ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବେଙ୍ଗାଲୁରୁରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ; ଦୁଇ ଅଧ୍ୟାପକଙ୍କ ସମେତ ତିନି ଗିରଫ

Published By : Bijay Swain | July 15, 2025 9:43 PM

Image courtesy: mathrubhumi english

ବେଙ୍ଗାଲୁରୁ: ବାଲେଶ୍ୱରର ସୌମ୍ୟାଶ୍ରୀ ଘଟଣାକୁ ନେଇ ଦେଶ ପଡୁଥିବା ଉଠୁଥିବା ବେଳେ କର୍ଣ୍ଣାଟକର ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି ଆଉ ଏକ ଲଜ୍ଜାକର ଘଟଣା। ଏକ ଘୃଣ୍ୟ ଘଟଣାରେ, ଜଣେ କଲେଜ ଛାତ୍ରୀଙ୍କୁ ଅନେକଥର ଦୁଷ୍କର୍ମ ଓ ବ୍ଲାକମେଲ କରିବା ଅଭିଯୋଗରେ ଦୁଇ ଅଧ୍ୟାପକ ଏବଂ ସେମାନଙ୍କର ଜଣେ ସାଙ୍ଗଙ୍କୁ ଗିରଫ କରାଯାଇଛି। ଏହି ଭୟାନକ ଘଟଣାରେ ସାମିଲଥିବା ଅଭିଯୁକ୍ତମାନେ ହେଉଛନ୍ତି ଛାତ୍ରୀ ଜଣକ ପଢୁଥିବା କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପକ ନରେନ୍ଦ୍ର, ଜୀବ ବିଜ୍ଞାନ ଅଧ୍ୟାପକ ସନ୍ଦୀପ ଏବଂ ସେମାନଙ୍କର ସାଙ୍ଗ ଅନୁପ। ଏହି ତିନିଜଣ ଦକ୍ଷିଣ କନ୍ନଡ ଜିଲ୍ଲାର ମୁଡ଼ବିଦ୍ରିରେ ଥିବା ଏକ ଘରୋଇ କଲେଜ ସହ ଜଡ଼ିତ ଅଛନ୍ତି।

ପୋଲିସ ଜାରି କରିଥିବା ସୂଚନା ଅନୁଯାୟୀ, ନରେନ୍ଦ୍ର ପ୍ରଥମେ ଛାତ୍ରୀଙ୍କୁ ଅଧ୍ୟୟନ ସାମଗ୍ରୀ ଦେବାର ବାହାନା କରି ତାଙ୍କ ସହ ବନ୍ଧୁତା ଗଢ଼ିଥିଲେ। ଏହାସହ ନିୟମିତ ଚାଟ ମାଧ୍ୟମରେ ଉଭୟେ ସମ୍ପର୍କ ବଜାୟ ରଖିଥିଲେ। ତେବେ ଛାତ୍ରୀଜଣଙ୍କ ବେଙ୍ଗାଲୁରୁକୁ କିଛି କାମରେ ଆସିବା ସମୟରେ ନରେନ୍ଦ୍ର ଅଧିକ ନୋଟ୍ସ ଦେବାର ବାହାନାରେ ତାଙ୍କୁ ମାରଥାହାଲ୍ଲିସ୍ଥିତ ଅନୁପଙ୍କ ଘରକୁ ନେଇ ଦୁଷ୍କର୍ମ କରିଥିଲେ ଏବଂ ଏହି ଘଟଣା ବାହାରେ ପ୍ରକାଶ ନ କରିବାକୁ ଧମକ ଦେଇଥିଲେ। ପରେ ଅନୁପ ତାଙ୍କୁ ସିସିଟିଭି ଫୁଟେଜ ଥିବା ଦାବି କରି ବ୍ଲାକମେଲ କରି ତାଙ୍କ ସହ ଆଉଥରେ ଦୁଷ୍କର୍ମ କରିଥିଲେ। ଏହାପରେ ସନ୍ଦୀପ ମଧ୍ୟ ନରେନ୍ଦ୍ରଙ୍କ ସହ ତାଙ୍କର ଫଟୋ ଓ ଭିଡିଓ ଥିବା ଦାବି କରି ଛାତ୍ରୀ ଜଣଙ୍କୁ ବ୍ଲାକମେଲ କରିବା ସହ ଦୁଷ୍କର୍ମ କରିଥିଲେ।

ଏହିଭଳି ବାରମ୍ୱାର ଘଟିବା ପରେ ଛାତ୍ରୀଜଣଙ୍କ ବାଧ୍ୟ ହୋଇ ତାଙ୍କ ପରିବାରଙ୍କୁ ଏ ବିଷୟରେ ଜଣାଇଥିଲେ। ତାଙ୍କ ପରିବାର ଲୋକ ଏହି ଘଟଣା ଜାଣିବା ପରେ କର୍ଣ୍ଣାଟକ ରାଜ୍ୟ ମହିଳା ଆୟୋଗଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଯାହାପରେ ମାରଥାହାଲ୍ଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି।

କର୍ଣ୍ଣାଟକ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ନାଗଲକ୍ଷ୍ମୀ ଚୌଧୁରୀ କହିଛନ୍ତି, “ଅଭିଯୁକ୍ତମାନେ ଜଣକ ପରେ ଜଣେ ଛାତ୍ରୀଙ୍କୁ ବ୍ଲାକମେଲ କରି ଶୋଷଣ କରିଛନ୍ତି। ଏଥି ନିମନ୍ତେ ଅବିଯୁକ୍ତମାନେ ଇନଷ୍ଟାଗ୍ରାମ ଓ ଫେସବୁକ ଆଦିର ସାହାରା ନେଇଥିଲେ।” ଏହିଭଳି ସମାନ ଘଟଣା ସୀମିତ ବ୍ୟବଧାନରେ ବାରମ୍ୱାର ଘଠୁଥିବାରୁ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କ ସୁରକ୍ଷା ଓ ଶିକ୍ଷକମାନଙ୍କର ଦାୟିତ୍ୱ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। 

ପୋଲିସ ଏହି ମାମଲାରେ ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନଙ୍କୁ ପୋଲିସ ବର୍ତ୍ତମାନ ବିଚାର ବିଭାଗୀୟ ହାଜତକପ ପଠାଇଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.