ପ୍ରମୁଖ ଖବର
  • ମାଲକାନଗିରିରେ ୩ ବୁଥ୍‌ରେ କାମକରୁନି ଇଭିଏମ୍‌, ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ଶତାଧିକ ମତଦାତା
  • ||
  • ମନି ଲଣ୍ଡରିଂ ମାମଲାରେ ଇଡି ଗିରଫଦାରିକୁ ଚାଲେଞ୍ଜ; ଆଜି ସୁପ୍ରିମ୍କୋର୍ଟରେ ହେମନ୍ତଙ୍କ ପିଟିସନର ଶୁଣାଣି
  • ||
  • ଭୋଟ ଦେଉଛି ଓଡ଼ିଶା, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ
  • ||
  • ଆଇପିଏଲ ମହାସମର, ସଂଧ୍ୟାରେ କୋଲକାତା -ଗୁଜରାଟ ଲଢ଼େଇ, ପ୍ଲେ-ଅଫ୍ ଲକ୍ଷ୍ୟରେ ଟାଇଟନ୍ସ
  • ||
  • ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ୯୬ ଆସନରେ ୧୭୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ୨୩ରେ ଆସୁଛି ଲଘୁଚାପ, ଏଥର ଶୀଘ୍ର ଆସିବ ମୌସୁମୀ: ଆଜି ଭୋଟ୍‌ ହେଉଥିବା ଅଞ୍ଚଳରେ କମ୍‌ ତାତି
  • ||

ମେ ୧ରେ ଅଯୋଧ୍ୟା ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଭୁ ରାମଲଲାଙ୍କୁ କରିବେ ଦର୍ଶନ

Image Courtesy: livemint

ଅଯୋଧ୍ୟା,୨୮/୦୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ ୧ ତାରିଖରେ ରାମ ନଗରୀ ଅଯୋଧ୍ୟା ଯାତ୍ରା କରିବେ । ସେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ  ରାମଲଲାଙ୍କୁ ଦର୍ଶନ କରିବେ । ହନୁମାନଗଡ଼ି ବି  ଯିବେ । ଏହାବ୍ୟତୀତ ସରଜୁ ନଦୀ ତଟରେ ହେବାକୁ  ଥିବା ଆଳତି କାର୍ଯ୍ୟକ୍ରମରେ ମଧ୍ୟ ରାଷ୍ଟ୍ରପତି ସାମିଲ  ହେବେ । ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ ଅଫିସିଆଲ୍‌ ପ୍ରୋଟୋକଲ୍‌ ଜାରି ହୋଇନାହିଁ । ରାମଲଲାଙ୍କ ପ୍ରାଣ  ପ୍ରତିଷ୍ଠା ପରେ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଅଯୋଧ୍ୟା ଗସ୍ତ ହେବ । 

ଖବର ମୁତାବକ ରାଷ୍ଟ୍ରପତିଙ୍କ ଗସ୍ତକୁ  ନେଇ ରାଷ୍ଟ୍ରପତି ଭବନର ଅଧିକାରୀମାନେ ଉତ୍ତର  ପ୍ରଦେଶ ସରକାର ଏବଂ ଅଯୋଧ୍ୟା ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି । ରାଷ୍ଟ୍ରପତି ଅଯୋଧ୍ୟାରେ  ୩ ଘଣ୍ଟା ରହିବେ । ମେ ୧ ସନ୍ଧ୍ୟାରେ ସେ ଅଯୋଧ୍ୟା  ବିମାନବନ୍ଦରରେ ପହଞ୍ଚିବେ । ସୂତ୍ର ମୁତାବକ ଉପ  ରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ଏପ୍ରିଲ ୩୦ରୁ  ମେ ୩ ମଧ୍ୟରେ ଅଯୋଧ୍ୟା ଗସ୍ତ କରିପାରନ୍ତି ।  ଜିଲ୍ଲା ପ୍ରଶାସନ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କ  ଆଗମନକୁ ନେଇ ପ୍ରସ୍ତୁତିରେ ଲାଗିପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.