ଦୁର୍ଘଟଣାରେ ଆଦିବାସୀ ଯୁବକ ମୃତ, ଜଣେ ଆହତ

ମାଲକାନଗିରି/କାଲିମେଳା,୪।୧୨(ଆପ୍ର): ମଟର ସାଇକେଲ ଦୁର୍ଘଟଣାରେ ଜଣେ ଆଦିବାସୀ ଯୁବକଙ୍କ ର ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା ପଡିଆ ଥାନା ମାଟେରୁ ପଞ୍ଚାୟତ ତେଲାମ ଗୁଡା ଗ୍ରାମ ନିକଟ ପୋଲ ଉପରେ ଏହି ଘଟଣାଟି ଘଟିଛି।
କାଲିମେଳା ଥାନା ଚିତ୍ରାଙ୍ଗ ପାଲ୍ଲୀ ପଞ୍ଚାୟତ ଉଷ୍କାପାଲ୍ଲୀ ଗ୍ରାମର ପଦିଆ କବାସୀଙ୍କ ୩୦ ବର୍ଷୀୟ ପୁତ୍ର ନନ୍ଦ କବାସୀ ଶନିବାର ସନ୍ଧ୍ୟାରେ ନିଜ ବାଇକରେ ଜଣେ ସାଙ୍ଗକୁ ଧରି ପଡିଆ ପାରିବାରିକ କାର୍ଯ୍ୟରେ ଯାଇଥିଲେ । ସେଠାରୁ ରାତିରେ ଫେରୁଥିବା ସମୟରେ ମାଟେରୁ ପଞ୍ଚାୟତ ତେଲାମ ଗୁଡା ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ନିର୍ମିତ ପୋଲ ଉପରେ ମୋଡାଣି ରାସ୍ତା ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇ ପୋଲ ତଳକୁ ଖସି ପଡ଼ିଥିଲେ l ସ୍ଥାନୀୟ ଲୋକମାନେ ଉଭୟଙ୍କୁ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ନଦ କବାସୀ ଙ୍କର ମୃତ୍ୟୁ ଘଟିଥିଲା ବେଳେ ତାଙ୍କ ସାଙ୍ଗ କସା ପଡ଼ିଆମୀ ଚିକିତ୍ସା ହେଉଥିବା ର ଜଣା ପଡ଼ିଛି l ଏ ସମ୍ପର୍କ ରେ ପଡିଆ ଥାନା ପକ୍ଷରୁ କେଶ ନମ୍ବର ୧୧୨/୨୨ଏକ ଅପମୃତ୍ୟୁ ମାମଲା ୠଜୁକରି ଶବ ଵ୍ୟଵଛେଦ ପରେ ପରିବାରକୁ ମୃତଶରୀର ପୁଲିସ ହସ୍ତାନ୍ତର କରିଛି l ଏହାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁନୀଲ ସୋରେନ କହିଛନ୍ତି l