ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମାରିବାକୁ ଇରାନର ଧମକ, ଜାରି କଲା ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟ

ନୂଆଦିଲ୍ଲୀ,୨।୧୦: ଇସ୍ରାଏଲ ଓ ଇରାନ ମଧ୍ୟରେ ଲଢେଇ ଘମାଘୋଟ ରୂପ ନେଇଛି। ଆଗକୁ ସ୍ଥିତି ଖୁବ୍ ଭୟଙ୍କର ହୋଇପାରେ। ମଙ୍ଗଳବାର ଇରାନର ଘନ ଘନ ମିସାଇଲ ମାଡ଼ରେ ଇସ୍ରାଲରେ ଅନେକ କ୍ଷୟକ୍ଷତି ହୋଇଛି। ଏବେ ଇରାନ ପକ୍ଷରୁ ପୁଣିଥରେ ଦିଆଯାଇଛି ଚେତାବନୀ।  ଇରାନର ଗୁଇନ୍ଦା ମନ୍ତ୍ରଣାଳୟ ଇସ୍ରାଏଲର ମୋଷ୍ଟ ଓ୍ବାଣ୍ଟେଡ୍ ଲିଷ୍ଟ ଜାରି କରିଛି। ଗୁଇନ୍ଦା ଏଜେନ୍ସି ହିବ୍ରୁ ଜାରି ଲିଷ୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଓ ତାଙ୍କ ଅନ୍ୟ ଡିଫେନ୍ସ ମାମଲାର ମୁଖ୍ୟ ଅଧିକାରୀଙ୍କୁ ଶେଷ କରିଦେବ। ଲିଷ୍ଟର ଫଟୋ ସହ ଟପ୍‌ ତିନରେ ନେତନ୍ୟାହୁଙ୍କ ନାଁ ଓ ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗ୍ୟାଲେଣ୍ଟ ଓ ସେନା ମୁଖ୍ୟ ହର୍ଜି ହେଲେଭିଙ୍କ ନାଁ ରହିଛି। 

ଇରାନ ଗତ କିଛି ଦିନ ହେବ ଇସ୍ରାଏଲ ଉପରେ ଜୋରଦାର ମିସାଇଲ ମାଡ କରିବାରେ ଲାଗିଛି। ଏଥିରେ କିଛି ମିସାଇଲ ଦେଶର କେନ୍ଦ୍ର ଇସ୍ତଫହାନ ଓ ଉତ୍ତର-ପଶ୍ଚିମରେ ଥିବା ଜଞ୍ଜନ ସହର ନିକଟରେ ପଡିଛି। ୪୦୦ରୁ ଅଧିକ ମିସାଇଲ ଓ ରକେଟ ମାଡ଼ କରିଛି ଇରାନ। ପୂରା ଇସ୍ରାଏଲରେ ଆକ୍ରମଣ ଘଣ୍ଟି ବାଜିବା ସହ ସ୍ଥିତି ବେହାଲ  ହୋଇପଡିଥିଲା। ରକେଟ ଆଟାକ ପରେ ପୂରା ଇସ୍ରାଏଲର ଲୋକ ବୋମା ଶେଲଟରକୁ ଚାଲି ଯାଇଛନ୍ତି। ଇସ୍ରାଏଲ ଆକାଶରେ ଇରାନରେ ମିସାଇଲ ଓ ରକେଟ ପ୍ରବେଶ କରିବା କ୍ଷଣି ଇସ୍ରାଏଲ ପକ୍ଷରୁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି।  ସତର୍କ ସୂଚନା ଜାରି କରାଯାଇଛି। ସତର୍କ ସୂଚନା ପାଇବା ପରେ ଲୋକମାନେ ଜୀବନ ବିକଳରେ ବୋମା ଶେଲଟର ଭିତରେ ପଶି ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.