PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

୨୦୨୪ କାହାର? ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବିରୋଧିଙ୍କ ବିଭାଜନ! ମମତା-ନୀତୀଶଙ୍କ ପରେ ଅଖିଳେଶଙ୍କ ନାଁକୁ ନେଇ ଚର୍ଚ୍ଚା

Image Courtesy: Live Hindustan

ନୂଆଦିଲ୍ଲୀ,୧୨/୦୮: ଯଦିଓ ୨୦୨୪ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟ ରଥକୁ ରୋକିବା ପାଇଁ ବିରୋଧୀ ଏକଜୁଟ ହେବାରେ ଲାଗିଛନ୍ତି, ତଥାପି କେଉଁଠି ନା କେଉଁଠି ବିରୋଧୀଙ୍କ ରାଜନୈତିକ ଗଣିତର ସମାଧାନ ହୋଇପାରୁନି ବୋଲି ଚର୍ଚ୍ଚା ହେଉଛି। ତେବେ ନୀତୀଶ କୁମାରଙ୍କ ବିବୃତ୍ତିରୁ ନେଇ ଏବେ ଏହିପରି କିଛି ସ୍ପଷ୍ଟ ହୋଇଛି। ସେ ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଏମସି ସାଂସଦ ସୌଗତା ରୟ ଏକ ବିବୃତ୍ତିରେ କହିଛନ୍ତି ଯେ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ଦଳ ବିରୋଧୀ ଦଳର ନେତାଙ୍କ ସହ କଥା ହେବ। ସେପଟେ ସମାଜବାଦୀ ପାର୍ଟି ମଧ୍ୟ ଏହି ଲଢ଼େଇକୁ ଲମ୍ଫ ମାରିଛି। ପାର୍ଟି ସାଂସଦ ଏସଟି ହାସନ କହିଛନ୍ତି ଯେ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ପଦ ପାଇଁ ଜଣେ ଉତ୍ତମ ପ୍ରାର୍ଥୀ ହୋଇପାରିବେ।

ବିହାରରେ ଅପ୍ରତ୍ୟାଶିତ ଭାବରେ ବିଜେପିକୁ ଅଲଗା କରି ନୀତୀଶ କୁମାର ମେଣ୍ଟସରକାର କରି କ୍ଷମତାକୁ ଆସିଲେ। ଶପଥ ଗ୍ରହଣ କରିବା ପରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ବିବୃତ୍ତିରେ କହିଥିଲେ ଯେ, ଯେଉଁମାନେ ୨୦୧୪ ରେ ଆସିଥିଲେ ସେମାନେ ୨୦୨୪ରେ ଆସିପାରିବେ ତ! ତାଙ୍କ ବିବୃତ୍ତି ପରେ ନୀତୀଶ କୁମାର ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ତୀବ୍ର ହୋଇଛି।

ସେପଟେ ଦୁଇ ପାଦ ଆଗକୁ ଯାଇ ଟିଏମସି ସାଂସଦ ସୌଗତ ରୟ କହିଛନ୍ତି ଯେ ତାଙ୍କ ଦଳର ସୁପ୍ରିମୋ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ଏଥିପାଇଁ ସେ ଦଳ ପକ୍ଷରୁ ବିରୋଧୀ ଦଳଙ୍କ ସହ କଥା ହେବା ବିଷୟରେ ମଧ୍ୟ କହିଥିଲେ। ଏହା ସ୍ପଷ୍ଟ ଯେ ୨୦୨୪ ମହାସମର ପୂର୍ବରୁ ଏନଡିଏ ଆଗରେ ପ୍ରାର୍ଥିଙ୍କ ମୁହଁ ଘୋଷଣା କରିବା ବିରୋଧୀଙ୍କ ପାଇଁ ଏକ ବଡ ଆହ୍ବାନ ହେବ।

ସମ୍ବନ୍ଧିତ ଖବର