ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ, ଅନାଥ ହୋଇଗଲେ ଦୁଇ ପୁଅ

Published By : Harapriya Sethi | November 2, 2024 8:36 AM

ବରଗଡ଼, ୦୨/୧୧: ସ୍ତ୍ରୀକୁ ଛୁରି ଭୁସି ହତ୍ୟା କରି  ସ୍ୱାମୀର ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି  ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍‌ କୁସନପୁରୀ ବିଜୟା ଛକରେ ।  ମୃତକ ହେଲେ କିଶୋର ଭୁଏ (୩୮) ଓ ସ୍ତ୍ରୀ ସୁନୀତା  ଭୁଏ (୩୨) । ପୁଲିସ୍‌ ମୃତଦେହ ଜବତ କରି ତନାଘନା  ଆରମ୍ଭ କରିଛି ।  

ପୁଲିସ୍‌ ସୂଚନା ଅନୁଯାୟୀ, ଅମ୍ବାଭୋନା ଥାନା ଅନ୍ତର୍ଗତ ଦ୍ୱାରୀ  ଗାଁର ମୂଳ ବାସିନ୍ଦା କିଶୋର ଓ ସୁନୀତା ୧୪ ବର୍ଷ ତଳେ  ପ୍ରେମ ବିବାହ କରିଥିଲେ । କୌଣସି କାରଣରୁ ପ୍ରାୟ ୪ବର୍ଷ ହେଲା ଦମ୍ପତି ଭଟଲିରେ ଭଡ଼ାରେ ରହୁଥିଲେ । ଉଭୟଙ୍କ ଦୁଇ ପୁଅ ଅଛନ୍ତି । ପେସାରେ କିଶୋର ଦିନ ମଜୁରିଆ ।  ସୁନୀତା ବିଭିନ୍ନ ଘରେ କାମ କରୁଥିଲେ । ଦମ୍ପତି କଠିନ  ପରିଶ୍ରମ କରି ପରିବାର ଚଳାଉଥିଲେ । ହେଲେ କୌଣସି  କାରଣରୁ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା ।  ଗୁରୁବାର ରାତିରେ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କିଶୋର ଛୁରି ଭୁସି  ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।  ଘର ମାଲିକଙ୍କଠାରୁ ସୂଚନା ପାଇ ଥାନାଧିକାରୀ ବିଭୂତି ଭୂଷଣ  ଦଳେଇ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌  ଟିମ୍‌ ସହାୟତାରେ ତଦନ୍ତ କରିଛନ୍ତି । ବରଗଡ ଏଏସ୍‌ପି,  ଏସଡିପିଓଙ୍କ ସମେତ ଉଚ୍ଚପଦାଧିକାରୀ ମଧ୍ୟ ତନାଘନା  କରିଛନ୍ତି । 

ପ୍ରାଥମିକ ତଦନ୍ତରୁ ମହିଳାଙ୍କ ପେଟରେ ଛୁଟି  ଭୁସା ଯାଇଥିବା ସ୍ପଷ୍ଟ ହୋଇଛି । କିଶୋରଙ୍କ ମୃତଦେହ  ଓଢ଼ଣିରେ ଝୁଲୁଥିଲା । ତେବେ କିଶୋରଙ୍କ ମରଶରୀରର  ଆଣ୍ଠୁରୁ ତଳକୁ ଚଟାଣରେ ଲାଗିଥିଲା । ତେଣୁ ତାଙ୍କର  ଆତ୍ମହତ୍ୟା ତଦନ୍ତ ସାପେକ୍ଷ ହୋଇଛି । ଅନ୍ୟପଟେ ସଉନ୍ତାମାଲ  ଗ୍ରାମରେ ରହୁଥିବା ମୃତ ସୁନୀତାଙ୍କ ମା’ ଫୁଲତୁଲି ଭଏସାର୍‌  ସୂଚନା ପାଇ କୁସନପୁରୀରେ ପହଞ୍ଚିଥିଲେ । ଝିଅକୁ ହତ୍ୟା କରାଯାଇଥିବା ନେଇ ସେ ଭଟଲି ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି । ମୃତ ଦମ୍ପତିଙ୍କ ଦୁଇ ପୁଅ ଘଟଣା ବିଷୟରେ କିଛି କହିପାରୁନାହାନ୍ତି । ହେଲେ ଦାମ୍ପତ୍ୟ କଳହ ପଛର କାରଣ  ପରକୀୟା ପ୍ରୀତି ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି  ଘଟଣାର ରହସ୍ୟ ଉନ୍ମୋଚନ କରିବା ପୁଲିସ୍‌ ପାଇଁ ଆହ୍ୱାନ  ପାଲଟିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.