PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ଆଇପିଏଲ ୨୦୨୩: ୧୨ ଓଭର ବିନିମୟରେ ଚେନ୍ନାଇକୁ ୪ ଝଟ୍‌କା; ଗାଇକଓ୍ବାର୍ଡଙ୍କ ଅର୍ଦ୍ଧଶତକ, ଦଳୀୟ ସ୍କୋର ୧୨୧

ଅହମ୍ମଦାବାଦ;୩୧/୦୩: କ୍ରିକେଟ ମହାସମର ଆଇପିଏଲ ୨୦୨୩ର ଉଦ୍ଘାଟନୀ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗସ୍‌ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଛନ୍ତି । ତେବେ ଟସ୍‌ ଜିତି ପ୍ର‌ଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ ଟାଇଟନ୍ସ। ପ୍ରଥମରୁ ମୈଦାନକୁ ଓହ୍ଲାଇଥିଲେ ଋତୁରାଜ ଗାଇକଓ୍ବାର୍ଡ ଓ ଡେଭୋନ କନଓ୍ବେ। କିନ୍ତୁ ଦଳିୟ ସ୍କୋର ମାତ୍ର ୧୪ ରନ୍‌ ହୋଇଥିବା ବେଳେ ଦଳକୁ ପ୍ରଥମ ଝଟ୍‌କା ଲାଗିଥିଲା। ମହମ୍ମଦ ସାମୀଙ୍କ ଦ୍ବାରା ଆଉଟ ହୋଇ ପାଭିଲିୟନ ଫେରିଥିଲେ ଡେଭୋନ କନଓ୍ବେ।

ପରେ ୫୦ ରନ୍‌ ବେଳକୁ ଦଳକୁ ଦ୍ବିତୀୟ ଝଟ୍‌କା ଲାଗି‌ଥିଲା। ମୋଇନ ଅଲ୍ଲୀଙ୍କୁ ଆଉଟ୍‌ କରିଥିଲେ ରାସିଦ୍‌ ଖାନ୍‌। ସେ ୧୭ ବଲ୍‌ରେ ୨୩ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ୭.୪ ଓଭର ବେଳକୁ ଦଳକୁ ତୃତୀୟ ଝଟ୍‌କା ଲାଗିଥିଲା। ବେନ ଷ୍ଟୋକ୍ସଙ୍କୁ ପ୍ୟାଭିଲିୟନ ପୟଠାଇ ଦ୍ବି୍ତୀୟ ଓ୍ବିକେଟ ହାସଲ କରିଥିଲେ ରାସିଦ୍‌ ଖାନ୍‌। ଷ୍ଟୋକ୍‌ ଗୋଟିଏ ଚୌକା ମାରି ମାତ୍ର ୬ ଟି ବଲରେ ୭ ରନ୍ କରି ଆଉଟ୍ ହୋଇଥିଲେ। ଗୁଜୁରାଟ ପାଇଁ ଶାମି ୧ ୱିକେଟ୍ ନେଇଥିବା ବେଳେ ରାସିଦ୍ ୨ ୱିକେଟ୍ ନେଇଛନ୍ତି। ଦଳ ୧୨.୫ ଓଭରରେ ୪ର୍ଥ ଓ୍ବିକେଟ ହରାଇଛି। ଅମ୍ବାତି ରାଇଡ଼ୁ ୧୨ ବଲ୍‌ରେ ୧୨ ରନ୍‌ କରି ଜେସୁଆ ଲିଟିନଙ୍କ ଦ୍ବାରା ଆଉଟ୍‌ ହୋଇଛନ୍ତି। ତେବେ ଗାଇକଓ୍ବାର୍ଡଙ୍କ ଦମଦାର ଅର୍ଦ୍ଧଶତକ ଦଳକୁ ମଜବୁତ ସ୍ଥିତିକୁ ନେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ୧୨ ଓଭର ବିନିମୟରେ ୪ ଓ୍ବିକେଟ ହରାଇ ଦଳୀୟ ସ୍କୋର ୧୨୧ ରହିଛି।

ସମ୍ବନ୍ଧିତ ଖବର