ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପୃଥିବୀ ଫେରିଲେ ଶୁଭାଂଶୁ ଶୁକ୍ଲା ,କାର୍ଲିଫର୍ଣ୍ଣିଆ ଉପକୂଳରେ ସ୍ପେସ୍ ଡ୍ରାଗନ୍ କଲା ସଫଳ ଅବତରଣ

Published By : Harapriya Biswal | July 15, 2025 3:22 PM

ନୂଆଦିଲ୍ଲୀ,୧୫।୭:  ପୃଥିବୀ ଫେରିଲେ ଶୁଭାଂଶୁ ଶୁକ୍ଲା। ମହାକାଶରେ ୧୮ ଦିନ ରହିବା ପରେ ଫେରିଲେ ଶୁଭାଂଶୁଙ୍କ ସହ ୪ ମହାକାଶଚାରୀ।ଅପରାହ୍ନ ୩ଟାରେ ପ୍ରଶାନ୍ତ ମହାସାଗରର କାର୍ଲିଫର୍ଣ୍ଣିଆ ଉପକୂଳରେ ସ୍ପେସ୍ ଡ୍ରାଗନ୍ କଲା ସଫଳ ଅବତରଣ। ପ୍ରାୟ ୨୩  ଘଣ୍ଟାର ଯାତ୍ରା ପରେ ସେମାନଙ୍କ ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟ ମଙ୍ଗଳବାର  ଅପରାହ୍ନ ପ୍ରାୟ ୩ଟାରେ କାଲିଫର୍ଣ୍ଣିଆ ତଟରେ ଜଳାବତରଣ କରିଛି । ଏହି ଅବତରଣ ପ୍ରକ୍ରିୟାକୁ ‘ସ୍ପ୍ଲାସ୍‌ଡାଉନ୍‌’  କୁହାଯାଏ । 

ସୋମବାର ଅପରାହ୍ନ ପ୍ରାୟ ୨ଟା ୧୫ରେ ୪ ଜଣ  ମହାକାଶଚାରୀ ଡ୍ରାଗନ୍‌ କ୍ୟାପ୍‌ସୁଲ୍‌ରେ  ପ୍ରବେଶ କରିଥିଲେ । ଏହାପରେ ସନ୍ଧ୍ୟା  ୪ଟା ୪୫ରେ କ୍ୟାପ୍‌ସୁଲ୍‌ଟି ଆଇଏସ୍‌ଏସ୍‌ର  ହାର୍ମନି ମଡ୍ୟୁଲ୍‌ରୁ ଅନ୍‌ଡକ୍‌ ହୋଇଥିଲା । ଆଜି ଅପରାହ୍ନ  ପ୍ରାୟ ୩ଟାରେ ଏହା କାଲିଫର୍ଣ୍ଣିଆ ତଟରେ ଜଳାବତରଣ କରିଛି। ମହାକାଶ ଯାନଟି ୨୬୩ କିଲୋଗ୍ରାମ୍‌ରୁ ଅଧିକ ଓଜନର  ସାମଗ୍ରୀ ସହ ପ୍ରତ୍ୟାବର୍ତ୍ତନ କରୁଛି ।  ଏଥିରେ ନାସାର ହାର୍ଡୱେର ଓ ୬୦ରୁ  ଅଧିକ ପ୍ରୟୋଗର ତଥ୍ୟ ସାମିଲ  ରହିଛି । ଏହା ମହାକାଶ ଗବେଷଣା  ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଆକ୍ସିଓମ୍‌-୪ ମିଶନର ଏହି ଟିମ୍‌ ଜୁନ୍‌ ୨୬ ସନ୍ଧ୍ୟା ୪ଟା ୧ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ  ପହଞ୍ଚିଥିଲା । ଜୁନ୍‌ ୨୫ ଅପରାହ୍ନ ପ୍ରାୟ  ୧୨ଟାରେ ସେମାନେ ଯାତ୍ରା ଆରମ୍ଭ  କରିଥିଲେ । ସ୍ପେସ୍‌ଏକ୍ସର ଫାଲ୍‌କନ୍‌-୯  ରକେଟ୍‌ ସହ ଜଡ଼ିତ ଡ୍ରାଗନ୍‌ କ୍ୟାପ୍‌ସୁଲ୍‌ରେ ସେମାନେ କେନେଡି ମହାକାଶ କେନ୍ଦ୍ରରୁ  ଉଡ଼ାଣ ଭରିଥିଲେ । ବୈଷୟିକ ସମସ୍ୟା  ଓ ପ୍ରତିକୂଳ ପାଣିପାଗକୁ ନେଇ ମିଶନକୁ  ୬ ଥର ରୋକାଯାଇଥିଲା ।

ଅବତରଣ ପରେ ନାସାର ଜନସନ ସ୍ପେସ୍ ସେଣ୍ଟର ଯିବେ ଶୁଭାଂଶୁ । କିଛି ଦିନ ମେଡିକାଲ ସୁପରଭିଜନରେ ରହିବେ । ଶୁଭାଂଶୁ ଓ ମିଶନ -୪ କ୍ରିୟୁ ମହାକାଶରେ ୬୦ଟି ପରୀକ୍ଷା କରିଛନ୍ତି । ଇସ୍ରୋ ପାଇଁ ୭ଟି ପରୀକ୍ଷଣ କରାଯାଇଛି । ଶୁଭାଂଶୁଙ୍କ ସ୍ପେସ୍ ଅଭିଜ୍ଞତା ଭାରତର ନିଜସ୍ବ ସ୍ପେସ୍ ଷ୍ଟେସନ୍ ପାଇଁ ବହୁ ଉପଯୋଗୀ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.