ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ମନି ଲଣ୍ଡରିଂ ମାମଲାରେ ଶ୍ରୀମନ୍ଦିର ସେବାୟତଙ୍କୁ ଆଶ୍ବସ୍ତି, ଆଗୁଆ ଜାମିନ୍‌ ଦେଲେ ସୁପ୍ରିମକୋର୍ଟ

Published By : Tapas Panda | November 21, 2024 9:26 PM

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଶ୍ରୀମନ୍ଦିର ସେବାୟତ ରାଜକୁମାର ଦଇତାପତିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି ।  ରାଜକୁମାର ଦଇତାପତିଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ୩ ସପ୍ତାହ ଭିତରେ ଆର୍‌ବିଆଇରେ ସୁଧ ସମେତ ୨୦ ଲକ୍ଷ ଟଙ୍କା ଜମା କରିବା ସର୍ତ୍ତରେ ତାଙ୍କୁ ଅଗ୍ରୀମ ଜାମିନ ମିଳିଛି । ସେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପିଢ଼ିଗତ (generational priest) ସେବକ ବୋଲି ରାଜକୁମାର ସୁପ୍ରିମକୋର୍ଟରେ କହିଛନ୍ତି । 

କେତେ ଜଣ ବିଦେଶୀ ନାଗରିକ ୨୩୨,୫୬୮ ଡଲାର (ପ୍ରାୟ  ୧ କୋଟି ୮୬ ଲକ୍ଷ ଟଙ୍କା)ର ଜମି ଦୁର୍ନୀତି ମାମଲାରେ କୁଲଦୀପ ଶର୍ମା ଏବଂ ପତ୍ନୀ ଅପର୍ଣ୍ଣା ଶର୍ମାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପରେ ଏହି ମାମଲାର ଦେଖାଶୁଣା କରିବା ଏବଂ ଅଭିଯୁକ୍ତଙ୍କ ପାଖରୁ ଟଙ୍କା ଗ୍ରହଣ କରିବା ଲାଗି ଅଭିଯୋଗକାରୀ ବିଦେଶୀ ନାଗରିକ ରାଜକୁମାରଙ୍କୁ ମଧ୍ୟସ୍ଥି କରାଇଥିଲେ । 

ଏହା ଉପରେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ସଂଜୟ କୁମାରଙ୍କ ଖଣ୍ଡପୀଠ କହିଥିଲେ ଯେ, ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ବିଦେଶୀ ନାଗରିକଙ୍କ ପାଇଁ ଆବେଦନକାରୀ ୯୨ ଲକ୍ଷ ଟଙ୍କା ପାଇବାର ଥିଲା । କିନ୍ତୁ ସେ ଆରବିଆଇରେ କେବଳ ୮୦ ଲକ୍ଷ ଟଙ୍କା ଡିପୋଜିଟ୍‌ କରିଛନ୍ତି । ତେଣୁ ଖଣ୍ଡପୀଠ ଆବେଦନକାରୀଙ୍କୁ ୩ ସପ୍ତାହ ମଧ୍ୟରେ  ସୁଧ ସହ  ୨୦ ଲକ୍ଷ ଟଙ୍କା ପୈଠ କରିବା ସର୍ତ୍ତରେ ଆଗୁଆ ଜାମିନ ଦେଇଛନ୍ତି । ଆବେଦନକାରୀ ୨୦ ଲକ୍ଷ ଟଙ୍କା ପୈଠ କରିବା ପରେ ହିଁ ବିଦେଶୀ ନାଗରିକଙ୍କ ତାଙ୍କ ଟଙ୍କା ପାଇପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆବେଦନକାରୀଙ୍କ ପାଇଁ ବରିଷ୍ଠ ଆଇନଜୀବୀ ଆତ୍ମାରାମ ନାଡକର୍ଣ୍ଣି, ଏସ୍‌ଏସ୍‌ ରେବେଲୋ ଏବଂ ଆଇନଜୀବୀ ରାଘବ ଶର୍ମା ପକ୍ଷ ରଖିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.