ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଆନ୍ଧ୍ରପ୍ରଦେଶ ପଥର ଖାଦାନରେ ବିସ୍ଫୋରଣ ଘଟଣା : ଦୁଇ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିଲା

Published By : Suraj Kumar | August 4, 2025 8:12 PM

ଧରାକୋଟ,୪।୮ : ଆନ୍ଧ୍ର ପ୍ରଦେଶର ବାଲିକୁରଭା ମଣ୍ଡଳର ମଲାୟାପୁଲମ ଗାଁ ନିକଟରେ ରହିଥିବା ପଥର ଖାଦାନରେ ବିସ୍ଫୋରଣ ଘଟି ପଥର ତଳେ ଚାପି ହୋଇ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬ ଜଣ ଶ୍ରମିକଙ୍କ  ରବିବାର ମୃତ୍ୟୁ ଘଟିଛି। ଏହି ଛଅ ଜଣ ଙ୍କ ମଧ୍ୟରେ ଧରାକୋଟ ବ୍ଲକର କସେଇ ଗାଁର ସନ୍ତୋଷ ଗୌଡ଼ (୩୬) ଓ ବାହାଡ଼ାଗୁଡା ଗାଁର ମୁସା ଜେନା (୪୩) ଙ୍କର ମୃତ୍ୟୁ ଘଟିଛି। 

ଆନ୍ଧ୍ର ପ୍ରଦେଶ ପ୍ରଶାସନ ତରଫରୁ ଆମ୍ବୁଲାନ୍ସ ଯୋଗେ ୬ଟି ମୃତଦେହକୁ ଓଡ଼ିଶା ପଠାଇବା ପରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଭାରପ୍ରାପ୍ତ ବିଡିଓ ସୁଶିଲ ପଟ୍ଟନାୟକ ସନ୍ତୋଷ ଓ ମୁସାଙ୍କ ଶବକୁ ପରିବାରର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଛତ୍ରପୁର ସନ୍ତୋଷ କୁମାର ପୃଷ୍ଟି, ଭଂଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା,ସହକାରୀ ଶ୍ରମ ଅଧିକାରୀ ହୃଷୀକେଶ ରାଓ ପ୍ରମୁଖ ଉଭୟଙ୍କ ଗାଁରେ ପହଞ୍ଚିଥିଲେ। ମୃତଦେହ ଗାଁରେ ପହଞ୍ଚିବା ପରେ  ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଆତ୍ମୀୟ ପରିଜନମାନେ ଗାଁ ଶ୍ମଶାନରେ ଶବ ଦାହ କରିଥିଲେ ।

ବାଣିଜ୍ୟ,ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ଆସିକା ଜିଲ୍ଲା ବିଜେପି ସଭାପତି ବିଜୟ ସ୍ୱାଇଁ, ବିଜେପି ନେତା ଉତ୍ତମ ପାଣିଗ୍ରାହୀ ପ୍ରମୁଖ ଉଭୟ ଗାଁରେ ପହଞ୍ଚି ପରିବାରର ସଦସ୍ୟ ମାନଙ୍କୁ ସମବେଦନା ଜଣାଇଥିଲେ । ଏହି ଅବସରରେ ଆନ୍ଧ୍ର ସରକାରଙ୍କ ତରଫରୁ ୨୦ ହଜାର 

ଟଙ୍କା ଓ ରେଡକ୍ରସ ତରଫରୁ ୩୦ ହଜାର ଟଙ୍କା ମୋଟ ୫୦ ହଜାର ଟଙ୍କା ଲେଖାଏଁ ଉଭୟ ପରିବାରକୁ ପ୍ରଦାନ କରାଯାଇଥିଲା । ଏହା ମଧ୍ୟରେ ରାଜ୍ଯ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି। 

ସବୁଠାରୁ ଦୁଃଖଦ ଘଟଣା ସ୍ବାମୀ ମୁସା ଙ୍କୁ ହରାଇ ସ୍ତ୍ରୀ ମଞ୍ଜୁଳା, ପୁଅ ଆଲୋକ ଓ ଝିଅ ରୂପାଲି ବେସାହାରା ହୋଇଯାଇଥିବା ବେଳେ ସେପଟେ ସନ୍ତୋଷ ଙ୍କୁ ହରାଇ ସ୍ତ୍ରୀ ରିନା,ଝିଅ ତପସ୍ୟା ଓ ଆଶା ବେସାହାରା ହୋଇଯାଇଛନ୍ତି । ଉଭୟଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଉଭୟ ପରିବାରକୁ ଅଧିକ କ୍ଷତି ପୂରଣ ପ୍ରଦାନ ପାଇଁ ଗାଁ ଲୋକେ ଦାବୀ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.