ପ୍ରମୁଖ ଖବର
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କୋହଲିଙ୍କ ଷ୍ଟ୍ରାଇକ୍‌ ରେଟ୍‌ ପ୍ରଶ୍ନରେ ହସିଲେ ରୋହିତ , ଅଗରକର ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଓ ବରିଷ୍ଠ ପୁରୁଷ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଅଜିତ୍‌ ଅଗରକର, ଗୁରୁବାର ମୁମ୍ୱାଇର ବିସିସିଆଇ ମୁଖ୍ୟାଳୟରେ କରିଥିଲେ ଏକ ପ୍ରେସ୍‌ କନଫରେନ୍ସ। ଏଠାରେ ଭାରତୀୟ ଟି-୨୦ ବିଶ୍ୱକପ୍‌ ସ୍କ୍ୱାଡ ସହ ଜଡ଼ିତ ସବୁ ପ୍ରଶ୍ନର ଜବାବ ଦେଇଥିଲେ। ରିଙ୍କୁ ସିଂହ ଓ କେଏଲ୍‌ ରାହୁଲଙ୍କ ଟିମ୍‌ରେ ସ୍ଥାନ ନପାଇବା ଠାରୁ ୪ଜଣ ସ୍ପିନରଙ୍କୁ ସୁଯୋଗ ଦେବା ବିଷୟରେ ବିସ୍ତୃତ ଭାବେ କହିଛନ୍ତି। ଏହି ମଧ୍ୟରେ ବିରାଟ କୋହଲିଙ୍କ ଷ୍ଟ୍ରାଇକ୍‌ ରେଟ୍‌ ସହ ଜଡ଼ିତ ପ୍ରଶ୍ନରେ ରୋହିତ ଓ ଅଜିତ୍‌ ଅଗରକରଙ୍କ ପ୍ରତିକ୍ରିୟା ଭାଇରାଲ ହେଉଛି। 

ବିଶ୍ୱକପ୍‌ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଦୁଇ ଜୁନ୍‌ରୁ ଆରମ୍ଭ ହେବ। ଭାରତ ୫ ଜୁନ୍‌ରେ ନ୍ୟୁୟର୍କରେ ଆୟରଲ୍ୟାଣ୍ଡ ସହ ପ୍ରଥମ ମ୍ୟାଚ୍‌ ଖେଳିବ। ବିରାଟ କୋହଲିଙ୍କ ଷ୍ଟ୍ରାଇକ୍‌ ରେଟ୍‌ ପ୍ରଶ୍ନ ଶୁଣି ରୋହିତ ତାଙ୍କର ହସକୁ ରୋକି ପାରି ନଥିଲେ। ଯାହାକି ଏବେ ଖୁବ୍‌ ଭାଇରାଲ ହେଉଛି। ସେପଟେ ଭାରତୀୟ ପୁରୁଷ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଥିଲେ ବିରାଟ କୋହଲିଙ୍କ ଷ୍ଟ୍ରାଇକ୍‌ ରେଟ୍‌ ବିଷୟରେ କୌଣସି କଥାବାର୍ତ୍ତା ହୋଇ ନାହିଁ। ସେ ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି। ଆଇପିଏଲ ୨୦୨୪ରେ ବିରାଟ କୋହଲି ସବୁଠୁ ଅଧିକ ରନ୍‌ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ, ସେ ୫୦୦ରୁ ଅଧିକ ରନ୍‌ କରିଛନ୍ତି।

ଅଜିତ ଅଗରକର , ବିରାଟ କୋହଲିଙ୍କ ଷ୍ଟ୍ରାଇକ୍‌ ରେଟ୍‌ ପ୍ରଶ୍ନରେ ପ୍ରେସ୍ କନଫରେନ୍ସରେ କହିଥିଲେ , ସୌଭାଗ୍ୟ ଯେ ସେ ଆଇପିଏଲରେ ସୁନ୍ଦର ଫର୍ମରେ ଅଛନ୍ତି। ଏଥିପାଇଁ କୌଣସି ଚିନ୍ତା ନାହିଁ। ଏଥିପାଇଁ ଟୁର୍ଣ୍ଣାମେଣ୍ଟ ଯଦି ଆଇପିଏଲ ପରି ହୋଇଯିବ ତ , ମୋତେ ଲାଗୁଛି ଆମ ଟିମ୍‌ ଭଲ ଏବଂ ସନ୍ତୁଳନ। ଆମ ପାଖରେ ଏମିତି ଖେଳାଳି ଅଛନ୍ତି , ଯିଏ ଭଲ ଖେଳିବେ ଏଥିପାଇଁ ଅଧିକ ଭାବିବାର ଆବଶ୍ୟକ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.