PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ସୋମବାର ରାଶିଫଳ: ଏହି ରାଶିର ବ୍ୟ‌କ୍ତି ରୁହନ୍ତୁ ସାବଧାନ; ବନ୍ଧୁ-ପ୍ରୀୟଜନଙ୍କ ସହିତ ମତାନ୍ତର ହେବାର ରହିଛି ଆଶଙ୍କା, ବାଣିଜ୍ୟରେ ଦେଖାଦେଇପାରେ କ୍ଷତି

pic - internet

ମେଷ: ଘାତଚନ୍ଦ୍ର ହେତୁ ମନ ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ। ସ୍ୱଜନ, ପ୍ରିୟଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ମତାନ୍ତର ଓ ପରିବାରରେ ଅଶାନ୍ତିର ବାତାବରଣ ଦେଖାଦେବ। ନିଜର ଲୋକଙ୍କ ସହ ଶତ୍ରୁତା ଓ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ଯେତେ ଅଧିକ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ।

ଶୁଭରଙ୍ଗଲାଲ, ସଂଖ୍ୟା: ୧୧, ଆରାଧନା: ମାବଗଳାମୁଖୀ

ବୃଷ: କୃଷ୍ଣପକ୍ଷର ଦ୍ୱାଦଶ ଚନ୍ଦ୍ର ହେତୁ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚରୁ ମୁକ୍ତି ମିଳିବ ଓ ମନରୁ ଦୁଶ୍ଚିନ୍ତା, ଦୁର୍ଭାବନା ଲୋପ ପାଇବ। ମନରୁ କୁଚିନ୍ତା, କୁଭାବନା ଅପସରିଯିବ ଏବଂ ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ ଏବଂ ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରଖିବେ। ଯେଉଁମାନଙ୍କର କୃତ୍ତିକା ବୃଷ ସେମାନେ ସୁଫଳ ପାଇବେ।

ଶୁଭରଙ୍ଗ : ଧଳା, ସଂଖ୍ୟା: , ଆରାଧନା: ମାକମଳା

ମିଥୁନ: ଏକାଦଶ ଚନ୍ଦ୍ର ଆୟର ମାର୍ଗ ଅତି ଉତ୍ତମ ରହିବ ଏବଂ ଆୟ ଅଧିକ କରିବା ପାଇଁ ନୂତନ କୌଶଳ ଆପଣେଇବେ। ଆକସ୍ମିକ ଧନଲାଭ ଏବଂ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ ଏବଂ ମନରେ ଉଚ୍ଚାଭିଳାଷ ଜାଗ୍ରତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ଓ ଦରମାରେ କିଛି ବୃଦ୍ଧି ଘଟିପାରେ।

ଶୁଭରଙ୍ଗ: ମେରୁନ, ସଂଖ୍ୟା: ୧୨, ଆରାଧନା : ଭଗବାନ ବିଷ୍ଣୁ

କର୍କଟ: ଦଶମ ଚନ୍ଦ୍ର, ନବମୀ ତିଥି ଓ ଗୁରୁବାର ହେତୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମରେ ଉନ୍ନତି, କର୍ମ ପ୍ରତି ଏକାଗ୍ରତା ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ପୁନର୍ବସୁ କର୍କଟ ସେମାନେ ସୁଫଳ ପାଇବେ।

ଶୁଭରଙ୍ଗ: ହଳଦିଆ, ସଂଖ୍ୟା: , ଆରାଧନା: ମାସମଲେଶ୍ୱରୀ

ସିଂହ: ନବମ ଚନ୍ଦ୍ର ଏବଂ ସକାଳ ୮ଟା ୧୨ ମିନିଟ୍‌ ପରେ ନବମୀ ତିଥି ଘାତତିଥି ହେତୁ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ। ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର ଏବଂ ପରିବାରରେ ମନୋମାଳିନ୍ୟ ଦେଖାଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ପଦସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ। ଯେଉଁମାନଙ୍କର ମଘା ଓ ପୂର୍ବା ଫାଲଗୁନୀ ସିଂହ ସେମାନେ ସତର୍କ ହେବେ।

ଶୁଭରଙ୍ଗ:ଲାଲ, ସଂଖ୍ୟା:, ଆରାଧନା: ପ୍ରଭୁ ଗଜାନନ

କନ୍ୟା: ଅଷ୍ଟମ ଚନ୍ଦ୍ର ଏବଂ ସକାଳ ୮ଟା ୧୨ ମିନିଟ୍‌ ପର୍ଯ୍ୟନ୍ତ ଅଷ୍ଟମୀ ତିଥି ଘାତତିଥି ହେତୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ। ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବାଧାବିଘ୍ନ ଓ ଅଯଥା ବିଳମ୍ବ ପରିଲକ୍ଷତ ହେବ। ବିନା କାରଣରେ ବହୁତ ବ୍ୟସ୍ତ ରହିବେ ଏବଂ ସମସ୍ତ କର୍ମରେ ବ୍ୟତିକ୍ରମ ଘଟିବ। ଯେଉଁମାନଙ୍କର ହସ୍ତା ଓ ଚିତ୍ରା କନ୍ୟା ସେମାନେ ସତର୍କ ହେବେ।

