ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆମେରିକା ସେନାରେ ତୃତୀୟଲିଙ୍ଗୀଙ୍କ ଭର୍ତ୍ତି ଉପରେ ଲାଗିପାରେ ରୋକ୍‌,ଆଦେଶରେ ସ୍ୱାକ୍ଷର କଲେ ଟ୍ରମ୍ପ

Published By : Anindita Ratha | January 29, 2025 8:54 AM

ନୂଆଦିଲ୍ଲୀ,୨୯/୦୧: ଏଣିକି ଆମେରିକା ସେନାରେ ତୃତୀୟଲିଙ୍ଗୀ ବ୍ୟକ୍ତିଙ୍କ ଭର୍ତ୍ତି ଉପରେ ଲାଗିପାରେ କଟକଣା।  ଏକ କାର୍ଯ୍ୟକାରୀ ଆଦେଶରେ ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ । ଆଉ ଏହାର ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ପିଟ୍‌ ହେଗ୍‌ସେଥ୍‌ ପେଣ୍ଟାଗନ୍‌  । ଏହାପରେ ଟ୍ରାନ୍ସଜେଣ୍ଡର ବା ତୃତୀୟଲିଙ୍ଗୀ ସୈନିକଙ୍କୁ ଆମେରିକା ସେନାରେ ସାମିଲ କରାଯିବା ଉପରେ କଟକଣା ଲଗାଇବା ଲାଗି ନିଷ୍ପତ୍ତି ନେଇପାରନ୍ତି । ଏଥିସହ କରୋନା ମହାମାରୀ ବେଳେ ଟିକା ନେବାକୁ ମନା କରି ଚାକିରିରୁ ବରଖାସ୍ତ କରାଯାଇଥିବା ସୈନିକଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରେ । 

ତେବେ ୨୦୨୧ରେ କୋଭିଡ୍‌ ଟିକା ନେବାକୁ ମନାକରିବାରୁ ପ୍ରାୟ ୮,୨୦୦ ସୈନ୍ୟଙ୍କୁ ବିଦା କରିଦିଆଯାଇଥିଲା । ଟ୍ରମ୍ପ୍‌ ନିଜ ଆଦେଶରେ କହିଛନ୍ତି, ତୃତୀୟଲିଙ୍ଗୀ ଭାବେ ପରିଚିତ ହେଉଥିବା ସୈନ୍ୟଙ୍କ ସେବା ଜଣେ ସୈନିକଙ୍କ ସମ୍ମାନଜନକ, ସତ୍ୟନିଷ୍ଠ ଏବଂ ଅନୁଶାସନପୂର୍ଣ୍ଣ ଜୀବନଶୈଳୀ ପ୍ରତି ପ୍ରତିବଦ୍ଧତା ସହ ଦ୍ୱନ୍ଦ୍ୱ ସୃଷ୍ଟି କରେ । ଏଥିସହ ବ୍ୟକ୍ତିଗତ ଜୀବନ ଏବଂ ଅନ୍ୟ ସୈନ୍ୟଙ୍କ ପ୍ରସ୍ତୁତି ଦୃଷ୍ଟିରୁ ବି ହାନିକାରକ ହୋଇଥାଏ । ତେଣୁ ଏ ସମ୍ବନ୍ଧରେ ନୀତି ପ୍ରସ୍ତୁତ କରାଯିବା ଜରୁରି । ଏହା ବାଦ୍‌ ଟ୍ରମ୍ପ୍‌ ରାଷ୍ଟ୍ରପତି ଭାବେ ନିଜ ପ୍ରଥମ କାର୍ଯ୍ୟକାଳରେ ଆମେରିକା ସ୍ପେସ୍‌ କମାଣ୍ଡ ଏବଂ ୟୁଏସ୍‌ ସ୍ପେସ୍‌ ଫୋର୍ସ ସ୍ଥାପନ କରିଥିଲେ । ଏବେ ଟ୍ରମ୍ପ୍‌ ମହାକାଶରେ ମିସାଇଲ ଡିଫେନ୍ସ ସିଷ୍ଟମ ସ୍ଥାପନ କରିବା ଦିଗରେ କାମ କରିବା ଲାଗି ପେଣ୍ଟାଗନ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକା ଅଭିଯୋଗ କରୁଛି ଯେ ଚୀନ୍‌, ରୁଷ୍‌ ଏବଂ ଅନ୍ୟ ଦେଶ ମହାକାଶରେ ହତିଆରକରଣକୁ ପ୍ରୋତ୍ସାହିତ କରୁଛନ୍ତି । ତେଣୁ ଆମେରିକା ଏ ଦିଗରେ କାମ କରି ମହାକାଶରେ ଏକ ମିସାଇଲ ଡିଫେନ୍ସ ସିଷ୍ଟମ ବିକଶିତ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.