ପ୍ରମୂଖ ଖବର
  • ନୂଆପଡା : ୨ ବାଇକ ମଧ୍ୟରେ ଧକ୍କା , ନାବାଳିକା ସମତେ ୫ ମୃତ
  • ||
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଶୁଭାଂଶୁ ଶୁକ୍ଲାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ; ମିଶନ ସଫଳ କରିବାକୁ ଦେଲେ ଆହ୍ୱାନ

Published By : Bijay Swain | June 28, 2025 7:20 PM

ନୂଆଦିଲ୍ଲୀ: ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆକ୍ସିଅମ୍- ୪ ମିଶନର ପାଇଲଟ ଭାବରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ ଅଛନ୍ତି ଭାରତର ଦ୍ୱୀତିୟ ମହାକାଶଚାରୀ ଶୁଭାଂଶୁ। ବୁଧବାର ISSକୁ ଐତିହାସିକ ଯାତ୍ରାରେ ଉଡ଼ାଣ ଭରିଛନ୍ତି। ୪୧ ବର୍ଷର ବ୍ୟବଧାନ ପରେ ରାକେଶ ଶର୍ମାଙ୍କ ପରେ ଦ୍ୱୀତିୟ ଭାରତୀୟ ନାଗରିକ ଭାବେ ମହାକାଶକୁ ଯାଇଛନ୍ତି ଶୁଭାଂଶୁ। 

ଆମେରିକାର ଚାରି ସଦସ୍ୟ ବିଶିଷ୍ଟ ବହୁ-ଦେଶୀୟ କ୍ରୁ ସହିତ ଆକ୍ସିଅମ୍ ମହାକାଶ ଯାତ୍ରା କରିଛି। ଶୁଭାଂଶୁଙ୍କ ସହିତ ଏହି ମିଶନରେ ପୋଲାଣ୍ଡର ସ୍ଲାଭୋଜ ଉଜ୍ଞାନସ୍କି-ୱିସନିୱସ୍କି, ହଙ୍ଗେରିର ଟୋବୋର କାପୁ ଏବଂ ମିଶନ କମାଣ୍ଡର ପେଗି ହ୍ୱିଟସନ ମଧ୍ୟ ରହିଛନ୍ତି। 

ଆକ୍ସିଅମ-୪ ମିଶନର ଏହି ଟିମ୍ ବୁଧବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଅଭିମୁଖେ ଯାତ୍ରା କରିଥିଲା। ଏହି ଦଳ ସେଠାରେ ଦୁଇ ସପ୍ତାହ ପାଇଁ ବୈଜ୍ଞାନିକ ପରୀକ୍ଷଣ କରିବ। ଏହା ପୂର୍ବରୁ ୧୯୮୪ ମସିହାରେ, ୱିଙ୍ଗ କମାଣ୍ଡର ରାକେଶ ଶର୍ମା ସୋଭିଏତ୍ ୟୁନିଅନ୍ ମିଶନ ଅଧୀନରେ ମହାକାଶ ଯାତ୍ରା କରିଥିବା ପ୍ରଥମ ଭାରତୀୟ ହୋଇଥିଲେ।

ଶୁଭାଂଶୁ ୨୦୦୬ ମସିହାରେ ଭାରତୀୟ ବାୟୁସେନାରେ ଜଣେ ଫାଇଟର ପାଇଲଟ୍ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ୨୦୧୯ ମସିହାରେ ତାଙ୍କୁ ଗଗନଯାନ ମିଶନ ପାଇଁ ଜଣେ ମହାକାଶଚାରୀ ଭାବରେ ମନୋନୀତ କରାଯାଇଥିଲା। ୨୦୧୯ରୁ ୨୦୨୧ ମଧ୍ୟରେ, ସେ ରୁଷର ୟୁରୀ ଗାଗାରିନ୍ କସମୋନଟ୍ କେନ୍ଦ୍ରରେ ତାଲିମ ନେଇଥିଲେ। ଏହା ପରେ, ୨୦୨୫ରେ ସେ ସ୍ପେସଏକ୍ସରେ ତାଙ୍କର ତାଲିମ ସମାପ୍ତ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.