ଦୁର୍ଘଟଣାରେ ଯୁବକ ଗୁରୁତର

ଗୁଡଭେଲା -୨୭/୧୧(ଆପ୍ର) ତୁଷୁରା ଗୁଡଭେଲା ଧାନଘରା ମହାପାତ୍ର ପେଟ୍ରୋଲ ପମ୍ପ ନିକଟରେ ଏକ ବାଇକ ପିଲରକୁ ଧକ୍କା ଦେବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ଦେଓଗାଁ ସାଗରପାଲି ର ବେଣୁ ଭୋଇ (୨୧)।
ଦେଓଗାଁ ସାଗରପାଲି ର ବେଣୁ ଭୋଇ (୨୧) ନିଜ ବାଇକ ନଂ ଓଡି ୦୩କ୍ୟୁ ୭୧୦୭ ତୁଷୁରା ଦେଇ ଜାମୁଟ ଯାଉଥିଲେ ।ଠିକ ଏହି ସମୟରେ ଭାରସାମ୍ୟ ହରାଇ ଯୁବକଟି ପାଖରେ ଥିବା ପୋଲ କୁ ଧକ୍କା ଦେଇଥିଲା ।ଯାହା ଫଳରେ ଉକ୍ତ ଯୁବକ ଜରକ ଗୁରୁତର ଆହତ ହୋଇଥିଲେ ।ପରେ ଖବର ପାଇ ତୁଷୁରା ପୁଲିସ ସ୍ଥାନୀୟ କିଛି ଯୁବକ ଦ୍ଵାର ଉଦ୍ଧାର କରାଯାଇଥିଲା। ଆମ୍ବୁଲାନ୍ସରେ ଗୁରୁତର ଯୁବକ କୁ ବଲାଂଗୀର ଭିମ ଭୋଇ ମେଡିକାଲ କୁ ନିଆଯାଇଛି।