ଶୁଭରଙ୍ଗ: କଫି, ସଂଖ୍ୟା: , ଆରାଧନା: ମାଷୋଡ଼ଶୀ

ତୁଳା: ଘାତବାର ଓ ସପ୍ତମ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା ଓ ବ୍ୟଗ୍ରତା ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ। ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଏବଂ ସହଧର୍ମିଣୀଙ୍କ ସହଯୋଗ ପ୍ରାପ୍ତ କରିବେ।

ଶୁଭରଙ୍ଗ: ନୀଳ, ସଂଖ୍ୟା: ୧୨, ଆରାଧନା: ପ୍ରଭୁ ଶ୍ରୀରାମ

ବିଛା: ଗୁରୁବାର, ଷଷ୍ଠ ଚନ୍ଦ୍ର ଓ ନବମୀ ତିଥି ହେତୁ ଧନ, ସମ୍ପତ୍ତି, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ । ରୋଗ, ଋଣ ଓ ଶତ୍ରୁ ଏ ତିନୋଟିରୁ ମୁକ୍ତି ମିଳିବ। ଚାଲିଚଳନ, ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ଓ ସମସ୍ତଙ୍କର ମନ ଜିଣିବାରେ ସମର୍ଥ ହେବେ। ଯେଉଁମାନଙ୍କର ବିଶାଖା ଓ ଅନୁରାଧା ବିଛା ସେମାନେ ଉପକୃତ ହେବେ।

ଶୁଭରଙ୍ଗ: ଧଳା, ସଂଖ୍ୟା: , ଆରାଧନା: ମାଚଣ୍ଡୀ

ଧନୁ: ପଞ୍ଚମ ଚନ୍ଦ୍ର ଏବଂ ଅପରାହ୍ନ ୨ଟା ୧୭ ମିନିଟ୍‌ ପରେ ଘାତ ନକ୍ଷତ୍ର ହେତୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା ଏବଂ ଇତର ଜନଠାରୁ ଅପମାନ ପାଇବେ। ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ତାଙ୍କ କର୍ମକୁ ନେଇ ବିପଦରେ ପଡ଼ିବେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ କିମ୍ବା ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ଯେଉଁମାନଙ୍କର ମୂଳା ଓ ପୂର୍ବାଷାଢ଼ା ଧନୁ ସେମାନେ ସତର୍କ ହେବେ।

ଶୁଭରଙ୍ଗ: ଲାଲ, ସଂଖ୍ୟା: , ଆରାଧନା: ମାଧୂମାବତୀ

ମକର: କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ହେତୁ ଆର୍ଥିକ ଅବସ୍ଥାରେ ଉନ୍ନତି, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଓ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟ ଆରମ୍ଭ କରିବାକୁ ଉଦ୍ୟମ କରିବେ। କର୍ମରେ ସଫଳତା ଓ ସହକର୍ମୀଙ୍କ ସହାୟତା ପ୍ରାପ୍ତ ହେବ। ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: କଳା, ସଂଖ୍ୟା: , ଆରାଧନା : ମାଦକ୍ଷିଣକାଳୀ

କୁମ୍ଭ: ଘାତବାର ଓ ତୃତୀୟ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ଅସ୍ଥିର ରହିବ ଏବଂ ମନରେ ବିରକ୍ତିଭାବ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ। ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଏବଂ ଭାଇ, ଭଉଣୀଙ୍କ ପ୍ରତି ସ୍ନେହଭାବ ପ୍ରକାଶ ପାଇବ। ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଉପକୃତ ହେବେ।

ଶୁଭରଙ୍ଗ: ବାଇଗଣୀ, ସଂଖ୍ୟା: , ଆରାଧନା : ମାଦୁର୍ଗା

ମୀନ: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ, ଆର୍ଥିକ କ୍ଷତି, ଆର୍ଥିକ ଠକାମି ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମରେ ବିଫଳତା ଏବଂ କର୍ମ ପ୍ରତି ଆଳସ୍ୟତା ଭାବ ଅଧିକ ରହିବ। ଯେଉଁମାନଙ୍କର ରେବତୀ ମୀନ ସେମାନେ ସତର୍କ ହେବେ।

ଶୁଭରଙ୍ଗ: ଲାଲ, ସଂଖ୍ୟା: , ଆରାଧନା: ମାତାରା