ସୋରଡ଼ା, ୧୧/୦୬: ସୋରଡ଼ାରେ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ପାରମ୍ପରିକ ନୀତି ଅନୁଯାୟୀ ସମ୍ପନ୍ନ ହୋଇଛି । ସକାଳୁ ଠାକୁରଙ୍କ ସ୍ନାନ ମଣ୍ଡପ ବିଜେ ପରେ ମଙ୍ଗଳ ଆଳତି ପରେ ଋଷିକୁଲ୍ୟା ନଦୀରୁ ୧୦୮ କଳସରେ ଶୁଦ୍ଧ ଜଳ ଅଣା ଯାଇ ସ୍ନାନ ସମ୍ପନ୍ନ ହୋଇଥିଲା । ରାଜା ଡକ୍ଟର ଦେବ ଦତ୍ତ ସିଂ ଦେଓ ଦେବ ନୀତି ସମ୍ପୂର୍ଣ୍ଣ କରିଥିଲେ । ଗଜାନନରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଠାକୁର । ସବୁ ଅଞ୍ଚଳରୁ ନାମ ସଂକୀର୍ତ୍ତନ ଦଳ ପହଞ୍ଚି ମୃଦଙ୍ଗ ବାଦନ କରିଥିଲେ । ରଜନୀ ମହାପାତ୍ର, ସଂଜୀବ ପଟନାୟକ, ପ୍ରମୋଦ ସାମନ୍ତ ରାୟ, ବାବୁଲା ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ ।

ଆପ୍ର ବଡ଼ ଘୋଷଣା, ବିହାର ବିଧାନସଭା ନିର୍ବାଚନରେ ସବ...