ପ୍ରମୁଖ ଖବର
  • କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାର, ତାଲିକାରେ ବହୁ ହେବିଓ୍ବେଟ୍
  • ||
  • ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆରମ୍ଭ କରିବେ ପ୍ରଚାର
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ଟିଏମ୍‌ସି ପ୍ରାର୍ଥୀ ୟୁସୁଫ ପଠାନଙ୍କ ସମ୍ପତ୍ତି ୪୫ କୋଟି, ସତ୍ୟପାଠରୁ ସାମ୍ନାକୁ ଆସିଲା ତଥ୍ୟ

କୋଲକାତା,୨୫/୦୪: ପଶ୍ଚିମବଙ୍ଗର ବହରାମପୁର ଲୋକସଭା ଆସନରୁ ଟିଏମ୍‌ସି ପ୍ରାର୍ଥୀ ହୋଇଥିବା ପୂର୍ବତନ କ୍ରିକେଟର ୟୁସୁଫ ପଠାନ ଇତିମଧ୍ୟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି । ତାଙ୍କୁ ଟିକଟ ମିଳିବା ପରେ ଏହି ଆସନ ହାଇପ୍ରୋଫାଇଲ ହୋଇଯାଇଛି । ଏହା ଉପରେ ଲୋକଙ୍କ ନଜର ରହିଛି । 

ୟୁସୁଫ୍‌ ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ତାଙ୍କ ପାଖରେ ମୋଟ ୪୫.୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି । ୨୦୧୮-୧୯ରେ  ତାଙ୍କ ଆୟ ୩.୧୦ କୋଟି ଟଙ୍କା ଥିଲା, ଯାହା ୨୦୧୯-୨୦ରେ କମି ୨.୦୬ କୋଟି ଟଙ୍କା ହୋଇଥିଲା । ୨୦୨୦-୨୧ରେ  ଏହା ପୁଣି ୧.୦୨ କୋଟି ଏବଂ ୨୦୨୧-୨୨ରେ ୬୪.୧୮ ଲକ୍ଷ ଟଙ୍କାକୁ ହ୍ରାସ ପାଇଥିଲା । କିନ୍ତୁ ୨୦୨୨-୨୩ରେ ତାଙ୍କ  ଆୟ ପୁଣି ୨.୯୨ କୋଟି ଟଙ୍କାକୁ ବଢ଼ିଥିଲା । ସତ୍ୟପାଠରେ ସେ କହିଥିଲେ କି ତାଙ୍କ ପାଖରେ ୧.୪୧ ଲକ୍ଷ ଟଙ୍କାର  ନଗଦ ଥିଲା ବେଳେ ତାଙ୍କ ପତ୍ନୀ ଅଫରିନ୍‌ ପଠାନଙ୍କ ପାଖରେ ୧୫,୬୭୮ ଟଙ୍କା ଥିଲା । ତାଙ୍କ ବ୍ୟାଙ୍କ ଖାତାରେ ୨.୪୬  କୋଟି ଟଙ୍କା ଜମା ରହିଥିବା ବେଳେ ପତ୍ନୀଙ୍କ ଖାତାରେ ୩୬,୬୩୭ ଟଙ୍କା ରହିଛି । ୟୁସୁଫଙ୍କ ନାମରେ ୨୬.୩୪  ଲକ୍ଷ ଟଙ୍କାର ମ୍ୟୁଚୁଆଲ୍‌ ଫଣ୍ଡ ରହିଥିବା ବେଳେ ୬.୧୯ କୋଟିର ଇକ୍ୱିଟି ସେୟାର ହୋଲ୍‌ଡିଂ ଅଛି । ଏହାଛଡ଼ା ୨୧.୦୫  ଲକ୍ଷ ଟଙ୍କାର ହୀରା ଗହଣା, ୧.୮୫ କୋଟିର ସୁନା ଓ ରୁପା ଗହଣା, ୨୪.୦୬ କୋଟିର ଅସ୍ଥାବର ସମ୍ପତ୍ତି ରହିଛି ।  ୟୁଏଇରେ ତାଙ୍କର ଏକ ଘର ରହିଛି । ଏହାର ବଜାର ମୂଲ୍ୟ ୧.୬୫ କୋଟି ଟଙ୍କା । ଭଦୋଦରାରେ ତାଙ୍କର ଏକ  କୋଠା ରହିଛି, ଯାହାର ମୂଲ୍ୟ ୭.୫୦ କୋଟି ଟଙ୍କା । ସମ୍ପତ୍ତିର ଏକଚତୁର୍ଥାଂଶ ମାଲିକାନା ତାଙ୍କ ପାଖରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.