ମୁଜାଫରପୁର, ୦୪/୦୬ : ଡାକ୍ତର ନା ନରରାକ୍ଷସ। ମାତ୍ର ଟଙ୍କା କେଇଟା ପାଇଁ ହଜିଗଲା ମାନବିକତା। ବାକି ଟଙ୍କା ନମିଳିବାରୁ ଭାଙ୍ଗିଦେଲା ନୀରିହାର ଗୋଡ଼। ଯେଉଁ ହାତରେ ହାଡ଼ ଯୋଡ଼ିଥିଲେ, ସେହି ହାତରେ ପୁଣି ଭାଙ୍ଗିଦେଲେ ଡାକ୍ତର। ଉତ୍ତର ପ୍ରଦେଶ ମୁଜାଫରନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୧୪ ବର୍ଷୀୟା ମାନସିକ ଭିନ୍ନକ୍ଷମ ଝିଅକୁ ଧରି ଜଣେ ବିଧବା ଅସହାୟ ମା ଜିଲ୍ଲାପାଳଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି। ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ରରେ ମାଗଣା ଚିକିତ୍ସା ବଦଳରେ ଟଙ୍କା ଅସୁଲ କରାଯାଉଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଝିଅର ଚିକିତ୍ସା ସହ ଉକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। 

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ଦେଢ ମାସ ତଳେ ଜିଲ୍ଲା ହସ୍ପିଟାଲରେ ତାଙ୍କ ଝିଅର ଡାହାଣ ଗୋଡ ଅପରେସନ ହୋଇଥିଲା। ଏଥିପାଇଁ ହସ୍ପିଟାଲ କର୍ମଚାରୀ ୨୫ ହଜାର ଟଙ୍କା ଦାବି କରିଥିଲେ। ମହିଳା ଜଣଙ୍କ ଟଙ୍କା ଦେବାକୁ ଅସମର୍ଥ ଥିବାରୁ ସେମାନେ ଚିକିତ୍ସା ପାଇଁ ମନା କରିଦେଇଥିଲେ। ଜିଲ୍ଲାପାଳଙ୍କ ନିକଟରେ କାକୁତି ମୀନତି ହେବାରୁ ସେ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ଵେ ହସ୍ପିଟାଲ କର୍ମଚାରୀ ତାଙ୍କୁ ୮ ହଜାର ଟଙ୍କା ପାଇଁ ବାଧ୍ୟ କରିଥିଲେ। ମହିଳା ଜଣଙ୍କ ତାଙ୍କ ଝିଅକୁ ଚେକଅପ୍ ପାଇଁ ନେଇ ଯାଇଥିବା ବେଳେ ଅପରେସନ କରିଥିବା ଡାକ୍ତର ଚତୁର୍ବେଦୀ ନାବାଳିକାର ଗୋଡ ଜୋର ଜବରଦସ୍ତି ମୋଡି ଦେଇଥିଲେ। ନାବାଳିକା ଚିତ୍କାର କରିବାରୁ ତାଙ୍କ ମା ଦୌଡ଼ି ଯାଇଥିଲେ। ହେଲେ ଡାକ୍ତର ସେଠାରୁ ତାଙ୍କୁ ଭଗେଇ ଦେଇଥିଲେ। 

ଆହୁରି ପଢନ୍ତୁବଦଳିଲା ପାଗର ମିଜାଜ୍, କେରଳ ଛୁଇଁଲା ମୌସୁମୀ ବାୟୁ

ପରେ ଏକ୍ସରେ କରିବାରୁ ନାବାଳିକାଙ୍କ ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା। ଏହାପରେ ମହିଳା ଜଣଙ୍କ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣିନଥିଲେ। ଶେଷରେ ସେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଏହି ଘଟଣାର ସବିଶେଷ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମଓରୁ ନିର୍ଦ୍ଦେଶ ଦିଆଯାଇଛି। 

ଧରାପଡ଼ିଲା ସାଇକେଲ୍ ଚୋର,୨୫ଟି ସାଇକେଲ୍ ଚୋରି କରିଥିବା ଅଭିଯୁକ୍ତକୁ ଧରିଲା ପାଟଣାଗଡ଼ ପୋଲିସ