ଡେରାଡୁନ୍ – ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ପତଞ୍ଜଳିକୁ ଉତ୍ତରାଖଣ୍ଡ ସରକାରଙ୍କ ଠାରୁ ବି ଲାଗିଛି ବଡ଼ ଝଟକା । ଉତ୍ତରାଖଣ୍ଡ ଔଷଧି ନିୟନ୍ତ୍ରଣ ବିଭାଗର ଲାଇସେନ୍ସ ପ୍ରାଧିକରଣ ପତଞ୍ଜଳିର ଦିବ୍ୟ ଫାର୍ମାସି କମ୍ପାନିର ୧୪ଟି ପ୍ରଡକ୍ଟ ଉପରେ ଲଗେଇଛି ବ୍ୟାନ୍।
ଦିବ୍ୟ ଫାର୍ମାସିର ଏହି ଉତ୍ପାଦ ଗୁଡ଼ିକ ଉପରେ ଭ୍ରମାତ୍ମକ ବିଜ୍ଞାପନ ମାମଲାରେ ବ୍ୟାନ ଲଗାଯାଇଛି। ଦିବ୍ୟ ଫାର୍ମାସିର ଯେଉଁ ପ୍ରଡକ୍ଟଗୁଡ଼ିକ ଉପରେ ବ୍ୟାନ ଲାଗିଛି , ଏଥିରେ ଶ୍ୱାସାରି ଗୋଲ୍ଡ , ଶ୍ୱାସାରି ବଟି , ଦିବ୍ୟ ବ୍ରୋଙ୍କୋମ୍ , ଶ୍ୱାସାରୀ ପ୍ରବାହୀ, ଶ୍ୱାସାରି ଅବଲେହ , ମୁକ୍ତା ବଟି ଏକଷ୍ଟ୍ରା ପାୱର , ଲିପିଡୋମ୍ , ବିପି ଗ୍ରିଟ୍ , ମଧୁଗ୍ରିଟ୍ , ମଧୁନାଶିନୀ ବଟି ଏକଷ୍ଟ୍ରା ପାୱର, ଲିଭାମୃତ ଏଡଭାନ୍ସ, ଲିଭୋଗ୍ରିଟ୍ , ଆଇଗ୍ରିଟ୍ ଗୋଲ୍ଡ ଓ ପତଞ୍ଜଳି ଦୃଷ୍ଟି ଆଇ ଡ୍ରପ୍ ସାମିଲ ଅଛି।
ଉତ୍ତରାଖଣ୍ଡ ଔଷଧି ନିୟନ୍ତ୍ରଣ ବିଭାଗର ନୋଟିଫିକେସନ ମୁତାବିକ , ଦିବ୍ୟ ଫାର୍ମାସି ପକ୍ଷରୁ ନିଜର ଉତ୍ପାଦ ଗୁଡ଼ିକର ପ୍ରଭାବଶାଳୀ ବିଷୟରେ ବାରମ୍ୱାର ଭ୍ରମାତ୍ମକ ବିଜ୍ଞାପନ ପ୍ରକାଶିତ କରିବାରୁ ଲାଇସେନ୍ସକୁ ରୋକି ଦିଆଯାଇଛି। ସୁପ୍ରିମକୋର୍ଟ ନିକଟ ସପ୍ତାହରେ ନିଜର କିଛି ଉତ୍ପାଦର ଭ୍ରମାତ୍ମକ ବିଜ୍ଞାପନକୁ ରୋକିବାରେ ନିର୍ଦ୍ଦେଶର ପାଳନ କରି ନଥିବାରୁ ପତଞ୍ଜଳି ଆୟୁର୍ବେଦକୁ ଭତ୍ସନା କରିଥିଲେ। ସୁପ୍ରିମକୋର୍ଟ କାଲି (୩୦ ଅପ୍ରେଲ)ରେ ପତଞ୍ଜଳି ମାମଲାର ଶୁଣାଣି କରିବେ, ଯାହାକି ଏହା ସ୍ଥିର କରାଯାଇ ପାରିବ କି ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ବିରୋଧରେ ଅବମାନନାର ଅଭିଯୋଗ ଲଗାଯିବ ନା ନାହିଁ। କହି ରଖୁଛୁ କି , ରାମଦେବ ହିଁ ପତଞ୍ଜଳି ଆୟୁର୍ବେଦର ପ୍ରମୁଖ ବ୍ୟକ୍ତି ଅଟନ୍ତି।