ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଯାତ୍ରୀଙ୍କ ପାଇଁ ଖୁସି ଖବର ; ପୁଣି ଖୋଲିଲା ବନ୍ଦ ଥିବା ୩୨ ବିମାନ ବନ୍ଦର

Published By : Ankita S | May 12, 2025 2:23 PM

ନୂଆଦିଲ୍ଲୀ,୧୨/୦୫: ଅପରେସନ୍ 'ସିନ୍ଦୂର'କୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା । ଏହାକୁ ନେଇ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ଯାଏ ଦେଶର ୩୨ଟି ବିମାନ ବନ୍ଦର ବନ୍ଦ ରହିଥିଲା । ଏବେ ସ୍ଥିତିରେ ସୁଧାର ଆସିବାରୁ ଯୁଦ୍ଧ ଭୟ ଟଳିଛି । ତେଣୁ ପୁଣି ୩୨ ବିମାନ ବନ୍ଦରକୁ ଖୋଲା ଯାଇଛି । ଏ ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ନାଗରିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତର ଏବଂ ପଶ୍ଚିମ ଭାରତର ୩୨ ବିମାନ ବନ୍ଦର ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା । ଘରୋଇ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଥିଲା । ମେ ୧୫ ସକାଳ ୫ଟା ୩୦ ଯାଏଁ ଉଡାଣ ରଦ୍ଦ ରହିଥିଲା  । ବ‌ର୍ତ୍ତମାନ ଯୁଦ୍ଧ ସଙ୍କଟ ଟଳି ଥିବାରୁ ୩୨ ବିମାନ ବନ୍ଦରକୁ ପୁଣି ଖୋଳା ଯାଇଛି । ଅଧମପୁର, ଅମ୍ବାଲା, ଅମୃତସର, ଅବନ୍ତୀପୁର, ବଠିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ହିଣ୍ଡନ, ଜୈସାଲେମର, ଜମ୍ମୁ, ଜାମନଗର, ଜୋଧପୁର, କାଣ୍ଡଲା, କାଙ୍ଗଡା, କେଶୋଦ, କିଶନଗଡ, କୁଲ୍ଲୁ ମନାଲି, ଲେହ, ଲୁଧିୟାନା, ମୁନ୍ଦ୍ରା, ନଲିଆ, ପଠାନକୋଟ, ପଟିଆଲା, ପୋରବନ୍ଦର, ରାଜକୋଟ, ସରସାୱା, ଶିମଲା, ଶ୍ରୀନଗର, ଥୋଇସ୍, ଉତ୍ତରଲାଇ ବିମାନ ବନ୍ଦର ବନ୍ଦ  ହୋଇଥିଲା ।

ଭାରତ-ପାକ୍ ଯୁଦ୍ଧ ସ୍ଥିତି ଯୋଗୁଁ ବିମାନ ବନ୍ଦର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମସ୍ତ ଯାତ୍ରୀଙ୍କ ପାଇଁ ସେକେଣ୍ଡାରୀ ଲ୍ୟାଡର ପଏଣ୍ଟ ଚେକ୍‌ ଅନିବାର୍ଯ୍ୟ କରାଯାଇଛି । ଭିଜିଟର ଏଣ୍ଟ୍ରି ସମ୍ପୂର୍ଣ୍ଣ ଭାବେ ସସପେଣ୍ଡ୍ କରାଯାଇଛି । ଏୟାର ମାର୍ସଲ ନିୟୋଜିତ କରାଯାଇଛି । ଅତି କମ୍‌ରେ ୩ ଘଣ୍ଟା ଆଗରୁ ବିମାନ ବନ୍ଦରରେ ପହଞ୍ଚିବାକୁ ଏୟାରଲାଇନ ଯାତ୍ରୀମାନଙ୍କୁ ଅନୁରୋଧ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.