ନୂଆଦିଲ୍ଲୀ,୧୧/୦୮: SIR ଓ 'ଭୋଟ୍ ଚୋରି' ବିରୋଧରେ ସଂସଦରୁ ସଡ଼କ ଯାଏ 'ଇଣ୍ଡିଆ' ମେଣ୍ଟର ବିକ୍ଷୋଭ ପ୍ରଦର୍ଶନ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ପାର୍ଲାମେଣ୍ଟକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଯାଏଁ ପଦଯାତ୍ରା ହୋଇଛି । ବିହାରର ଏସ୍ଆଇଆର ଓ ୨୦୨୪ ଲୋକସଭା ନିର୍ବାଚନରେ ହୋଇଥିବା ଭୋଟ୍ ଚୋରି ଅଭିଯୋଗକୁ ନେଇ ମୋର୍ଚ୍ଚା ବାହାର କରିଛି ବିରୋଧୀ 'ଇଣ୍ଡିଆ ମେଣ୍ଟ' । ତେବେ ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାରେ ବ୍ୟାରିକେଟ୍ ଲଗାଇ ସାଂସଦମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଛି ପୁଲିସ । ସମାଜବାଦୀ ପାର୍ଟି ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ ବ୍ୟାରିକେଟ୍ ଉପରେ ଚଢିଥିବା ଦେଖିବାକୁ ମିଳିଛି । ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ସଞ୍ଜୟ ରାୱତ, ସାଗରିକା ଘୋଷଙ୍କୁ ଉଠାଇ ନେଇଛି । ଭୋଟ୍ ଚୋରିକୁ ନେଇ ସରକାର ଭୟଭୀତ ଅଛନ୍ତି ବୋଲି କହିଛନ୍ତି ସାଂସଦ ପ୍ରିୟଙ୍କା ଗାନ୍ଧୀ ।
#WATCH | Delhi: Congress MP Priyanka Gandhi Vadra says, "Dare hue hai. Sarkaar kaayar hai."
— ANI (@ANI) August 11, 2025
Delhi Police detained INDIA bloc MPs, including Rahul Gandhi, Priyanka Gandhi Vadra, Sanjay Raut, and Sagarika Ghose, among others, who were protesting against the SIR and staged a march… https://t.co/GPvb7VcoH4 pic.twitter.com/nnA2tpXC8T
'ଇଣ୍ଡିଆ' ମେଣ୍ଟର ୨୫ ସାଂସଦ, ବରିଷ୍ଠ ନେତା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ପଦଯାତ୍ରାରେ ସାମିଲ ହୋଇଛନ୍ତି । ମୋର୍ଚ୍ଚାକୁ ଦିଲ୍ଲୀ ପୁଲିସ ରାସ୍ତାରେ ଅଟକାଇଥିଲା । ଏହାକୁ ନେଇ ଏସପି ସାଂସଦ ଅଖିଳେଶ ଯାଦବ କହିଛନ୍ତି, ସରକାର ଆମକୁ ଅଟକାଇବାକୁ ପୁଲିସ ଲଗାଇଛନ୍ତି । ସେହିପରି କଂଗ୍ରେସ ସାଂସଦ ସୈୟଦ ନସୀର ହୁସେନ୍ କହିଛନ୍ତି, ''ଆମକୁ ନିର୍ବାଚନ ଆୟୋଗଙ୍କ ସହ ଭେଟ କରାଇ ଦିଆଯାଉନାହିଁ । ଲୋକସଭା ଓ ରାଜ୍ୟସଭାର ୩୦୦ ସାଂସଦ ଏଠି ପଦଯାତ୍ରା କରୁଛନ୍ତି ପୁଲିସ ଏଠି ତାଙ୍କୁ ଗିରଫ କରୁଛି ।''
#WATCH | Delhi: INDIA bloc leaders march from the Parliament to the Election Commission of India to protest against the Special Intensive Revision (SIR) of electoral rolls in poll-bound Bihar and allegations of "voter fraud" during the 2024 Lok Sabha elections. pic.twitter.com/sl7XVHTlv3
— ANI (@ANI) August 11, 2025
ବିରୋଧୀ ମେଣ୍ଟର ପଦଯାତ୍ରାକୁ ନେଇ ଆର୍ଜେଡ଼ି ସାଂସଦ ମନୋଝ ଝା କହିଛନ୍ତି, ''ନିର୍ବାଚନ ଆୟୋଗରେ ବହୁତ ଜାଗା ଅଛି ହେଲେ ତାଙ୍କ ହୃଦୟରେ କେତେ ଜାଗା ଅଛି ତାହା ଜଣାନାହିଁ । ଜାଗାର ଆଳ ଦେଖାଇ ଯଦି ତୁମେ ସାଂସଦଙ୍କୁ ଭେଟି ପାରିବ ନାହିଁ ତେବେ ତାଙ୍କର କାର୍ଯ୍ୟଶଳୀ କିପରି ତାହା ଉପରେ ହିଁ ଟିପ୍ପଣୀ । ଏହି ଏସ୍ଆଇଆର ଜାଲିଆତି । ତୁମେ କ୍ଲାସିଫାଏଡ ଡାଟା ଦେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି କିଛି ନାହିଁ । ଅହଂକାର ଓ ଅଜ୍ଞାନତାର ମିଶ୍ରଣ ହେଉଛନ୍ତି ଆଜିର ନିର୍ବାଚନ କମିଶନ ।''
ଇଣ୍ଡିଆ ମେଣ୍ଟର ସାଂସଦଙ୍କ ବିକ୍ଷୋଭକୁ ନେଇ ବିଜେପି ସାଂସଦ ଦିନେଶ ଶର୍ମା କହିଛନ୍ତି, ''ବିରୋଧୀ ତାମଶା କରୁଛନ୍ତି । ସଂସଦ ଚଲାଇ ଦେଉନାହାନ୍ତି । ବର୍ତ୍ତମାନ ଏମାନେ 'ତାମଶା ମାର୍ଚ୍ଚ' କରୁଛନ୍ତି । ଏହି 'ତାମଶା ପଦଯାତ୍ରାରେ ଜନାଙ୍କଠୁ ତାଙ୍କୁ କେବଳ ହତାଶା ମିଳିବ। ସମ୍ବିଧାନର ଉପହାସ କରିବାର ଏହା ତାଙ୍କ କାମ । ହାତରେ ନାଲି ବହି ଧରି ସମ୍ବିଧାନକୁ ଅପମାନ କରୁଛନ୍ତି ।''
ନିର୍ବାଚନ ଆୟୋଗ ୩୦ ସାଂସଦଙ୍କୁ ସାକ୍ଷତ କରିବାକୁ ଡାକିଛନ୍ତି । ଦିନକ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ପରେ ଜୟରାମ ରମେଶ ଭୋଟର ଲିଷ୍ଟରେ ଗଡ଼ବଡ଼ ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିବାକୁ ସମୟ ମାଗିଥିଲେ । ଏହାକୁ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୩୦ ଲୋକଙ୍କୁ ସାକ୍ଷତ ନେଇ ଡାକିଥିଲେ ।