ନୂଆଦିଲ୍ଲୀ,୩୧/୦୮: ପଶ୍ଚିମ ଆଫ୍ରିକା ତଟରେ ବଡ଼ ଦୁର୍ଘଟଣା ଘଟିଛି । ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝି ଦରିଆରେ ବୁଡ଼ି ଯାଇଛି । ଦୁର୍ଘଟଣାରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଛି । ଗାମ୍ବିଆ ବୈଦେଶିକ ମନ୍ତ୍ରଣାଳୟ ବିଳମ୍ବିତ ରାତିରେ ଦୁର୍ଘଟଣା ନେଇ ସୂଚନା ଦେଇଛନ୍ତି । ଗତ କିଛି ବର୍ଷ ହେବ ୟୁରୋପ ଯାଉଥିବା ପ୍ରବାସୀଙ୍କ ପାଇଁ ଏହା ସବୁଠୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି ।

ନ୍ୟୁଜ ଏଜେନ୍ସିଂ ରଏଟର୍ସ ମୁତାବିକ, ଡଙ୍ଗା ଗାମ୍ବିଆରୁ ବାହାରିଥିଲା । ଏଥିରେ ଅଧିକାଂଶ ଲୋକ ଗାମ୍ବିଆ ସେନେଗଲ ଯାତ୍ରୀ ଥିଲେ । ଡଙ୍ଗାଟି ମାରିଟାନିୟା ତଟ ନିକଟରେ ବୁଡି ଯାଇଥିଲା । ଅଧିକାରୀଙ୍କ ସୂଚନା ଅନୁସାରେ ପ୍ରାୟ ୧୫୦ ଜଣ ଡଙ୍ଗାରେ ଥିଲେ । ଯେଉଁଥିରୁ ୧୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମେରିଟାଇୟାଇ ପ୍ରଶାସନ ୭୦ ମୃତଦେହ ଉଦ୍ଧାର କରିଛି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

ପ୍ରବାସନର ଏହି ମାର୍ଗକୁ ଦୁନିଆର ସବୁଠୁ ବିପଦଜନକ ବୋଲି ବିବେଚନା କରାଯାଏ । ଏହି ଆଟଲାଣ୍ଟିକ ରୁଟ୍‌ ପଶ୍ଚିମ ଆଫ୍ରିକାରୁ ସ୍ପେନ୍‌ର କେନେରୀ ଦ୍ବୀପ ଯାଏ ଯାଇଥାଏ । ହଜାର ହଜାର ଲୋକ ଏହି ରାସ୍ତା ଦେଇ ୟୁରୋପ ପହଞ୍ଚିଥାନ୍ତି । ୟୁରୋପ ସଂଘ ଅନୁସାରେ, ଗତବର୍ଷ ୪୬,୦୦୦ରୁ ଅଧିକ ଅବୈଧ ପ୍ରବାସୀ କେନେରୀ ଦ୍ୱୀପ ପହଞ୍ଚିଛନ୍ତି । ଯାହା ଏଯାବତ ରେକର୍ଡ କରିଛି । କାମିନାଣ୍ଡୋ ଫ୍ରଣ୍ଟେରାସ ଅନୁସାରେ, ୧୦ ହଜାରରୁ ଅଧିକ ପ୍ରବାସୀଙ୍କ ମୃତ୍ୟୁ ହୋଇଛି । ଯାହା ୨୦୨୩ ତୁଳନାରେ ୫୯ ପ୍ରତିଶତ ଅଧିକ । ଏପରି ବିପଦଜନକ ଯାତ୍ରା ନକିରବାକୁ ଗାମ୍ବିଆ ବୈଦେଶିକ ମନ୍ତ୍ରଣାଳୟ ତାର ନାଗରିକଙ୍କୁ ଅପିଲ୍‌ କରିଛି  ।