ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ପରିସଂଖ୍ୟାନ ମନ୍ତ୍ରଣାଳୟ ଏସ୍‌ଡିଜି ଜାତୀୟ ରିପୋର୍ଟ, ସାମାଜିକ ସୁରକ୍ଷା ଅଧୀନରେ ୬୪% ଲୋକ

Published By : Prameya | June 30, 2025 12:25 PM

ନୂଆଦିଲ୍ଲୀ,୩୦/୦୬: ଦେଶର ସାମାଜିକ  ସୁରକ୍ଷା ବ୍ୟବସ୍ଥା ଅଧୀନରେ ୨୦୧୬ରେ ୨୨%  ଲୋକ ରହିଥିଲେ । ଏହା ଅଦ୍ୟାବଧି ୬୪.୩% କୁ ବୃଦ୍ଧି ହୋଇଛି । ଏହା ଦେଶର ସାମାଜିକ  ସୁରକ୍ଷା କଭ୍‌ରେଜରେ ପ୍ରସାରକୁ ସୂଚୀତ କରୁଛି ।  ଜୁନ ୨୯ରେ ପରିସଂଖ୍ୟାନ ଦିବସ ଉପଲକ୍ଷେ  ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ  ପକ୍ଷରୁ ନିରନ୍ତର ବିକାଶ ଲକ୍ଷ୍ୟ ଆଧାରରେ ଜାତୀୟ  ରିପୋର୍ଟରୁ ଏହା ଜଣାପଡ଼ିଛି ।  

ସେହିଭଳି କୃଷି କ୍ଷେତ୍ରରେ ପ୍ରତି ଶ୍ରମିକଙ୍କ  ମୋଟ ମୂଲ୍ୟ ସଂଯୁକ୍ତି ୨୦୧୫-୧୬ରେ ୬୧,୨୪୭  ଟଙ୍କା ଥିଲା । ଏହା ୨୦୨୫ରେ ୯୪,୧୧୦କୁ ବଢ଼ିଛି ।  ଯାହା କୃଷି ଉତ୍ପାଦକତା ଏବଂ ପ୍ରତି ଶ୍ରମିକଙ୍କ  ଆୟରେ ଉନ୍ନତୀକୁ ଦର୍ଶାଉଛି । ଗ୍ରାମାଞ୍ଚଳରେ ସ୍ୱଚ୍ଛ  ପାନୀୟଜଳ ଉତ୍ସ ବ୍ୟବହାର କରୁଥିବା ଜନସଂଖ୍ୟା  ୯୯.୬୨% ଛୁଇଁଛି । ସେହିଭଳି ବିଜୁଳି ଉତ୍ପାଦନରେ  ଅକ୍ଷୟ ଶକ୍ତିର ଅଂଶ ୨୨.୧୩% । 

 ଦେଶର ମୁଣ୍ଡପିଛା ନବୀକରଣଯୋଗ୍ୟ ଶକ୍ତି  ଉତ୍ପାଦନ କ୍ଷମତା ୬୪.୪ ୱାଟରୁ ୧୫୬.୩୧ ୱାଟ  ଛୁଇଁଛି । ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ସଂଖ୍ୟା  ୮୨୯ରୁ ୩୦୩୬କୁ ବଢ଼ିଛି । ଷ୍ଟାର୍ଟଅପ୍‌ ଇଣ୍ଡିଆ  ଅଧିନରେ ସ୍ୱୀକୃତି ପ୍ରାପ୍ତ ଷ୍ଟାର୍ଟଅପ୍‌ ସଂଖ୍ୟା ୪୫୩ରୁ  ୩୪,୨୯୩କୁ ବୃଦ୍ଧି ହୋଇଛି । ୨୦୦୫ ତୁଳନାରେ  ୨୦୨୦ରେ ଜିଡିପିର ନିର୍ଗମନ ତୀବ୍ରତା ୩୬% ହ୍ରାସ  ହୋଇଛି । ୨୦୨୫ରେ ଦେଶରେ ମୋଟ ଇଣ୍ଟରନେଟ  ଉପଭୋକ୍ତା ସଂଖ୍ୟା ୩୦୨.୩୬ ନିୟୁତ ଥିଲା ।  ଏହା ୨୦୨୪ରେ ୯୫୪.୪୦ ନିୟୁତକୁ ବଢ଼ିଛି ।  ଯାହା ଦେଶରେ ଡିଜିଟାଲ ସଂଯୋଗୀକରଣରେ ଦ୍ରୁତ  ଅଭିବୃଦ୍ଧିକୁ ସୂଚୀତ କରୁଛି । 

