PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

୩୩ ଥର ଟ୍ରାଫିକ୍ ନିୟମ ଭାଙ୍ଗିଛନ୍ତି ଏହି ଯୁବତୀ, ଲାଗିଲା ୨୪ ଲକ୍ଷ ଟଙ୍କାର ଜରିମାନା

ଲଣ୍ଡନ,୬।୭: ଟ୍ରାଫିକ୍ ନିୟମ ଭାଙ୍ଗିବା ଯୋଗୁଁ ୩୩ ଥର ଜରିମାନା ଦେଇ ସାରିଲେଣି ଏହି ଯୁବତୀ। ୩ ମାସ ଭିତରେ ୩୩ ଥର ଓଭର ସ୍ପିଡ୍‌ କରିବା କାରଣରୁ ସେ ଧରାପହିଛନ୍ତି। ଏହି କାରଣରୁ ଯୁବତୀଙ୍କ ଉପରେ ୨୪ ଲକ୍ଷ ୩୫ ହଜାର ଟଙ୍କାରୁ ଅଧିକ ଜରିମାନା ଲଗାଯାଇଛି। ତାଙ୍କର ଡ୍ରାଇଭିଂ ଉପରେ ଦେଢ ବର୍ଷ ପାଇଁ ରୋକ ଲଗାଇ ଦିଆଯାଇଛି।

‘ଦ ସନ୍‌’ର ରିପୋର୍ଟ ଅନୁସାରେ, ଏହି ଯୁବତୀଙ୍କ ନାଁ ଏନ୍ ମେରି କ୍ୟାସ୍। ସେ ବ୍ରିଟେନ୍‌ରେ କାର୍ଡଫ୍(ସାଉଥ୍ ଓ୍ବେଲସ୍‌)ରେ ରୁହନ୍ତି। ତାଙ୍କ କାରର ଓଭର ସ୍ପିଡ୍‌କୁ ଦେଖି ଗତ ବର୍ଷ ଅଗଷ୍ଟରୁ ଅକ୍ଟୋବର ଭିତରେ ୩୩ ଥର ସ୍ପିଡ୍‌ କ୍ୟାମେରା ଦେଖିଛି। କାରରେ ଆୟରଲ୍ୟାଣ୍ଡର ନମ୍ବର ପ୍ଲେଟ୍ ରହିଛ। ଯୁବତୀଙ୍କ ଉପରେ ୨୪ ଲକ୍ଷରୁ ଅଧିକ ଜରିମାନା ଲଗାଯାଇଛି। ସେଭଳି ୧୮ ମାସ ପର୍ଯ୍ୟନ୍ତ ଡ୍ରାଇଭିଂ କରିବା ପାଇଁ ଅଯୋଗ୍ୟ ଘୋଷିତ  କରାଯାଇଛି।

ଏନ୍ ମେରି କାର୍ଡିଫ୍‌ରେ ଥିବା ରାସ୍ତାରେ ସବୁଥର ଓଭର ସ୍ପିଡିରେ ଗାଡି ଚଳାଇଛନ୍ତି। ଦିନରେ ୮ ଥର କାର ଓଭର ସ୍ପିଡ୍‌ରେ ଚାଲୁଥିବାର ନଜର ଆସିଛି। ଏହାପରେ ଏହି ମାମଲାର ଯାଞ୍ଚ ପୋଲିସ ଆରମ୍ଭ କରିଛି, ଯାହାଫଳରେ ଜଣାପଡିଥିଲା ଲଗାତାର ଅପରାଧ କରୁଥିବା ବ୍ୟକ୍ତି ଜଣକ କିଏ? ପୋଲିସ ଏହି ସମୟରେ କାରକୁ ସାର୍ବଜନୀକ କରିଥିଲା। ଏହାପରେ ସାଉଥ୍ ଓ୍ବେଲସ୍ ପୋଲିସ ଏକ ଗାଡିକୁ ଧରିଥିଲା। ଏହି ସମୟରେ ଡ୍ରାଇଭର ପାଖରେ ନା ଇନସ୍ୟୁରାନ୍ସ ଥିଲା ନା ଲାଇସେନ୍ସ ଥିଲା। ଏହାପରେ ପୋଲିସ Nissan X-Trail  କାରକୁ ଜବତ କରିଛି। ତଦନ୍ତ ପରେ ଜଣାପଡିଥିଲା ଯୁବତୀ ଜଣକ କାରର ମାଲିକ। ଏନ୍ ମେରି ମଧ୍ୟ କୋର୍ଟରେ ନିଜର ଦୋଷ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର