ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ନିଜର ୨୬ ବର୍ଷର ପୁରୁଣା ହରକତକୁ ନେଇ ସଲମାନ ଖାନ କଲେ ଅନୁତାପ , କହିଲେ ...

Published By : Prameya | November 24, 2024 5:55 PM

ମୁମ୍ୱାଇ : ବିଗ୍‌ ବସ୍‌-୧୮ର ଶେଷ ଏପିସୋଡରେ ସଲମାନ ଖାନ, ରଜତ ଦଲାଲ ଓ ଦିଗବିଜୟଙ୍କ ସହ କଥା ହେଉଛନ୍ତି। ଏହି ସମୟରେ ସଲମାନ ଖାନ ରଜତ ଦଲାଲଙ୍କୁ ତାଙ୍କର ପୋଶ୍ଚରକୁ ନେଇ ବୁଝାଇଛନ୍ତି। ଏହାସହ , ସେ ରଜତ ଦଲାଲଙ୍କୁ କହୁଛନ୍ତି ଯେ, ତାଙ୍କୁ ନିଜର ପୁରୁଣା ମାମଲା ବିଷୟରେ ଆଲୋଚନା କରିବା ଉଚିତ୍‌ ନୁହେଁ। ସଲମାନ ଖାନ ରଜତ ଦଲାଲଙ୍କୁ ଜୀବନର ମୂଲ୍ୟବୋଧ ଉପରେ ବୁଝାଇବା ସମୟରେ , ନିଜର ଏକ ପୁରୁଣା ଭିଡ଼ିଓ ବିଷୟରେ କହୁଛନ୍ତି। ସେ ନିଜର ଏହି ଭିଡ଼ିଓ ବିଷୟରେ ଯେଉଁଥିରେ ସେ ଏକ ପୁଲିସ ଷ୍ଟେସନରେ ବସିଥିବା ନଜର ଆସୁଛନ୍ତି ଏବଂ ସେ ନିଜର ଗୋଡ଼ ଉପରେ ଗୋଡ଼ ଥୋଇ ବସିଛନ୍ତି।  ସଲମାନ ଖାନ ଏହି ଭିଡ଼ିଓ ବିଷୟରେ ଆଲୋଚନା କରି କହୁଛନ୍ତି , ଏବେ ଲାଗୁଛି କି ପିଲାଦିନେ କଣ ସବୁ କରି ଦେଇଛି। 

ସଲମାନ ଖାନ ରଜତ ଦଲାଲଙ୍କ ବସିବାର ଭଙ୍ଗୀକୁ ନେଇ କହିଛନ୍ତି କି, ରଜତ ଦଲାଲ ଗୋଡ ଉପରେ ଗୋଡ ରଖି ବସନ୍ତି । ଏହାକୁ ନେଇ ରଜତ ଦଲାଲ କହୁଛନ୍ତି, ଭାଇ ଏହା ଅଭ୍ୟାସ ହୋଇ ଯାଇଛି। ଏହା ଉପରେ ସଲମାନ ଖାନ କହୁଛନ୍ତି , ହଁ ମୁଁ ବୁଝୁଛି , ମୋର ବି ଏମିତି ଅଭ୍ୟାସ ଥିଲା। ଏହାପରେ ସଲମାନ ଖାନ କହୁଛନ୍ତି , ମୋର ଭିଡ଼ିଓ ସବୁ ଆସେ କି ମୁଁ ପୋଲିସ ସାମ୍ନାରେ ଏପରି ବସି ଥିଲି। ଲୋକେ କହୁ ଥିଲେ କେତେ ଖରାପ ଭାବେ ବସିଛି ...କାରଣ ମୋତେ ଲାଗୁଥିଲା କି ମୁଁ କିଛି କରିନାହିଁ ତ ମୁଁ କାହିଁକି ଡ଼ରିବି , ହେଲେ ଯେବେ କୌଣସି ସିନିୟର ଆସୁ ଥିଲେ , ତ ଠିଆ ହେବା , ସମ୍ମାନ ଦେବା . . ଏ ସବୁ କରୁ ନଥିଲି। ମୁଁ ଯେବେ ନିଜେ ସେହି କ୍ଲିପ୍‌ ଦେଖେ ତ ମୋତେ ବି ଖରାପ ଲାଗେ। ମୁଁ ଭାବେ ପିଲାଦିନେ ମୁଁ କଣ ସବୁ ହରକତ କରିଛି। ସଲମାନ ଆହୁରି କହିଛନ୍ତି କି ଏବେ ମୁଁ ଏମିତି ପ୍ରକାରର ଚାଲୁଛି , ଯାହାକୁ ବଦଳାଇ ପାରୁନି । ଲୋକଙ୍କୁ ଲାଗୁଛି ମୋ ଭିତରେ ଖୁବ୍‌ ଅହଙ୍କାର ଅଛି। 

କହି ରଖୁଛୁ କି , ସଲମାନ ଖାନ ଯେଉଁ ଭିଡ଼ିଓର କଥା କହୁଛନ୍ତି ,ତାହା ସେହି ସମୟର କୁହାଯାଉଛି , ଯେଉଁ ସମୟରେ ସଲମାନ ଖାନଙ୍କୁ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର ପୋଲିସ ଷ୍ଟେସନ ନିଆ ଯାଇ ଥିଲା। ସଲମାନଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଭାଇରାଲ ହୋଇଥାଏ । ପୋଲିସ୍‌ ଷ୍ଟେସନରେ ଏହିପରି ବସିବା ଉପରେ ସୋସିଆଲ ମିଡ଼ିଆ ୟୁଜର୍ସ ସଲମାନ ଖାନଙ୍କର ଖୁବ୍‌ ସମାଲୋଚନା ମଧ୍ୟ କରିଥାନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.