ନୂଆଦିଲ୍ଲୀ,୩୦/୦୬: ଦେଶର ସାମାଜିକ  ସୁରକ୍ଷା ବ୍ୟବସ୍ଥା ଅଧୀନରେ ୨୦୧୬ରେ ୨୨%  ଲୋକ ରହିଥିଲେ । ଏହା ଅଦ୍ୟାବଧି ୬୪.୩% କୁ ବୃଦ୍ଧି ହୋଇଛି । ଏହା ଦେଶର ସାମାଜିକ  ସୁରକ୍ଷା କଭ୍‌ରେଜରେ ପ୍ରସାରକୁ ସୂଚୀତ କରୁଛି ।  ଜୁନ ୨୯ରେ ପରିସଂଖ୍ୟାନ ଦିବସ ଉପଲକ୍ଷେ  ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ  ପକ୍ଷରୁ ନିରନ୍ତର ବିକାଶ ଲକ୍ଷ୍ୟ ଆଧାରରେ ଜାତୀୟ  ରିପୋର୍ଟରୁ ଏହା ଜଣାପଡ଼ିଛି ।  

ସେହିଭଳି କୃଷି କ୍ଷେତ୍ରରେ ପ୍ରତି ଶ୍ରମିକଙ୍କ  ମୋଟ ମୂଲ୍ୟ ସଂଯୁକ୍ତି ୨୦୧୫-୧୬ରେ ୬୧,୨୪୭  ଟଙ୍କା ଥିଲା । ଏହା ୨୦୨୫ରେ ୯୪,୧୧୦କୁ ବଢ଼ିଛି ।  ଯାହା କୃଷି ଉତ୍ପାଦକତା ଏବଂ ପ୍ରତି ଶ୍ରମିକଙ୍କ  ଆୟରେ ଉନ୍ନତୀକୁ ଦର୍ଶାଉଛି । ଗ୍ରାମାଞ୍ଚଳରେ ସ୍ୱଚ୍ଛ  ପାନୀୟଜଳ ଉତ୍ସ ବ୍ୟବହାର କରୁଥିବା ଜନସଂଖ୍ୟା  ୯୯.୬୨% ଛୁଇଁଛି । ସେହିଭଳି ବିଜୁଳି ଉତ୍ପାଦନରେ  ଅକ୍ଷୟ ଶକ୍ତିର ଅଂଶ ୨୨.୧୩% । 

 ଦେଶର ମୁଣ୍ଡପିଛା ନବୀକରଣଯୋଗ୍ୟ ଶକ୍ତି  ଉତ୍ପାଦନ କ୍ଷମତା ୬୪.୪ ୱାଟରୁ ୧୫୬.୩୧ ୱାଟ  ଛୁଇଁଛି । ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ସଂଖ୍ୟା  ୮୨୯ରୁ ୩୦୩୬କୁ ବଢ଼ିଛି । ଷ୍ଟାର୍ଟଅପ୍‌ ଇଣ୍ଡିଆ  ଅଧିନରେ ସ୍ୱୀକୃତି ପ୍ରାପ୍ତ ଷ୍ଟାର୍ଟଅପ୍‌ ସଂଖ୍ୟା ୪୫୩ରୁ  ୩୪,୨୯୩କୁ ବୃଦ୍ଧି ହୋଇଛି । ୨୦୦୫ ତୁଳନାରେ  ୨୦୨୦ରେ ଜିଡିପିର ନିର୍ଗମନ ତୀବ୍ରତା ୩୬% ହ୍ରାସ  ହୋଇଛି । ୨୦୨୫ରେ ଦେଶରେ ମୋଟ ଇଣ୍ଟରନେଟ  ଉପଭୋକ୍ତା ସଂଖ୍ୟା ୩୦୨.୩୬ ନିୟୁତ ଥିଲା ।  ଏହା ୨୦୨୪ରେ ୯୫୪.୪୦ ନିୟୁତକୁ ବଢ଼ିଛି ।  ଯାହା ଦେଶରେ ଡିଜିଟାଲ ସଂଯୋଗୀକରଣରେ ଦ୍ରୁତ  ଅଭିବୃଦ୍ଧିକୁ ସୂଚୀତ କରୁଛି । 

୨୦୧୫-୧୬ରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ  ୧୭.୯୭% ଥିଲା । ଏହା ୨୦୨୪-୨୫ରେ ୮୦.୭% କୁ ବଢ଼ିଛି । ମୋଟ ଭୌଗୋଳିକ କ୍ଷେତ୍ରରେ ଜଙ୍ଗଲ  ୨୧.୩୪% ଥିବା ବେଳେ ୨୦୨୩ରେ ୨୧.୭୬% ବୃଦ୍ଧି  ପାଇଛି । ସେହିଭଳି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ  ଆୟ ଅସମାନତା ମଧ୍ୟ ଦ୍ରୁତ ଭାବେ କମୁଛି । 

ମନ୍ତ୍ରଣାଳୟ ପକ୍ଷରୁ ନିରନ୍ତର ବିକାଶ ଲକ୍ଷ୍ୟ ଜାତୀୟ ସୂଚକ ଫ୍ରେମୱାର୍କ ପ୍ରଗତି ରିପୋର୍ଟ, ଡାଟା  ସ୍ନାପଚାଟ ଜାତୀୟ ସୂଚକ ଫ୍ରେମୱାର୍କ ପ୍ରଗତି  ରିପୋର୍ଟ, ନିରନ୍ତର ବିକାଶ ଲକ୍ଷ୍ୟ ଜାତୀୟ ସୂଚକ  ଫ୍ରେମୱାର୍କ ୨୦୨୫ ପ୍ରକାଶ ପାଇଛି । ଜାତୀୟ  ପ୍ରାଥମିକତା ଅନୁସାରେ ସ୍ଥାୟୀ ବିକାଶ ଲକ୍ଷ୍ୟ  କାର୍ଯ୍ୟକାରୀ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ  ସମର୍ଥନ କରି ମନ୍ତ୍ରଣାଳୟ ଜାତିସଂଘ ସମେତ  ଅନ୍ୟ ଅଂଶୀଦାରଙ୍କ ପରାମର୍ଶ କରି ଜାତୀୟ ସୂଚକ  ଫ୍ରେମୱାର୍କ ବିକଶିତ କରିଛି ।  

ଏସ୍‌ଡିଜି ଏନ୍‌ଆଇଏଫ୍‌ ଜାତୀୟ ସ୍ତରରେ  ଏସ୍‌ଡିଜି ନିରୀକ୍ଷଣ ପାଇଁ ମେରୁଦଣ୍ଡ ଭାବେ କାର୍ଯ୍ୟ  କରେ । ନୀତି ନିର୍ଦ୍ଧାରଣ, ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ  ରୂପାନ୍ୱୟନ ସଂସ୍ଥାଗୁଡ଼ିକୁ ଏହା ମୂଲ୍ୟବାନ ମାର୍ଗଦର୍ଶନ  କରିଥାଏ । ଏସ୍‌ଡିଜି ଜାତୀୟ ସୂଚକ ଗୁଡ଼ିକ ଲାଗି  ପ୍ରମୁଖ ତଥ୍ୟ ଉତ୍ସ ହେଉଛି ପ୍ରଶାସନିକ ତଥ୍ୟ,  ସର୍ଭେ ଏବଂ ଜନଗଣନା