ପ୍ରମୂଖ ଖବର
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ଏଥର ମାଟ୍ରିକ୍‌ ପରୀକ୍ଷାରେ ସରକାରୀ ସ୍କୁଲ୍‌ର ପାସ୍‌ ହାର ଅଧିକ, ଖାତା ପୁନଃଯାଞ୍ଚ ପାଇଁ ଶନିବାରଠୁ ଆବେଦନ

Published By : Prameya | May 3, 2025 1:10 PM

ଭୁବନେଶ୍ଵର : ଏଥର ମାଟ୍ରିକ୍‌ ପରୀକ୍ଷାରେ ସରକାରୀ ସ୍କୁଲ୍‌ର ପାସ୍‌ ହାର ଅଧିକ ରହିଛି । ୩ ହଜାର ୨୭୩ ବିଦ୍ୟାଳୟ ଶତପ୍ରତିଶତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ଏଥିରେ ୧୮୦୨ ସରକାରୀ ବିଦ୍ୟାଳୟରେ ଶତପ୍ରତିଶତ ପାସ୍‌ ହାର ରହିଥିବା ବେଳେ ୧୧୫୪ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ୩୧୭ ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଶତପ୍ରତିଶତ ରେଜଲ୍ଟ ହାସଲ କରିଛି । ସେହିପରି ଗତବର୍ଷ ପରି ଚଳିତ ବର୍ଷ ଶୂନ ରେଜଲ୍ଟ କୌଣସି ବିଦ୍ୟାଳୟ କରିନାହିଁ । ଏହା ସ୍ୱାଗତଯୋଗ୍ୟ ବୋଲି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । 

ହେଲ୍‌ପ୍‌ଲାଇନ୍‌ ନମ୍ବର ଜାରି 

ମାଟ୍ରିକ୍‌ ପରୀକ୍ଷା ଫଳାଫଳ ସମ୍ପର୍କରେ କୌଣସି ସନ୍ଦେହ ଥିଲେ କିମ୍ବା ସୂଚନା ଏବଂ ତଥ୍ୟ ପାଇବା ଲାଗି ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ୦୬୭୧- ୨୪୧୨୦୬୦, ୨୪୧୨୦୫୯ ଓ ୮୭୬୩୦୮୮୮୯୦ ହେଲ୍‌ପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି । ଉକ୍ତ ନମ୍ବରରେ ପରୀକ୍ଷାର୍ଥୀ, ଅଭିଭାବକ ଏବଂ ଶିକ୍ଷକମାନେ ଯୋଗାଯୋଗ କରି ପରୀକ୍ଷା ଫଳ ସମ୍ପର୍କିତ ତଥ୍ୟ ଓ ସୂଚନା ପାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଉକ୍ତ କଣ୍ଟ୍ରୋଲ୍‌ ରୁମ୍‌ ଆଜିଠୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ସକାଳ ୧୦ଟା ୩୦ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହି ହେଲ୍‌ପ୍‌ଲାଇନ୍‌ ନମ୍ବରରେ ଯୋଗାଯୋଗ କରିବା ଲାଗି ସୁଯୋଗ ରହିଛି ।

ଖାତା ପୁନଃଯାଞ୍ଚ ପାଇଁ ଆଜିଠୁ ଆବେଦନ 

କୌଣସି ବିଷୟ ହେଉ କିମ୍ବା ସମୁଦାୟ ୬ଟି ଯାକ ବିଷୟରେ ମୂଲ୍ୟାୟନକୁ ନେଇ ଯଦି ପରୀକ୍ଷାର୍ଥୀଙ୍କ ମନରେ ସନ୍ଦେହ କିମ୍ବା ଦ୍ୱନ୍ଦ୍ୱ ଥାଏ, ଦୂର କରିବା ପାଇଁ ବୋର୍ଡ ପକ୍ଷରୁ ସୁଯୋଗ ଦିଆଯାଉଛି । ଉତ୍ତରଖାତା ପୁନଃଯାଞ୍ଚ୍‌ (ରି ଚେକିଂ), ରିଆଡିସନ୍‌ ସହ ଉତ୍ତର ଖାତାର ଜେରକ୍ସ କପି ନେବା ପାଇଁ ଶନିବାରଠାରୁ ଛାତ୍ରଛାତ୍ରୀ ବୋର୍ଡ ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ । ଆବେଦନର ଶେଷ ସମୟ ଆସନ୍ତା ୧୬ ତାରିଖ ଯାଏ ରହିଛି । ସେହିପରି ଷ୍ଟେଟ୍‌ ଓପନ ସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷାର୍ଥୀ ଏବଂ ମଧ୍ୟମା ପରୀକ୍ଷାର୍ଥୀମାନେ ଚେକିଂ, ରିଆଡିସନ ଓ ଜେରକ୍ସ କପି ନେବା ପାଇଁ ବୋର୍ଡ କାର୍ଯ୍ୟାଳୟରେ ସିଧାସଳଖ ଆବେଦନ କରିପାରିବେ ।

୩ ଦିନରେ ମିଳିବ ଡିଜିଟାଲ୍‌ ସାର୍ଟିଫିକେଟ୍‌

ଶୁକ୍ରବାର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆସନ୍ତା ୩ ଦିନ ଭିତରେ ପାସ୍‌ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିବା ଲାଗି ବୋର୍ଡ ପକ୍ଷରୁ ବନ୍ଦୋବସ୍ତ କରାଯାଉଛି । ପାସ୍‌ କରିଥିବା ୪ଲକ୍ଷ ୮୪ ହଜାର ୮୬୩ ଜଣ ପରୀକ୍ଷାର୍ଥୀ କିପରି ତ୍ରୁଟିଶୂନ୍ୟ ସାର୍ଟିଫିକେଟ୍‌ ପାଇବେ ସେଥିଲାଗି ବୋର୍ଡ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି । ପରୀକ୍ଷାର୍ଥୀମାନେ ଉକ୍ତ ଡିଜିଟାଲ୍‌ ସାର୍ଟିଫିକେଟ୍‌ ସୁବିଧାରେ ବୋର୍ଡର ୱେବ୍‌ସାଇଟ୍‌ରୁ କିପରି ପାଇପାରିବେ ସେଥିଲାଗି ବିଦ୍ୟାଳୟ ସ୍ତରରେ ପ୍ରଧାନଶିକ୍ଷକମାନଙ୍କୁ ଅବଗତ କରାଯାଇଛି । ସାର୍ଟିଫିକେଟ୍‌ର ହାର୍ଡ କପି ପରୀକ୍ଷାର୍ଥୀମାନେ ବିଦ୍ୟାଳୟ ସ୍ତରରେ ପ୍ରଧାନ ଶିକ୍ଷକମାନଙ୍କଠାରୁ ପରବର୍ତ୍ତୀ ସମୟରେ ନେଇପାରିବେ । 

ମଧ୍ୟମାରେ ୨୮୬୮, ଏସ୍‌ଓସିସିରେ ୪୧୪୮ ପାସ୍‌

ବୋର୍ଡ ଦ୍ୱାରା ପରିଚାଳିତ ସଂସ୍କୃତ ମଧ୍ୟମା ପରୀକ୍ଷା ଏବଂ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ (ଏସ୍‌ଓସିସି) ପରୀକ୍ଷା ଫଳ ପ୍ରକାଶ ପାଇଛି । ମଧ୍ୟମାରେ ପାସ୍‌ ହାର ୮୫.୭୯% ରହିଛି । ମଧ୍ୟମାରେ ୩ ହଜାର ୩୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ଫିଲଅପ୍‌ କରିଥିବାବେଳେ ୨ ହଜାର ୯୧୭ ଜଣ ପରୀକ୍ଷା ଦେଇଥିଲେ । ସେଥିରୁ ୨ହଜାର ୮୬୮ ଜଣ ପାସ କରିଥିବା ବେଳେ ୪୯ ଜଣ ପରୀକ୍ଷାର୍ଥୀ ଫେଲ୍‌ ହୋଇଥିବା ସୂଚନା ମିଳିଛି । ଏହି ପରୀକ୍ଷାରେ ୪୨୬ ଜଣ ଅନୁପସ୍ଥିତ ଥିଲେ । ଚଳିତ ବର୍ଷ ମଧ୍ୟମାରେ ଜଣେ ହେଲେ ଏ-୧ ଗ୍ରେଡ୍‌ ପାଇନାହାନ୍ତି । ଗ୍ରେଡ୍‌ରେ ଏ-୨ରେ ୩୪୪ ଜଣ ପାସ୍‌ କରିଥିବାବେଳେ ବି-୧ରେ ୮୬୯, ବି-୨ରେ ୧୧୧୮, ସି ଗ୍ରେଡ୍‌ରେ ୫୨୭, ଡି ଗ୍ରେଡ୍‌ରେ ୧୦ ଜଣ ପାସ୍‌ କରିଛନ୍ତି । ସେହିପରି ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ପରୀକ୍ଷାରେ ପାସ୍‌ ହାର ରହିଛି ୭୪.୭୮% । ୫ ହଜାର ୬୦୬ ଜଣ ଓପନ୍‌ ସ୍କୁଲ୍‌ରେ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ୍‌ କରିଥିବା ବେଳେ ୫ ହଜାର ୫୯୧ ଜଣ ପରୀକ୍ଷା ଦେଇଥିଲେ । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ହଜାର ୧୮୧ ଜଣ ପାସ୍‌ କରିଛନ୍ତି । ଏଥିରେ ଏ-୧ କିମ୍ବା ଏ-୨ ଗ୍ରେଡ୍‌ରେ କେହି ଜଣେ ହେଲେ ପାସ୍‌ କରିନଥିବାବେଳେ ବି-୧ରେ ୭ ଜଣ, ବି-୨ ରେ ୧୧୯, ସି ଗ୍ରେଡ୍‌ରେ ୫୩୫, ଡି ଗ୍ରେଡ୍‌ରେ ୯୮୨, ଇ ଗ୍ରେଡ୍‌ରେ ୨ ହଜାର ୫୩୮ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.