PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ନମସ୍କାର ଆଜିର ସମାଚାରକୁ ସ୍ୱାଗତ କରୁଛି ମୁଁ ରେନ୍‌ ଜିୟାଓରୋଙ୍ଗ, ଏମିତି କହି ୨୪ ଘଣ୍ଟା ଖବର ପଢ଼ୁଛି ରୋବର୍ଟ ଆଙ୍କର  

ନୂଆଦିଲ୍ଲୀ: କମ୍ପ୍ୟୁଟରର ବ୍ୟବାହର ଯେତେ ଅଧିକ ବଢ଼ିଛି, କୌଣସି କାର୍ଯ୍ୟ ପାଇଁ ମଣିଷର ଆବଶ୍ୟକତା ମଧ୍ୟ ସେତିକି କମୁଛି। ଆପଣ ବିଭିନ୍ନ ହଲିଉଡ ଚଳଚ୍ଚିତ୍ରରେ କମ୍ପ୍ୟୁଟରର ଆଶ୍ଚର୍ଯ୍ୟଜନକ କାର୍ଯ୍ଯଶୈଳୀ ଦେଖିଥିବେ। ଏମିତି ଚଳଚ୍ଚିତ୍ର ଦେଖିବା ପରେ ଆପଣ ନିଶ୍ଚତ ଭାବି ଥିବେ ଯେ ଯଦି କମ୍ପ୍ୟୁଟର ବ୍ୟବହାର ବଢ଼ିଚାଲେ ତେବେ ମଣିଷ କେଉଁଠି କାମ କରିବ? ବର୍ତ୍ତମାନ କମ୍ପ୍ୟୁଟରର ଆବଶ୍ୟକତା ଯେଉଁ ପରିମାଣରେ ବଢ଼ିଚାଲିଛି, ଆଗକୁ ଆଉ କୌଣସି କାର୍ଯ୍ୟ ପାଇଁ ମଣିଷକୁ ଦରକାର ପଡ଼ିବ ନାହିଁ। ତେବେ ଏହି କଥା ଆମେ ଏଥିପାଇଁ କହୁଛୁ ନିକଟରେ ଚୀନରେ ଏକ ନ୍ୟୁଜ ଆଙ୍କରକୁ କମ୍ପ୍ୟୁଟର ମାଧ୍ୟମରେ ନିର୍ମାଣ କରାଯାଇଛି, ଯାହା ମଣିଷ ଠାରୁ ମଧ୍ୟ ଭଲ ନ୍ୟୁଜ ପଢ଼ି ପାରୁଛି।   

ଆଣ୍ଡିଟି ସେଣ୍ଟ୍ରାଲ ନ୍ୟୁଜ ୱେବସାଇଟ ରିପୋର୍ଟ ଅନୁସାରେ, ଚୀନର ଷ୍ଟେଟ ମଡିଆ ଆଉଟଲେଟ ପିପୁଲ୍ସ ଡେଲି ନିକଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଚାଳିତ ଏକ ନ୍ୟୁଜ ଆଙ୍କର ରେନ୍‌ ଜିୟାଓରୋଙ୍ଗକୁ ଲଞ୍ଚ କରିଛି। ଗତ ରବିବାର ଜାରି କରାଯାଇଥିବା ଏକ ଭିଡିଓରେ ରେନ ନିଜକୁ ପରିଚୟ ଦେଇଥିଲା ଯେ ସେ ହଜାରେ ନ୍ୟୁଜ ଆଙ୍କରଙ୍କ ଠାରୁ ସ୍କିଲ ଶିଖିଛି। ଲୋକମାନେ ଏକ ଆପ୍ଲିକେସନ ମାଧ୍ୟମରେ ନ୍ୟୁଜ ଆଙ୍କର ସହ କୌଣସି ବିଷୟରେ ଚର୍ଚ୍ଚା କରିପାରିବେ। ସେ ବର୍ତ୍ତମାନ ଚୀନ କମ୍ୟୁନିଷ୍ଟ ପାର୍ଟିର ଆଇଡିଆ ଅନୁସାରେ ହିଁ ଲୋକଙ୍କ ପ୍ରଶ୍ନର ଜବାବ ଦେଇପାରିବ।    

ପ୍ରଥମ ପବ୍ଲିକ୍ ଆପିୟରେନ୍ସରେ ରେନ୍‌ କହିଛି, ସେ ଏକ ଆର୍ଟିଫିସିୟଲ ସିୟଲ ଇଣ୍ଟେଲିଜେନ୍ସ ଡିଜିଟାଲ ନ୍ୟୁଜ ଆଙ୍କର। ଯିଏ ନିକଟରେ ପିପୁଲ୍ସ ଡେଲିରେ ନିଯୁକ୍ତ ହୋଇଛି। ସେ କହିଛି ଯେ ଅନେକ ନ୍ୟୁଜ ଆଙ୍କର ଠାରୁ ସେ ସ୍କିଲ ଶିଖିଛି ଏବଂ ସେ ୩୬୫ ଦିନ, ୨୪ ଘଣ୍ଟା ଖବର କହି ପାରିବ। ବିଶ୍ରାମ ନନେଇ ମଧ୍ୟ ଖବର କହିପାରିବ। ସବୁଠାରୁ ବଡ଼ କଥା ହେଲା ଯେ ସେ ମଣିଷ ଭଳି ଦେଖାଯାଉଛି।   

ସମ୍ବନ୍ଧିତ ଖବର