PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆରବିଆଇର ରେପୋ ରେଟରେ ୦.୨୫% ହ୍ରାସ, ଶସ୍ତା ହେବ ଏବେ ଇଏମ୍ଆଇ

ନୂଆଦିଲ୍ଲୀ,୪।୪:ନୂତନ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଥମ ମୁଦ୍ରା ନୀତି ସମୀକ୍ଷା ବୈଠକରେ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ମିଳିଛି। କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ହ୍ରାସ ଯାଇଛି। ଏହା ସହ ଏବେ ରେପୋ ରେଟ୍ ୬.୨୫%ରୁ ହ୍ରାସ ପାଇ ୬% ହୋଇଯାଇଛି। ରିଜର୍ଭ ବ୍ୟାଙ୍କ ସହିତ ୨୦୧୯-୨୦ ପାଇଁ ଜିଡିପି ଅନୁମାନକୁ ୦.୨ ପ୍ରତିଶତ ହ୍ରାସ କରିଦିଆଯାଇଛି। ଯାହାଫଳରେ ଘର ଋଣ ଏବଂ କାର ଋଣ ନେଇଥିବା ଲୋକଙ୍କର ଇଏମ୍ଆଇ ଶସ୍ତା ହେବ ବୋଲି ଜଣାପଡିଛି।

source: https://www.livemint.com

କେନ୍ଦ୍ରୀୟ ବ୍ୟାଙ୍କ ଫେବୃଆରୀରେ ୧୮ ମାସର ବ୍ୟବଧାନ ପରେ ରେପୋ ରେଟରେ ୦.୨୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲା। ଲଗାତାର ଦ୍ବିତୀୟ ଥର ସୁଧ ଦରରେ କାଟ୍ ଦେବା ଫଳରେ ଏହି ନିର୍ବାଚନୀ ଋତୁରେ ଋଣ ନେଉଥିବା ଲୋକଙ୍କୁ ବଡ ଆଶ୍ବସ୍ତି ମିଳି ପାରିବ। ଆରବିଆଇର ରେପୋ ରେଟ୍ ଏପର୍ଯ୍ୟନ୍ତ ୬.୨୫ ପ୍ରତିଶତ ରହିଥିଲା। ସେଭଳି  ଗର୍ଭନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବରେ ଆରବିଆଇର ଏହା ଦ୍ବିତୀୟ ବୈଠକ ରହିଥିଲା। ଶକ୍ତିକାନ୍ତ ଦାସ ଗତ ବର୍ଷ ଡିସେମ୍ବରରେ ଦାୟିତ୍ବ ଗ୍ରହଣ କରିଥିଲେ।

source: http://www.dailyexcelsior.com

ଆରବିଆଇ ଖୁଚୁରା ମୁଦ୍ରାସ୍ପୀତି ବୃଦ୍ଧି ଦରକୁ ଧ୍ୟାନରେ ରଖି ସୁଦ୍ଧ ଦର ଉପରେ ନିଷ୍ପତ୍ତି ନେଇଥାଏ। କିଛି ମାସ ହ୍ରାସ ପାଇବା ପରେ ଫେବୃଆରୀରେ ଖୁଚୁରା ମୁଦ୍ରାସ୍ପୀତି ଦରରେ ମାମୁଲି ବୃଦ୍ଧି ଦେଖିବାକୁ ମିଳିଥିଲା ଓ ଏହା ୨.୫୭ ପ୍ରତିଶତରେ ପହଁଞ୍ଚିଥିଲା। ଖୁଚୁରା ମୁଦ୍ରାସ୍ପୀତି ହାର ଏହି ୪ ମାସରେ ଉଚ୍ଚସ୍ତରରେ ରହିଛି। ଯଦିଓ ବାର୍ଷିକ ଆଧାର ଉପରେ ମୁଦ୍ରାସ୍ପୀତି ହାର ଏବେ ମଧ୍ୟ କମ୍ ରହିଛି। ଏହି କାରଣରୁ ଆରବିଆଇ ଉପରେ ସୁଦ୍ଧ ହାରରେ କାଟ୍ କରିବାର ଚାପ ରହିଥିଲା। ଏଠାରେ ଉଲ୍ଲେଖନୀୟ ଯେ ଜୁଲାଇ ୨୦୧୮ରୁ ନେଇ ଜାନୁଆରୀ ୨୦୧୯ ଭିତରେ ଲଗାତାର ମୁଦ୍ରାସ୍ପୀତି ହାରରେ ହ୍ରାସ ଘଟିଥିଲା।

