ପୁରୀ, ୧୭।୨ ଷ୍ଟାଡିୟମ ଭିତରକୁ ବୋମାମାଡ। ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମକୁ ବୋମାମାଡ। ସେବାୟତ ପ୍ରିମିଅର ଲିଗ୍ ମ୍ୟାଚ ଚାଲିଥିବା ବେଳେ ଫୁଟିଲା ବୋମା। ଗୋଟିଏ ବୋମା ଫୁଟିଥିବା ବେଳେ ପଡିଆ ପାଖରେ ଦୁଇଟି ଅଫୁଟା ବୋମା ପଡ଼ି ରହିଛି।‌ ଷ୍ଟାଡିୟମ ନିକଟ ରାସ୍ତାରେ ଏକ ବ୍ୟାଗ ଭିତରେ ମଧ୍ୟ ବୋମା ଥିବା ଜଣାପଡିଛି। ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି  ଘଟଣାର ତଦନ୍ତ କରୁଛି।