ଭୁବନେଶ୍ୱର ୦୭/୧୧: ସହର ଭିତରେ ଏଣିକି ଆଉ ଦ୍ରୁତ ବେଗରେ ମୋ ବସ୍‌ ଗଡ଼ିବନି ।  ୩୫ ଡେଇଁଲେ ଗାଡ଼ି ଆପେ ବନ୍ଦ ହୋଇଯିବ । ମୋ ବସ୍‌ରେ ସ୍ପିଡ୍‌ ଗଭର୍ଣ୍ଣର ଲଗାମ ରହିବ ।  ଆମାନିଆ ଡ୍ରାଇଭରମାନଙ୍କୁ ସାବଡ୍‌ କରାଯିବ ।  ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର  ଏପରି ତାଗିଦ କରିଛନ୍ତି । 

ଚନ୍ଦ୍ରଶେଖରପୁର ମୋ ବସ୍‌ ଦୁର୍ଘଟଣା ପରେ  କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଆକ୍ସନ ମୋଡ୍‌କୁ ଆସିଛି । ଏଣିକି ସହର ଭିତରେ ଚାଲୁଥିବା  ସବୁ ବସ୍‌ରେ ସ୍ପିଡ୍‌ ଲିମିଟକୁ ନିୟନ୍ତ୍ରଣ କରାଯିବ ।  ସହର ଭିତରେ ବସର ଘଣ୍ଟା ପ୍ରତି ବେଗ ୩୫  କମି ରହିବ । ସେହିପରି କଟକ-ପୁରୀ ଓ ଖୋର୍ଦ୍ଧା  ଯାଉଥିବା ବସ୍‌ ଗୁଡିକରେ ବେଗକୁ ଘଣ୍ଟା ପ୍ରତି ୫୦  କିମିରେ ଧାର୍ଯ୍ୟ କରାଯିବ । ଯଦି ଡ୍ରାଇଭର ଗାଡିକୁ ନିର୍ଦ୍ଧିାରିତ ବେଗରୁ ଅଧିକ ବେଗରେ ନେବାକୁ  ଚାହିଁବେ ତେବେ ଗାଡି ଆପେ ବନ୍ଦ ହୋଇଯିବ । 

ଗୁରୁବାରଠୁ ମୋ ବସ୍‌ରେ ଠାରୁ ସ୍ପିଡ୍‌ ଲିମିଟ କରାଯିବ । ତେବେ ବେଗ କମିଗଲେ ସମୟ ସାରଣୀ ମଧ୍ୟ ପରିବର୍ତ୍ତନ ହେବ । ଉଦାହରଣ ସ୍ୱରୂପ  ଯେଉଁ ଗାଡି ଦିନ ୧୨ଟା ବେଳେ ପହଞ୍ଚୁଥିଲା, ତାହା  ଆହୁରି ୧୫ରୁ ୨୦ ମିନିଟ୍‌ ବିଳମ୍ବ ହେବ । ତେଣୁ  ନୂଆ ବସ୍‌ ଟାଇମିଂ କରିବାକୁ କ୍ରୁଟ ଯୋଜନ ହେବ।

ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ଯେ,  ସହର ଭିତରେ ମୋ ବସ୍‌ ବେଗ ପାଇଁ ନୁହେଁ,  ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟୁଛି ।  ତେଣୁ ପ୍ରଥମେ ବଡ ମୋ ବସ୍‌ ବଦଳରେ ଆହୁରି  ଅଧିକ ସଂଖ୍ୟକ ଇ-ବସ୍‌ ଚଳପ୍ରଚଳ କରୁ ।  ସେହିପରି ଡ୍ରାଇଭରମାନଙ୍କୁ ତାଗିଦ କରିବାକୁ  ଲୋକେ ଦାବି କରିଛନ୍ତି ।  ସେପଟେ ଆଜି ମନ୍ତ୍ରୀ କହିଛନ୍ତି ଯେ, ଉପଯୁକ୍ତ  ପ୍ରଶିକ୍ଷଣ ପାଇଥିବା ଡ୍ରାଇଭର ମାନଙ୍କୁ ନିଯୁକ୍ତି କରାଯିବ । ମୋ ବସ୍‌ ଚଳାଇବା ପୂର୍ବରୁ ସବୁ ବସ୍‌  ଡ୍ରାଇଭରଙ୍କର ମଦ୍ୟପାନ କରିଛନ୍ତି କି ନାହିଁ ତାହା  ଯାଞ୍ଚ କରାଯିବ । ଆବଶ୍ୟକ ପଡ଼ିଲେ ଟିମ୍‌ ଅଚାନକ  ଯାଞ୍ଚ କରିବେ । ୩ ବର୍ଷ ମଧ୍ୟରେ ମୋ ବସ୍‌ ଦ୍ୱାରା ପାଖାପାଖି  ୪୫ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୦ ଜଣଙ୍କର  ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଊଦ୍ଧ୍ୱର୍ ଲୋକେ  ଗୁରୁତର ଆହତ ହୋଇଛନ୍ତି ।