କୋଣାର୍କ,୧୩/୦୭: ଚନ୍ଦ୍ରଭାଗା ସମୁଦ୍ରରେ ଓଲଟିଲା ଡଙ୍ଗା। ଅଳ୍ପକେ ବର୍ତ୍ତିଗଲେ ୫ ମତ୍ସ୍ୟଜୀବୀ। ତେବେ ସମୁଦ୍ର ଜୁଆରିଆ ସତ୍ତ୍ୱେ ମାଛ ଧରିବା ପାଇଁ ସକାଳୁ ତେଲୁଗୁ ବସ୍ତିର ୫ ଜଣ ମତ୍ସ୍ୟଜୀବୀ ଡଙ୍ଗା ଧରି ସମୁଦ୍ରକୁ ପଶିଥିଲେ।ହଠାତ୍ ବଡ ଲହଡ଼ିରେ ଡଙ୍ଗା ଓଲଟି ପଡିଥିଲା। ଏଥିରେ ଥିବା ସମସ୍ତ ମତ୍ସ୍ୟଜୀବୀମାନେ ପହଁରି କୂଳକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲ ପଠାଯାଇଛି। ଡଙ୍ଗା ଭାଙ୍ଗିଯାଇ ଥିବାବେଳେ ମତ୍ସ୍ୟଜୀବୀଙ୍କ ହାତରେ ଆଘାତ ହୋଇଛି।

ଶରଦ ପାୱାରଙ୍କ ଦଳରେ ହଲଚଲ୍, ଅଧକ୍ଷ ପଦ ଛାଡ଼ିଲେ ଜୟନ...