କଫି ଡେଟରେ ଏକ୍ସ-ବୟଫ୍ରେଣ୍ଡ ରଣବୀର କପୁରଙ୍କ ସହ ଦୀପିକା

ନୂଆଦିଲ୍ଲୀ,୩।୩: ରଣବୀର କପୁରଙ୍କ ସହ ଦୀପିକା ପାଦୁକୋନ୍ କଫି ଡେଟରେ। ଭାବୁଥିବେ ବାହାଘର ପରେ ବି ଦୀପିକା ପୁଣି ରଣବୀର କପୁରଙ୍କୁ ଭୁଲିପାରିନାହାଁନ୍ତି। ଦୀପିକାଙ୍କ କଫି ଡେଟ୍ ବିଷୟରେ ଜାଣିବା ପରେ ତାଙ୍କ ସ୍ବାମୀ ରଣଭୀର ସିଂଙ୍କର ପ୍ରତିକ୍ରିୟା କ’ଣ ହେବ? ତେବେ ଏହା ତାଙ୍କ ରିୟଲ ନୁହେଁ ରିଲ ଲାଇଫ୍ରେ ଘଟିଛି। ତାହା ହେଲା ଏକ ବିଜ୍ଞାପନର ସୁଟିଂ ବେଳେ। ପ୍ରଥମ ଫଟୋରେ ଦେଖିବାକୁ ମିଳିଛି ଦୀପିକା ଓ ରଣବୀର ଦୁହେଁ ପରସ୍ପରକୁ ଚାହିଁ ନିଜ ନିଜ ଭିତରେ ହଜି ଯାଇଛନ୍ତି। ଏହାପରେ ଆଉ ଏକ ଫଟୋରେ ଦେଖିବାକୁ ମିଳୁଛି ଦୁହେଁ ସୋଫାରେ ବସି କଫି ପିଇବାର ମଜା ନେଉଛନ୍ତି। ଏକ କଫି ବ୍ରାଣ୍ଡର ହେଉଛି ହେଉଛି ଏହି ବିଜ୍ଞାପନଟି।
ଅନେକ ଅଭିନେତା ଓ ଅଭିନେତ୍ରୀ ବ୍ରେକଅପ୍ ପରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ କିମ୍ବା ଏକ୍ସ ଗାର୍ଲଫ୍ରେଣ୍ଡଙ୍କୁ ଦେଖିବାକୁ ମଧ୍ୟ ଚାହାନ୍ତି ନାହିଁ। କିନ୍ତୁ ଦୀପିକା ଓ ରଣବୀରଙ୍କ ଭିତରେ ବ୍ରେକଅପ୍ ପରେ ଏବେ ବି ବନ୍ଧୁତ୍ବ ରହିଛି।
ଦୀପିକା-ରଣବୀରଙ୍କ ଏକାଠି ବିଜ୍ଞାପନ ସୁଟିଂ କରୁଛନ୍ତି ଏନେଇ କେବେ ଇର୍ଷା କରନ୍ତି କି ନାହିଁ ବୋଲି ଯେତେବେଳେ ରଣଭୀରଙ୍କୁ ପ୍ରଶ୍ନ ପଚରା କରାଯାଇଥିଲା ସେ କହିଥିଲେ ମୋତେ ଏଥିରେ କିଛି ଫରକ ପଡେନି ମୋ ସ୍ତ୍ରୀ ତାଙ୍କ ଏକ୍ସବୟଫ୍ରେଣ୍ଡଙ୍କ ସହ କାମ କଲେ। ମୁଁ ଜାଣିଛି, ଯେଉଁ ଭଳି ଭାବରେ ଦୀପିକାଙ୍କୁ ଭଳ ପାଏ ସେଭଳି ଆଉ କେହି ଭଲ ପାଇ ପାରିବେ ନାହିଁ। ଏହାଛଡା ରଣବୀର କପୁରଙ୍କ ସହ ସେ କାମ କରିବାକୁ ମଧ୍ୟ ଇଛା ପ୍ରକାଶ କରିଛନ୍ତି।