର୍ଥୀ ଭାବେ  ଡ. ଇନ୍ଦିରା ନନ୍ଦ, ପୂର୍ବତନ ମନ୍ତ୍ରୀ ରବି  ନାରାୟଣ ନନ୍ଦ ଏବଂ ସୁବାସ ରାଉତଙ୍କ ନାଁ  ଚର୍ଚ୍ଚାରେ ରହିଛି । 

ପ୍ରକାଶଥାଉ କି, ଗତ  ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ  କେବଳ କୋଟପାଡ଼ ନିର୍ବାଚନମଣ୍ଡଳୀରେ  ମହିଳା ପ୍ରାର୍ଥୀ ଭାବେ ପଦ୍ମିନୀ ଦିଆନଙ୍କୁ  ଦଳ ଟିକଟ ଦେଇଥିଲା । ସେ ବିଜୟୀ  ହୋଇ ମନ୍ତ୍ରୀ ବି ହୋଇଥିଲେ । ଏଥର  ତାଙ୍କୁ ଦଳ ଟିକଟ ଦେଇନି । ସ୍ୱତନ୍ତ୍ର  ଉନ୍ନୟନ ପରିଷଦ ଅଧ୍ୟକ୍ଷ ତଥା  ପୂର୍ବତନ ବିଧାୟକ ଚନ୍ଦ୍ରଶେଖର  ମାଝୀଙ୍କୁ କୋଟପାଡ଼ରେ ପ୍ରାର୍ଥୀ କରିଛି ।  ବିଜେଡି ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇଆସୁଛି । ଏଥର ମଧ୍ୟ ଜିଲ୍ଲାର ଯେ  କୌଣସି ଗୋଟିଏ ଆସନରେ ମହିଳା  କାର୍ଡ ଖେଳିବାର ସମ୍ଭାବନା ରହିଛି ।  ଜୟପୁର କିମ୍ବା ପଟ୍ଟାଙ୍ଗିରେ ଦଳ ମହିଳା  ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି ।  ଲକ୍ଷ୍ମୀପୁର ଆସନରେ ଦଳ ପକ୍ଷରୁ  ଜଣେ ନୂଆମୁହଁକୁ ସୁଯୋଗ ମିଳିପାରେ ବୋଲି ଆଲୋଚନା ଜୋର୍‌ ଧରିଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.