୨୦୧୫-୧୬ରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ  ୧୭.୯୭% ଥିଲା । ଏହା ୨୦୨୪-୨୫ରେ ୮୦.୭% କୁ ବଢ଼ିଛି । ମୋଟ ଭୌଗୋଳିକ କ୍ଷେତ୍ରରେ ଜଙ୍ଗଲ  ୨୧.୩୪% ଥିବା ବେଳେ ୨୦୨୩ରେ ୨୧.୭୬% ବୃଦ୍ଧି  ପାଇଛି । ସେହିଭଳି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ  ଆୟ ଅସମାନତା ମଧ୍ୟ ଦ୍ରୁତ ଭାବେ କମୁଛି । 

ମନ୍ତ୍ରଣାଳୟ ପକ୍ଷରୁ ନିରନ୍ତର ବିକାଶ ଲକ୍ଷ୍ୟ ଜାତୀୟ ସୂଚକ ଫ୍ରେମୱାର୍କ ପ୍ରଗତି ରିପୋର୍ଟ, ଡାଟା  ସ୍ନାପଚାଟ ଜାତୀୟ ସୂଚକ ଫ୍ରେମୱାର୍କ ପ୍ରଗତି  ରିପୋର୍ଟ, ନିରନ୍ତର ବିକାଶ ଲକ୍ଷ୍ୟ ଜାତୀୟ ସୂଚକ  ଫ୍ରେମୱାର୍କ ୨୦୨୫ ପ୍ରକାଶ ପାଇଛି । ଜାତୀୟ  ପ୍ରାଥମିକତା ଅନୁସାରେ ସ୍ଥାୟୀ ବିକାଶ ଲକ୍ଷ୍ୟ  କାର୍ଯ୍ୟକାରୀ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ  ସମର୍ଥନ କରି ମନ୍ତ୍ରଣାଳୟ ଜାତିସଂଘ ସମେତ  ଅନ୍ୟ ଅଂଶୀଦାରଙ୍କ ପରାମର୍ଶ କରି ଜାତୀୟ ସୂଚକ  ଫ୍ରେମୱାର୍କ ବିକଶିତ କରିଛି ।  

ଏସ୍‌ଡିଜି ଏନ୍‌ଆଇଏଫ୍‌ ଜାତୀୟ ସ୍ତରରେ  ଏସ୍‌ଡିଜି ନିରୀକ୍ଷଣ ପାଇଁ ମେରୁଦଣ୍ଡ ଭାବେ କାର୍ଯ୍ୟ  କରେ । ନୀତି ନିର୍ଦ୍ଧାରଣ, ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ  ରୂପାନ୍ୱୟନ ସଂସ୍ଥାଗୁଡ଼ିକୁ ଏହା ମୂଲ୍ୟବାନ ମାର୍ଗଦର୍ଶନ  କରିଥାଏ । ଏସ୍‌ଡିଜି ଜାତୀୟ ସୂଚକ ଗୁଡ଼ିକ ଲାଗି  ପ୍ରମୁଖ ତଥ୍ୟ ଉତ୍ସ ହେଉଛି ପ୍ରଶାସନିକ ତଥ୍ୟ,  ସର୍ଭେ ଏବଂ ଜନଗଣନା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.