ମାଥିଲି, ୯।୫ : ମାଥିଲି ଥାନା ସମ୍ମୁଖରେ ଦୁର୍ଘଟଣା । ଟ୍ରକକୁ ପିଟିଲା କାର। ଦୁର୍ଘଟଣାରେ କାର ଡ୍ରାଇଭର ସମେତ ଜଣେ ବର୍ଷକର ଶିଶୁର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ହେଲେ କୋରାପୁଟର ପି. ଚିଣ୍ଟୁ। ଏଥିସ ଚାରିଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇ ।
ଖବର ଅନୂଯାୟୀ କୋରାପୁଟର ଏକ ପରିବାର ବିବାହ ପାଇଁ ନିର୍ବନ୍ଧ କାମରେ ମାଲକାନଗିରି ଯାଇଥିଲେ । ଫେରିବାବେଳେ ଦ୍ରୁତ ଗତିରେ ଥିବା କାରଟି ଭାରସାମ୍ୟ ହରାଇ ମାଥିଲି ଥାନା ସମ୍ମୁଖରେ ଜବତ ହୋଇ ରଖାଯାଇଥିବା ଟ୍ରକ ସହ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଡ୍ରାଇଭର ପି ଚିଣ୍ଟୁ ଏବଂ ଗାଡିରେ ଥିବା ଜଣେ ଶିଶୁଙ୍କ ମମୃତ୍ୟୁ ହୋଇଥିଲା । ଆହତଙ୍କ ଉଦ୍ଧାର କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଅଗ୍ନିଶମ ବାହିନୀ ଏବଂ ପୋଲିସ ଦ୍ବାରା ଗାଡିକୁ କଟରରେ କାଟି ଆହତଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ଉଦ୍ଧାର କରି ମାଥିଲି ଡାକ୍ତରଖାନାକୁ ପୁଲିସ ପଠାଇଛି।