ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଆମେରିକାରେ ପଳାତକ ନୀରବ ମୋଦୀଙ୍କ ଭାଇ ନେହାଲ ଗିରଫ, ପିଏନବି ଦୁର୍ନୀତିରେ ସାମିଲ

Published By : Tapas Panda | July 5, 2025 3:57 PM

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କୁ ଆମେରିକାରେ ଗିରଫ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ପଠାଯାଇଥିବା ଏକ ପ୍ରତ୍ୟର୍ପଣ ଆବେଦନ ଆଧାରରେ ଆମେରିକୀୟ କର୍ତ୍ତୃପକ୍ଷ ଜୁଲାଇ ୪ରେ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଚି । ଏହି ଆବେଦନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମିଳିତ ଭାବରେ ଦାଖଲ କରିଥିଲେ। ଦୁଇଟି ଗୁରୁତର ଅଭିଯୋଗରେ ଆମେରିକାରେ ନେହାଲ ମୋଦୀଙ୍କ ବିରୁଦ୍ଧରେ ପ୍ରତ୍ୟର୍ପଣ ପ୍ରକ୍ରିୟା ଚାଲିଛି ।

ନେହାଲ ମୋଦୀଙ୍କ ବିରୋଧରେ ମନି ଲଣ୍ଡରିଂ ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ଅଭିଯୋଗ ରହିଛି । ତଦନ୍ତକାରୀ ଏଜେନ୍ସି ଅନୁସାରେ, ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ନେହାଲ ମୋଦୀଙ୍କୁ ଗିରଫ କରାଯାଇଛି । ନେହାଲ ତାଙ୍କ ଭାଇ ନୀରବ ମୋଦୀଙ୍କୁ ସେଲ୍ କମ୍ପାନୀ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର କଳାଧନ ବିଦେଶକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥିବା ଅଭିଯୋଗ ରହିଛି । ଏହା ବ୍ୟତୀତ ସେ ଠକେଇ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। 

ନେହାଲ ମୋଦୀଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ଶୁଣାଣି ୧୭ ଜୁଲାଇ ୨୦୨୫ରେ ଏକ ଆମେରିକାର କୋର୍ଟରେ ହେବାକୁ ଯାଉଛି । ସେଠାରେ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେବ ସେନେଇ ଧାର୍ଯ୍ୟ କରାଯିବ । ସେପଟେ ଜାମିନ ପାଇଁ ଆବେଦନ କରିପାରନ୍ତି ନେହାଲ । କିନ୍ତୁ ଆମେରିକୀୟ ପକ୍ଷ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ, ସେମାନେ ତାଙ୍କ ଜାମିନକୁ ବିରୋଧ କରିବେ। ଏସବୁ ଭିତରେ ଭାରତ ସରକାର ନେହାଲ ମୋଦୀଙ୍କୁ ଯଥାଶୀଘ୍ର ଭାରତ ଆଣିବାକୁ ଚେଷ୍ଟା କରୁଛନ୍ତି । ଫଳରେ ପିଏନବି ଠକେଇରେ ତାଙ୍କର କଣ  ଭୂମିକା ରହିଛି ସେନେଇ ବିଚାର ଆରମ୍ଭ ହୋଇପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.