ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜାତୀୟ ସ୍ତରୀୟ ଫିଜିଓଥେରାପିଷ୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ସପୋର୍ଟ’ ଆୟୋଜିତ

ଭୁବନେଶ୍ୱର ୨୦/୦୪: ଅସୁସ୍ଥ ହୋଇ ଶୋଇ ରହିଥିବା ଅବସ୍ଥାରେ ହସ୍ପିଟାଲ୍‌କୁ ଆସୁଥିବା ରୋଗୀଟି କିଭଳି ସୁସ୍ଥ ହୋଇ ନିଜ ଗୋଡ଼ରେ ଚାଲି ଡିସ୍‌ଚାର୍ଜ ହୋଇପାରିବ ସେ କ୍ଷେତ୍ରରେ ଫିଜିଓଥେରାପିଷ୍ଟ ମାନଙ୍କର ଅନେକ ଭୂମିକା ରହିଛି । ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକୁ ଫିଜିଓଥେରାପିଷ୍ଟ ମାନେ କିଭଳି ସୁଚାରୁ ରୂପେ ସଂପାଦନ କରିପାରିବେ ସେ ନିମନ୍ତେ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ନେଇ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପ୍ରଥମ କରି ‘ସମ୍ମମ୍ ଫିଜିଓଥେରାପି ଓରିଏଂଟେସନ୍‌, ରିହାବିଲିଟେସନ୍ ଆଣ୍ଡ ଟ୍ରେନିଂ’ (ସପୋର୍ଟ) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ସମ୍ ଅଲ୍ଟିମେଟ ମେଡିକେୟାର ଓ କଟକ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ନିର୍ତାର)ର ମିଳିତ ସହଯୋଗରେ ଶନିବାର ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ, ଏସ୍‌ଭି ନିର୍ତାରର ନିର୍ଦ୍ଦେଶକ ଡକ୍ଟର ପତିତପାବନ ମହାନ୍ତି, ଉପ ନିର୍ଦ୍ଦେଶକ (ବୈଷୟିକ) ଡକ୍ଟର କିଶୋର ଚନ୍ଦ୍ର ମହାପାତ୍ର, ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ଫିଜିଓଥେରାପି ବିଭାଗର ମୁଖ୍ୟ ଡକ୍ଟର ପି. ବାଲାକିଶୋର ଯୋଗ ଦେଇଥିଲେ । 

ଏହି ଅବସରରେ ସିଇଓ ଡକ୍ଟର ଦାଶ ଫିଜିଓଥେରାପିଷ୍ଟମାନଙ୍କ କ୍ଷେତ୍ରରେ ଆଇସିୟୁ ମ୍ୟାନେଜମେଂଟ ଓ ବେସିକ୍ ଲାଇଫ୍ ସପୋର୍ଟ କ୍ଷେତ୍ରରେ ପୂର୍ଣର୍ମାତ୍ରାରେ ପ୍ରଶିକ୍ଷିତ ହେବା ଏହି ସପୋର୍ଟ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ବୋଲି କହିଥିଲେ । ଡକ୍ଟର ଦାଶ କହିଥିଲେ ଯେ ସମାଜରେ ଶାରୀରିକ ଓ ମାନସିକ ସ୍ତରରେ ଆଶ୍ୱସ୍ତି ପାଇବା ନିମନ୍ତେ ଫିଜିଓଥେରାପିମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି । କ୍ରିଟିକାଲ୍ କେୟାର ଓ ବେସିକ୍ ଲାଇଫ୍ ସପୋର୍ଟ କ୍ଷେତ୍ରରେ ଫିଜିଓଥେରାପିର ଅନେକ ପ୍ରଭାବ ରହିଥିବା ସେ କହିଛନ୍ତି । ଫିଜିଓଥେରାପି ଦ୍ୱାରା ହିଁ ରୋଗୀର ସ୍ୱାସ୍ଥ୍ୟରେ ତ୍ୱରିତ ଉନ୍ନତି ଘଟିବା ସହ ଉତମମାନର ଜୀବନ ଉପଲବ୍ଧ ହୋଇପାରୁଛି ବୋଲି ଡକ୍ଟର ଦାଶ କହିଛନ୍ତି ।

କେବଳ ଓପିଡିକୁ ଆସୁଥିବା ରୋଗୀ ନୁହେଁ ଆଇସିୟୁରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ରୋଗୀଙ୍କର ଫିଜିଓଥେରାପି ଓ ଖାଦ୍ୟ ପୋଷଣ ଉପରେ ଧ୍ୟାନ ଦେବା ମଧ୍ୟ ଅନେକ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି କାର୍ଯ୍ୟକ୍ରମରେ ଏ ସମସ୍ତ ପ୍ରସଙ୍ଗରେ ଆଲୋଚନା କରାଯାଇଛି ବୋଲି କହିଛନ୍ତି ସମ୍ମମ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ବାଲାକିଶୋର । 

ଏହି ପ୍ରଶିକ୍ଷଣ ଶିବିରରେ ସମ୍ମମ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ଆନନ୍ଦ ମିଶ୍ର, ଏମର୍ଜେନ୍ସି ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ସୁସ୍ମିତ ମିଶ୍ର, କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ ବିଭାଗର ମୁଖ୍ୟ ଶ୍ରୀମତି ସୁଶ୍ରୀ ସଂଗୀତା ଜେନା, ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ପି. ବାଲାକିଶୋର ଓ ନିର୍ତାରର ପ୍ରଫେସର ଡାକ୍ତର ବସନ୍ତ କୁମାର ନନ୍ଦ ବିଶେଷଜ୍ଞ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମରେ ସାରା ଦେଶର ବିଭିନ୍ନ ଅନୁଷ୍ଠାନରୁ ଭାଗ ନେଇଥିବା ପ୍ରାୟ ୧୩୦ ଜଣ ଫିଜିଓଥେରାପିଷ୍ଟଙ୍କୁ ଆଇସିୟୁ ମ୍ୟାନେଜମେଂଟ କ୍ଷେତ୍ରରେ ଫିଜିଓଥେରାପିଷ୍ଟମାନଙ୍କ ଭୂମିକା ଓ ବେସିକ୍ ଲାଇଫ୍ ସପୋର୍ଟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.