ଲାଠୋର ୨୨/୦୫: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କରୁଆଝର ଗ୍ରାମ ପଞ୍ଚାୟତ ଅଧୀନ ସାନଗୁର୍ଜୀଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା। ଏଥିରେ ସମୁଦାୟ ୬ ଜଣ ଅଭିଯୁକ୍ତ ସଂପୃକ୍ତ ଥିବାବେଳେ ୫ ଜଣ ଅଭିଯୁକ୍ତ ଗିରଫ କରାଯାଇଛି। ସେହିପରି ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ଲାଠୋର ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।
ତେବେ ଗତ ୧୯ ତାରିଖ ସୋମବାର ଦିନ ଯେତେବେଳେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଭଗବାନ ସେଠ୍ ସହକାରୀ ଶିକ୍ଷକ ଚାଉଳ ଚୋରି ହୋଇଥିବା ଖବର ପାଇଥିଲେ । ଏନେଇ ତୁରନ୍ତ ସେ ଲାଠୋର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଲାଠୋର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଯାହାପରେ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହେଇଛି ପୋଲିସ। ତେବେ ଗିରଫ ଅଭିଯୁକ୍ତମାନେ ହେଲେ, ମୁକେଶ କୁମୁରା,ବଣ୍ଟିଭୋଇ, ନିରାକାର ଧରୁଆ, ବିକାଶ ଦାଶ, ମହେଶ୍ୱର କୁମୁରା,ଓ ସୋମନାଥ ଭୋଇ ଫେରାର ଥିବା ଲାଠୋର ଥାନା ଅଧିକାରୀ ପ୍ରକାଶ କରିଛନ୍ତି।ସମସ୍ତ ଅଭିଯୁକ୍ତମାନେ ସାନଗୁର୍ଜୀଭଟା ଗ୍ରାମର ବୋଲି ଜଣାପଡିଛି।