ପ୍ରମୂଖ ଖବର
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ଅପରେସନ୍ ସିନ୍ଦୂରର କୁନି ହିରୋ ଶ୍ରବଣ ସିଂହ, ଭାରତୀୟ ସେନା ଦେଲା ରିଟର୍ଣ୍ଣ ଗିଫ୍ଟ

Published By : Ankita S | July 22, 2025 8:51 AM

ନୂଆଦିଲ୍ଲୀ,୨୨/୦୭: ଫୁଟୁଥିଲା ଗୁଳି, ଆକାଶରୁ ଖସୁଥିଲା ମିସାଇଲ । ନା ଥିଲା ଡ଼ର ନା ଥକିଥିଲା ସେ କୁନି ପାଦ । ଅପରେସନ୍ ସିନ୍ଦୂରରେ କୁନି ଯୋଦ୍ଧା ସାଜିଥିରେ ୧୦ ବର୍ଷୀୟ ଶ୍ରବଣ ସିଂହ । ଭାରତୀୟ ସେନାକୁ ଚା, ଲସି ଓ କ୍ଷୀର ଯୋଗାଇଥିଲା ଚତୁର୍ଥ ଶ୍ରେଣୀରେ ପଢୁଥିବା ଶ୍ରବଣ । ସେନାଙ୍କ ହୃଦୟ ଜିତିଥିବା ଫିରୋଜପୁରର ଶ୍ରବଣକୁ ନେଇ ଏବେ ଚର୍ଚ୍ଚା । ଶ୍ରବଣର ସାହସକୁ ସବୁଠି ତାରିଫ୍ କରାଯାଉଛି । ଶ୍ରବଣକୁ ଏବେ ରିଟର୍ଣ୍ଣ ଗିଫ୍ଟ ଦେଇଛି ସେନା । ଏବେ ଶ୍ରବଣର ପୁରା ପାଠପଢା ଖର୍ଚ୍ଚ ବହନ କରିବ ଭାରତୀୟ ସେନା ।

ପହଲଗାମ୍‌ ହମଲାର ଜବାବ ଦେଇ ଭାରତୀୟ ସେନା ମେ ୭ରେ ‘ଅପରେସନ୍‌ ସିନ୍ଦୂର’ ଲଞ୍ଚ କରିଥିଲା । ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କୀ ଠିକଣାକୁ ଟାର୍ଗେଟ୍‌ କରିଥିଲା । ଏହି ଅପରେସନ୍‌ ସମୟରେ ନିଜ ଜୀବନକୁ ଭୟ ନକରି ସେନା ବାହିନୀକୁ ଆପ୍ରାଣ ସହଯୋଗ କରିଥିଲା ୧୦ ବର୍ଷୀୟ ଶ୍ରବଣ । ସେନାଙ୍କୁ ଚା, ଲସି ଓ କ୍ଷୀର ଯୋଗାଇଥିଲେ ସେ । ପଞ୍ଜାବ ଫିରୋଜପୁରର ତାରା ୱାଲି ଗାଁର ଶ୍ରବଣ ସିଂହ ଏବେ ଚର୍ଚ୍ଚାରେ । 

ଭାରତୀୟ ସେନାର ପଶ୍ଚିମ କମାଣ୍ଡ ତାଙ୍କର ସଂପୂର୍ଣ୍ଣ ଶିକ୍ଷା ଖର୍ଚ୍ଚ ଉଠାଇବାକୁ ଘୋଷଣା କରିଛି । ଫିରୋଜପୁର କ୍ୟାଣ୍ଟନମେଣ୍ଟରେ ପଶ୍ଚିମ କମାଣ୍ଡର ଜେନେରାଲ୍‌ ଅଫିସର କମାଣ୍ଡିଙ୍ଗ ଇନ୍‌ ଚିଫ୍‌ ଲେଫ୍ଟନାଣ୍ଟ ମନୋଜ କୁମାର କଟିୟାର ଶ୍ରବଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହି ସମୟରେ ଏହି ଘୋଷଣା କରାଯାଇଥିଲା । କଟିୟାର କହିଥିଲେ, ଶ୍ରବଣ ବାସ୍ତବରେ ଜଣେ ହିରୋ । ୟୁନିଫର୍ମରେ ନଥାଇ ସେ ଭାରତୀୟ ସେନାକୁ ଯେଉଁ ସହଯୋଗ ପ୍ରଦାନ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ । ସେଥିଲାଗି ସେନା ତାଙ୍କର ଶିକ୍ଷା ଖର୍ଚ୍ଚ ବହନ କରିବାଲାଗି ନିଷ୍ପତ୍ତି ନେଇଛି । ଗତ ମେ'ରେ ସେନାର ସପ୍ତମ ଇନ୍‌ଫ୍ୟାଣ୍ଟ୍ରି ଡିଭିଜନ୍‌ର ଜେନେରାଲ ଅଫିସର କମାଣ୍ଡିଙ୍ଗ ମେଜର ଜେନେରାଲ୍‌ ରଞ୍ଜିତ୍‌ ସିଂହ ମନରାଲ ଏକ ଭବ୍ୟ ସମାରୋହରେ ଶ୍ରବଣଙ୍କୁ ସମ୍ମାନିତ କରିଥିଲେ ।

ଭାରତ-ପାକିସ୍ତାନ ସୀମାରେ ରହିଛି ପଞ୍ଜାବର ତାରା ବାଲି ଗାଁ । ଆନ୍ତର୍ଜାତୀୟ ସୀମାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ । ଭାରତ ‘ଅପରେସନ୍‌ ସିନ୍ଦୂର ଆରମ୍ଭ କରିବା ପରେ ଏହି ଗାଁ ଯୁଦ୍ଧକ୍ଷେତ୍ର ପାଲଟି ଯାଇଥିଲା । କିନ୍ତୁ ସ୍ଥାନୀୟ ଚାଷୀ ସୋନା ସିଂହଙ୍କ ପୁଅ କୁନି ଶ୍ରବଣଙ୍କୁ ଭୟଭୀତ କରାଇ ପାରିନଥିଲା । ଭାରତୀୟ ସେନାର ଯବାନମାନେ ତାଙ୍କ ଚାଷଜମିରେ ଶିବିର ଲଗାଇଥିବାବେଳେ ଶ୍ରବଣ ପ୍ରତିଦିନ ସେମାନଙ୍କ ନିକଟରେ ପାଣି, ଚା’,କ୍ଷୀର, ଲସି ପହଞ୍ଚାଇଥିଲେ । ମୁଁ ଦେଶ ସେବା କରିବାକୁ ଚାହୁଁଛି । ବଡ଼ ହୋଇ ଜଣେ ସୈନିକ ହେବାକୁ ଚାହୁଁଛି ବୋଲି କହିଛନ୍ତି ଶ୍ରବଣ । ଅପରେସନ୍ ସିନ୍ଦୂରର କୁନି ହିରୋ, ଦେଶଭକ୍ତ ଶ୍ରବଣଙ୍କୁ ସଲାମ୍ । ବାସ୍ତବରେ ଶ୍ରବଣ ଜଣେ ରିୟଲ ହିରୋ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.