source: https://www.livemint.com

ରେପୋ ରେଟ କମ୍ ହେବା ଦ୍ବାରା ବ୍ୟାଙ୍କକୁ ଆରବିଆଇ ଠାରୁ ଶସ୍ତା ଫଣ୍ଡିଂ ମିଳି ପାରିବ, ତେଣୁ ବ୍ୟାଙ୍କ ମଧ୍ୟ ଏବେ କମ୍ ସୁଦ୍ଧ ଦରରେ ହୋମ ଲୋନ୍, କାର ଲୋନ୍ ସହିତ ଅନ୍ୟ ଲୋନ୍ ଅଫର କରିପାରିବ। ଏହାର ଫାଇଦା ସେହି ଲୋକଙ୍କୁ ମିଳିବ ଯାହାଙ୍କର ହୋମ ଲୋନ୍ କିମ୍ବା ଅଟୋ ଲୋନ୍ ଚାଲିଛି। ରେପୋ ରେଟ୍ ହ୍ରାସ ପାଇବା ପରେ ବ୍ୟାଙ୍କରେ ହୋମ କିମ୍ବା ଅଟୋ ଲୋନରେ ସୁଦ୍ଧ ଦର କମ୍ କରିବାର ଚାପ ରହିବ। ଉଲ୍ଳେଖନୀୟ ଯେ ଆରବିଆଇର ନୂଆ ନିମୟ ପରେ ବ୍ୟାଙ୍କକୁ ରେପୋ ରେଟ୍ ହ୍ରାସ ପାଇବାର ଲାଭ ସାଧାରଣ ଲୋକଙ୍କୁ ମିଳିବ। ଯଦି ଆପଣଙ୍କର ହୋମ କିମ୍ବା ଅଟୋ ଲୋନ ରହିଛି ତେବେ ତାଙ୍କର ଇଏମଆଇ କମ୍ ହୋଇଯିବ।

source: https://www.patrika.com/

୨୦୧୯-୨୦ ପାଇଁ ରିଜର୍ଭ ବ୍ୟାଙ୍କର ଜିଡିପି ଅନୁମାନକୁ ୦.୨ ପ୍ରତିଶତ ହ୍ରାସ କରିଦିଆ ଯାଇଛି। ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ବୈଠକରେ ଜିଡିପି ଅନୁମାନକୁ ୭.୨ ପ୍ରତିଶତ ରଖାଯାଇଛି। ଏହା ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ଜିଡିପି ଅନୁମାନକୁ ୭.୪ % ରଖିଥିଲା। ରିଜର୍ଭ ବ୍ୟାଙ୍କର ଗର୍ଭନର ଶକ୍ତିକାନ୍ତ ଦାସ କହିଛନ୍ତି ୨୦୧୯-୨୦ ପାଇଁ ଜିଡିପି ଅନୁମାନକୁ ୭.୨ ରଖାଯାଇଛି। ସେଭଳି ଗତ ୬ ମାସରେ ଜିଡିପି ଅନୁମାନ ୬.୮ରୁ ୭.୧ ପ୍ରତିଶତ ରହିଛି। ସେଭଳି ଦ୍ବିତୀୟ ୬ ମାସରେ ଏହି ସଂଖ୍ୟା ୭.୩%ରୁ ୭.୪% ଭିତରେ ରହିବାର ଅନୁମାନ କରାଯାଉଛି।ଆରବିଆଇର ଏହି ବୈଠକର ଫଳାଫଳ ଉପରେ ନିବେଶକଙ୍କର ମଧ୍ୟ ନଜର ଥିଲା। ଏହି କାରଣରୁ ଆରମ୍ଭରୁ ସେୟାର ବଜାର କାରବାରରେ ଅସ୍ଥିରତା ଦେଖିବାକୁ ମିଳିଥିଲା। ତେବେ ଆରବିଆଇର ଏହି ନିଷ୍ପତ୍ତି ପରେ ସେୟାର ବଜାରରେ ଅଭିବୃଦ୍ଧି ଦେଖିବାକୁ ମିଳିଛି। ପ୍ରାୟ ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ସେନସେକ୍ସ ପ୍ରାୟ ୪୦ ଅଙ୍କ ମଜବୁତ ହୋଇ ୩୯.୦୧୫ରେ ପହଁଞ୍ଚିଛି।