ପ୍ରମୁଖ ଖବର
  • ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୩ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର, ୨ଟି ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • କଂଗ୍ରେସ ଛାଡ଼ିଲେ ଦୁଲାଲ ଚନ୍ଦ୍ର ପ୍ରଧାନ,ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

ଏହି ଆଇପିଏଲ୍‌ ଖେଳାଳିଙ୍କ ହେୟାରଷ୍ଟାଇଲ୍‌ ଦେଖି ଫିଦା ହେଲେ ଶାହରୁଖ , ମ୍ୟାନେଜରଙ୍କୁ କହିଲେ ...

ମୁମ୍ୱାଇ : କୋଲକାତା ନାଇଟ୍‌ ରାଇଡର୍ସ ( କେକେଆର )ର ସାହସ ବଢାଇବା ପାଇଁ ଶାହରୁଖ ଖାନ ମ୍ୟାଚ୍‌ ବେଳେ ଅନେକ ସମୟରେ ଉପସ୍ଥିତ ଥାଆନ୍ତି। ସେ ଷ୍ଟାଡିୟମରେ ଖେଳାଳିଙ୍କ ଉତ୍ସାହ ବଢାଇବାର ଦେଖିବାକୁ ମିଳିଥାଏ। ସବୁ ପ୍ରଶଂସକଙ୍କୁ ନଜର ଯେମିତି ମ୍ୟାଚକୁ ଛାଡ଼ି ତାଙ୍କ ଉପରେ ଲାଖି ରହିଥାଏ। ମ୍ୟାଚ୍‌ ଶେଷ ହେବା ପରେ ସେ ଖେଳାଳିଙ୍କୁ ଜଣ ଜଣଙ୍କୁ ଭେଟିଥାନ୍ତି ଏବଂ ତାଙ୍କ ସହ କଥା ହୁଅନ୍ତି। ମୈଦାନରୁ ଶାହରୁଖଙ୍କର ଏକ ଭିଡ଼ିଓ ଆସିଛି, ଯେଉଁଥିରେ ସେ କେକେଆରର ଖେଳାଳି ସୁୟଶ ଶର୍ମାଙ୍କ ହେୟାରକଟ୍‌ର ପ୍ରଶଂସା କରୁଛନ୍ତି। ତାଙ୍କର ଏହି ଭିଡ଼ିଓ ଏବେ ଖୁବ୍‌ ଭାଇରାଲ ହେଉଛି।  

ସୂଚନା ଯେ, ଲକ୍ଷ୍ନୌ ସୁପର ଜଏଣ୍ଟସ (ଏଲଏସଜି) ବିରୋଧରେ କେକେଆରର ବିଜୟ ପରେ ଶାହରୁଖ ସବୁ ଖେଳାଳିଙ୍କୁ ସାକ୍ଷାତ କରି ଥିଲେ। ଯେବେ ସେ ସୁୟଶ ଶର୍ମାଙ୍କୁ ଭେଟିଥିଲେ, ତାଙ୍କର ଧ୍ୟାନ ହେୟାରଷ୍ଟାଇଲ୍‌ ଉପରେ ପଡ଼ିଛି। ସେ ତାଙ୍କର ପ୍ରଶଂସା କରୁଛନ୍ତି ଏବଂ ନିଜ ମ୍ୟାନେଜରଙ୍କୁ ଡାକି କହୁଛନ୍ତି ଆସନ୍ତା ଥର ତାଙ୍କର ଏମିତି ହେୟାରକଟ୍‌ ଦରକାର। ସୁୟଶଙ୍କର ଏହା ପୂର୍ବରୁ ଲମ୍ୱା କେଶ ଥିଲା। ଉକ୍ତ ଭିଡ଼ିଓକୁ କେକେଆରର ଏକ୍ସ ପେଜ ସେୟାର କରିଛି।

ଶାହରୁଖ ପ୍ରଥମେ ସୁୟଶଙ୍କୁ ଆଲଙ୍ଗନ କରୁଛନ୍ତି , ଏହାପରେ କେଶ ବିଷୟରେ ପଚାରୁଛନ୍ତି –କିଏ କହିବା ପରେ ଏମିତି କରିଛ ? ସୁୟଶ ଜବାବରେ କୁହନ୍ତି , ମୁଁ ନିଜେ ନିଜେ । ସେତେବେଳେ ଶାହରୁଖ ମ୍ୟାନେଜର ପୂଜାଙ୍କୁ ଡାକନ୍ତି। କୁହନ୍ତି ,ପୂଜା ମୋର ଏହି ହେୟାରଷ୍ଟାଇଲ୍‌ ଦରକାର। ଏମିତିକା।  


ୱାର୍କଫ୍ରଣ୍ଟ କଥା ଯଦି କହିବା ତ ଶାହରୁଖଙ୍କ ପାଇଁ ୨୦୨୩ ମସିହା ଥିଲା ଖୁବ୍‌ ଆକର୍ଷଣୀୟ। ତାଙ୍କର ୩ଟି ଫିଲ୍ମ ପଠାନ , ଯବାନ ଓ ଡଙ୍କି ସୁପରହିଟ୍‌ ହୋଇଥିଲା। ତାଙ୍କର ଆଗାମୀ ଫିଲ୍ମ ସୁଜୟ ଘୋଷଙ୍କ କିଙ୍ଗ୍‌  ରହିଛି। ଏଥିରେ ସୁହାନା ଖାନ ମଧ୍ୟ ନଜର ଆସିବେ। ବଡ଼ ପରଦାରେ ସୁହାନା ପ୍ରଥମ ଥର ନଜର ଆସିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.