ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭଦୋଦରା ବ୍ରିଜ୍ ଭୁଶୁଡ଼ିବା ଘଟଣା: ଦୁର୍ଘଟଣାରେ ୧୬ ମୃତଦେହ ଉଦ୍ଧାର, ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା

Published By : Swapna Ray | July 10, 2025 3:37 PM

ଗୁଜରାଟ, ୧୦।୭: ଗୁଜରାଟ ବଡ଼ୋଦରା ଜିଲ୍ଲାରେ ବ୍ରିଜ୍ ଭୁଶୁଡ଼ିବା ଘଟଣା । ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଲାଣି । ଗୁଜରାଟ ବଡ଼ୋଦରା ଜିଲ୍ଲାର ମାହିସାଗର ନଦୀ ଉପରେ ନିର୍ମିତ ସେତୁର କିଛି ଅଂଶ ଭୁଶୁଡ଼ି ପଡିବା ଘଟଣାରେ ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏବେ ବି ୪ଜଣ ନିଖୋଜ ଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ୫ଜଣ ଗୁରୁତରଙ୍କ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ବଡ଼ୋଦରାର ଜିଲ୍ଲାପାଳ ଅନିଲ ଧାମେଲିଆ କହିଛନ୍ତି, ମାହି ନଦୀ ସେତୁ ଦୁର୍ଘଟଣାରେ ଗୁରୁବାର ସକାଳେ ୩ଟି ମୃତଦେହ ଉଦ୍ଧାର କରାଯାଇଛି । ଯାହା ଫଳରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍‍ ଏବଂ ଅନ୍ୟାନ୍ୟ ଦଳ ସାମିଲ ରହିଛନ୍ତି । ଏହି ସେତୁ ଭଦୋଦରା ଏବଂ ଆନନ୍ଦକୁ ସଂଯୋଗ କରୁଛି । ଏହା ଭୁଶୁଡ଼ି ପଡ଼ିବା ଦ୍ୱାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଦୁଇ ଜିଲ୍ଲା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା ଯୋଗୁଁ ଲୋକଙ୍କ କାମ ମଧ୍ୟ ପ୍ରଭାବିତ ହେଉଛି । ଗତକାଲି ରିପୋର୍ଟ ଆସିଥିଲା ଯେ, ଏହି ସେତୁଟି ଦୀର୍ଘ ସମୟ ଧରି ମରାମତି ଆବଶ୍ୟକ ଥିଲା, କିନ୍ତୁ ଏଥିପ୍ରତି କୌଣସି ଧ୍ୟାନ ଦିଆଯାଇ ନଥିଲା ।  

ଏହି ସେତୁ ଭଦୋଦରା ଏବଂ ଆନନ୍ଦକୁ ସଂଯୋଗ କରୁଛି । ଏହା ଭୁଶୁଡ଼ି ପଡ଼ିବା ଦ୍ୱାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଦୁଇ ଜିଲ୍ଲା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା ଯୋଗୁଁ ଲୋକଙ୍କ କାମ ମଧ୍ୟ ପ୍ରଭାବିତ ହେଉଛି । ଗତକାଲି ରିପୋର୍ଟ ଆସିଥିଲା ଯେ ଏହି ବ୍ରିଜ୍‌ଟି ଦୀର୍ଘ ସମୟ ଧରି ମରାମତି ଆବଶ୍ୟକ ଥିଲା, କିନ୍ତୁ ଏଥିପ୍ରତି କୌଣସି ଧ୍ୟାନ ଦିଆଯାଇ ନଥିଲା । ଏହି ସେତୁ ପ୍ରାୟ ୪୩ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା, ଯାହା ୧୦୦ ଗାଁର ଲୋକଙ୍କ ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନର ମାଧ୍ୟମ ଥିଲା ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.