ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Published By : Harapriya Sethi | April 19, 2025 2:03 PM

ଜଳେଶ୍ୱର, ୧୯/୦୪:ଅନଲାଇନ୍ ଗେମ୍‌ ଖେଳି ହାରିଲେ ୫ ଲକ୍ଷରୁ ଅଧିକ ଟଙ୍କା । ଟଙ୍କା ହରାଇବା ପରେ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ଯୁବକ ଜଣକ ହେଲେ ଜଳେଶ୍ୱର ଅଞ୍ଚଳର ତେଘରି ଗ୍ରାମର ସୌରଜିତ ରାୟ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଜଳେଶ୍ୱର ଅଞ୍ଚଳ ତେଘରି ଗ୍ରାମର ଜଣେ ଯୁବକ ଘରୋଇ ଟିଉସନ କରନ୍ତି । ପିଲାଙ୍କୁ ପାଠ ପଢାଇ ସେ ନିଜର ଗୁଜୁରାଣ ମେଣ୍ଟାନ୍ତି । ହେଲେ କୋଟିପତି ହେବା ନିଶାରେ ନିଜର ସର୍ବସ୍ୱାନ୍ତ ହରାଇ ବସିଛନ୍ତି ସୌରଜିତ ରାୟ । ଅନଲାଇନ୍‌ ଗେମ୍‌ ଖେଳି ୫ ଲକ୍ଷରୁ ଅଧିକ ଟଙ୍କା ହରାଇଥିଲେ । ଏତେ ଗୁଡ଼ାଏ ଟଙ୍କା ହରାଇବା ପରେ ସେ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ । ପୂର୍ବରୁ ଅନେକ ଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସେଥିରେ ବିଫଳ ହେବା ପରେ ଶନିବାର ସକାଳୁ ଛୁରୀରେ ବାରମ୍ବାର ନିଜ ହାତ ଓ ବେକକୁ କାଟିଛନ୍ତି । ଏହା ଦେଖି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ୱର ହସ୍ପିଟାଲ ଭର୍ତ୍ତି କରିଛନ୍ତି । ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ପରେ ତାଙ୍କୁ କଟକ ବଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.