PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

୫ ଫୁଟ ଲମ୍ବା ଓ ୫୪ କେଜି ଓଜନ, ଭଗବାନ ରାମଙ୍କ ବିଷୟରେ ଲେଖାଥିବା ଏହି ବହି ରହିଛି ଖୁବ୍ ଅଲଗା

ଲକ୍ଷ୍ନୌ,୨୭।୯: କ’ଣ ଆପଣ କେବେ ଏଭଳି ବହି ଦେଖିଛନ୍ତି, ଯାହାର ଲମ୍ବା ୬ ଫୁଟ୍, ଓଜନ ୫୪ କିଲୋଗ୍ରାମ୍ ଓ ମୂଲ୍ୟ ୮୦ ହଜାର ଟଙ୍କା। ଯଦି ଦେଖି ନାହାନ୍ତି ତେବେ ଆଜି ହିଁ ଲକ୍ଷ୍ନୌର ବଳରାମପୁର ଗାର୍ଡେନରେ ଲାଗିଥିବା ୧୯ ତମ ରାଷ୍ଟ୍ରୀୟ ପୁସ୍ତକ ମେଳା’ କୁ ଦେଖିକି ବସନ୍ତୁ। ଏହି ମେଳାରେ ଗୁଜରାଟ ଅହମ୍ମଦାବାଦରୁ ଆସିଥିବା ଅପୂର୍ବ ଶାହ ବହିର ପ୍ରଦର୍ଶନୀ ଲଗାଇଛନ୍ତି। ଖାସ୍ କଥା ଏହା ଯେ, ପୁରା ରାଷ୍ଟ୍ରୀୟ ପୁସ୍ତକ ମେଳାରେ ଏହା ହେଉଛି ଏକମାତ୍ର ବହି, ଯାହାକି ରେଡ୍ କାର୍ପେଟରେ ରଖାଯାଇଛି। ଏହି ବହିାର ନାଁ ‘ରାମ ଏକ ଆସ୍ଥା କା ମନ୍ଦିର’ ଯାହାକୁ ଅପୂର୍ବ ଶାହ ଲେଖିଛନ୍ତି। ଏହି ବହି ସେ ଦୀର୍ଘ ଦିନର ରିସର୍ଚ୍ଚ ପରେ ତିଆରି କରିଛନ୍ତି।

ଅପୂର୍ବ ଶାହଙ୍କ କହିବା ଅନୁସାରେ, ଏବେ ବହି ପଢିବାର ସମୟ ଚାଲିଯାଇଛି। ଲୋକମାନେ ହ୍ବାଟସଆପ୍ ଓ ମୋବାଇଲରେ ଅଧିକ ସମୟ ବ୍ୟସ୍ତ ରହୁଛନ୍ତି। ଏଭଳି ସ୍ଥିତିରେ କିଭଳି ବହି ଲୋକଙ୍କ ଧ୍ୟାନ ଆକର୍ଷଣ କରିବ ତାହା ଭାବି ଏତେ ଲମ୍ବା ଓ ଆକର୍ଷଣୀୟ ବହି ପ୍ରସ୍ତୁତ କରାଯାଇଛି। ଏହି ବହିରେ ମାତ୍ର ୩୬ ପୃଷ୍ଠା ରହିଛି। ବହିର ଲେଖକ ଅପୂର୍ବ ଶାହ କହିଛନ୍ତି, ପ୍ରାୟ ୬ ମାସ ପର୍ଯ୍ୟନ୍ତ ୪ ଥର ଲକ୍ଷ୍ନୌ ୪ଥର ଅଯୋଧ୍ୟା ଓ ୨ ରୁ ଅଧିକ ଥର ବନାରସ୍ ଆସି ବିଦ୍ବାନଙ୍କୁ ଭେଟି ସବୁ ବିଷୟ ଉପରେ ଚର୍ଚ୍ଚା କରିବା ପରେ ଏହି ବହିକୁ ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ ଏହା ଲକ୍ଷ୍ନୌ ପାଇଁ ଏପର୍ଯ୍ୟନ୍ତର ସବୁଠାରୁ ଅଦ୍ଭୁତ ବହି, କାରଣ ଲକ୍ଷ୍ନୌର ଲୋକେ ଆଜିଠାରୁ ପୂର୍ବରୁ କେବେ ଏଭଳି ବହି ଦେଖିନଥିଲେ। ଏହି କାରଣରୁ ପିଲା କିମ୍ବା ବୟସ୍କ ସମସ୍ତଙ୍କୁ ଏହି ବହି ସହିତ ସେଲଫି ନେବାର ଖୁବ୍ ଉତ୍ସାହ ରହିଛି।

ଅପୂର୍ବ ଶାହ କହିଛନ୍ତି, ଏହି ବହି ସେ କାହାକୁ ବିକ୍ରି କରିବା ପାଇଁ ତିଆରି କରିନାହାନ୍ତି, ବଂର ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ତିଆରି କରିଛନ୍ତି। ଏହାର ଏକ ଛୋଟ ବହି ରହିଛି, ଯାହାର ମୂଲ୍ୟ ପ୍ରାୟ ୨୮୦ ଟଙ୍କା। ଲୋକମାନେ ତାକୁ କିଣି ପଢିପାରିବେ। ଛୋଟ ବହି ଏପର୍ଯ୍ୟନ୍ତ ୧୦୦ ରୁ ଅଧିକ ଥର ବିକ୍ରି ହୋଇସାରିଛି। ପୁସ୍ତକ ମେଳାରେ ଆସିଥିବା ବୈଶାଳୀ ଓ ହର୍ଷିତା ଆଲୋଚନା ବେଳେ କହିଛନ୍ତି, ଏହି ବହିକୁ ଖୁବ୍ ପସନ୍ଦ କରିଛନ୍ତି ଓ ସେ ଏହାକୁ ମଧ୍ୟ କିଣିଛନ୍ତି। ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ବୃଜେଶ ପାଠକ ପୁସ୍ତକ ମେଳାର ଉଦଘାଟନ ସମାରୋହରେ ଯୋଗ ଦେଇଥିଲେ। ସେ ଅପୂର୍ବ ଶାହଙ୍କ ବହିକୁ ଦେଖି ଖୁବ୍ ଖୁସି ହୋଇଯାଇଥିଲେ ଓ ଏହି ବହି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାରରେ ଦେବା କଥା କହିଥିଲେ।

ସମ୍ବନ୍ଧିତ ଖବର