ପ୍ରମୁଖ ଖବର
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଆଇପିଏଲ ୨୦୨୪ : ରାଜସ୍ଥାକୁ ମାତ୍‌ ଦେଲା ହାଇଦ୍ରାବାଦ

ହାଇଦ୍ରାବାଦ – ଆଇପିଏଲର ୧୭ତମ ସଂସ୍କରଣରେ ଗୁରୁବାର ରାଜସ୍ଥାନ ରୟାଲ୍ସ (ଆରଆର) ଓ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ମଧ୍ୟରେ ରୋମାଞ୍ଚକର ମ୍ୟାଚ୍‌ ଖେଳା ଯାଇଥିଲା। ଏହି ମ୍ୟାଚରେ ସଞ୍ଜୁ ସ୍ୟାମସନଙ୍କ ଅଧିନାୟକତ୍ୱର ରାଜସ୍ଥାନ ଟିମ୍‌ ବିଜୟର ରାସ୍ତାକୁ ଆସି ହାରିଗଲା ମ୍ୟାଚ୍‌। ଶେଷ ବଲ୍‌ରେ ହାଇଦ୍ରାବାଦ ମ୍ୟାଚ୍‌ ବିଜୟୀ ହୋଇ ପାରିଛି। ୧ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦ ମାତ୍‌ ଦେଇଛି ରାଜସ୍ଥାନ ରୟାଲ୍ସକୁ ।

ଉକ୍ତ ମ୍ୟାଚ୍‌ଟି ଆଜି ( ୨ ମେ) ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇଥିଲା। ଯେଉଁଥିରେ ହାଇଦ୍ରାବାଦ ଟିମ୍‌ର ଅଧିନାୟକ ପ୍ୟାଟ କମିନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ଏବଂ ୨୦୨ ରନ୍‌ର ଟାର୍ଗେଟ୍‌ ସେଟ୍‌ କରିଥିଲେ। 

ହାଇଦ୍ରାବାଦ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ୍ ହରାଇ ୨୦୧ ରନ୍‌ କରି ପାରି ଥିଲା। ଟିମ୍‌ ୩୫ ରନ୍‌ରେ ୨ଟି ୱିକେଟ୍‌ ହରାଇ ଦେଇଥିଲା। ଏହାପରେ ଟ୍ରେଭିସ୍‌ ହେଡ୍‌ ଓ ନୀତିଶ ରେଡ୍ଡୀ ୫୭ଟି ବଲ୍‌ରେ ୯୬ ରନ୍‌ର ଏକ ପାର୍ଟନରସିପ୍‌ କରି ଥିଲେ। ନୀତିଶ ୪୨ଟି ବଲ୍‌ରେ ୭୬ ରନ୍‌ର ଅପରାଜେୟ ପାଳି ଖେଳିଥିବା ବେଳେ ହେଡ୍‌ ୪୪ଟି ବଲ୍‌ରେ ୫୮ରନ୍‌ କରିଥିଲେ। ନୀତିଶ ୩୦ ଓ ହେଡ୍‌ ୩୭ଟି ବଲ୍‌ରେ ଫିଫ୍ଟି କରି ଥିଲେ । ଶେଷରେ ହେନରିକ୍‌ କ୍ଲାସେନ ୧୯ଟି ବଲ୍‌ରେ ୪୨ ରନ୍‌ କରିଥିଲେ। ଅନ୍ୟପଟେ ରାଜସ୍ଥାନ ଟିମ୍‌ ପାଇଁ ଦ୍ରୁତ ବୋଲର ଆବେଶ ଖାନ  ସବୁଠୁ ଅଧିକ ୨ ୱିକେଟ୍‌ ନେଇଥିଲେ । ସନ୍ଦୀପ ଶର୍ମାଙ୍କୁ ଗୋଟିଏ ୱିକେଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.