ସୁନ୍ଦରଗଡ଼,୧୮/୦୬: ପାଣିପାଗ ବିଭାଗ ପକ୍ଷରୁ ସୁନ୍ଦରଗଡ଼ରେ ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ରେଡ୍ ଆଲର୍ଟ ଜାରି କରାଯାଇଛି । ଏହା ପରେ ପ୍ରଶାସନ ସତର୍କ ହୋଇ ରହିଛନ୍ତି । ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୭ ତାରିଖ ଦିନ ୧ଟାରୁ ସୁନ୍ଦରଗଡ଼ରେ ବର୍ଷା ଲାଗି ରହିଛି । ଆଜି ମଧ୍ୟ ପ୍ରବଳ ମାତ୍ରାରେ ବର୍ଷା ହେଉଛି ।
ଗରମରେ କଳବଲ ହେଉଥିବା ସୁନ୍ଦରଗଡ଼ ବାସୀ ଲଗାଣ ବର୍ଷା ଯୋଗୁଁ ଗରମରୁ ତ୍ରାହି ପାଇଛନ୍ତି । ଖରିଫ ଚାଷ ପାଇଁ ବର୍ଷାକୁ ଅପେକ୍ଷା କରିଥିବା ଚାଷୀ ଚାଷ କାମ ପାଇଁ ପ୍ରସ୍ତୁତ ହୋଇଛନ୍ତି । ବର୍ଷା ଛାଡ଼ିଲେ ଖରିଫ ଚାଷ କାର୍ଯ୍ୟ ଆରମ୍ଭ କରିବେ ।