ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପିଲା ମୋବାଇଲ ଦେଖୁଥିଲେ ହୋଇଯାନ୍ତୁ ସଚେତନ, ଲାନସେଟ୍‌ର ଚାଞ୍ଚଲ୍ୟକର ରିପୋର୍ଟ…

Published By : Swapna Ray | January 23, 2025 5:58 PM

ନୂଆଦିଲ୍ଲୀ, ୨୩।୧: ଆଜିକାଲି ପିଲା ମୋବାଇଲ ବ୍ୟବହାର କରିବା ସାଧାରଣ କଥା ହୋଇଗଲାଣି । ଅନଲାଇନ ଗେମ୍‌ ଖେଳିବାଠୁ ଆରମ୍ଭ କରି ଭିଡିଓ ଦେଖିବା ପର୍ଯ୍ୟନ୍ତ ଏସବୁ କିଛି ପାଇଁ ଇଣ୍ଟନନେଟ୍‌ ଆବଶ୍ୟକ ହୁଏ । ଯଦି ଆପଣଙ୍କ ପିଲା ବି ମୋବାଇଲ ବ୍ୟବହାର କରୁଛନ୍ତି, ତେବେ ଖୁବ୍‌ଶୀଘ୍ର ହୋଇଯାନ୍ତୁ ସାବଧାନ ! ନହେଲେ ଆପଣଙ୍କ ପିଲା ବି ପଡ଼ିପାରନ୍ତି ବିପଦରେ । ପିଲାଙ୍କ ପାଇଁ ଘାତକ ହୋଇପାରେ ଇଣ୍ଟରନେଟ୍ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତି ୧୨ ଶିଶୁରେ ଜଣେ ଅନଲାଇନ ଯୌନ ନିର୍ଯ୍ୟାତନାର ହେଉଛନ୍ତି ଶିକାର । ପିଲାମାନଙ୍କ ଏହି ଇଣ୍ଟରନେଟ୍‌ର ବ୍ୟବହାରକୁ ନେଇ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ଲାନ୍‌ସେଟ୍ ଚାଇଲ୍ଡ ଆଣ୍ଡ୍ ଆଡଲସେଣ୍ଟ ହେଲଥ୍ ।

ଏହି ନୂତନ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ପ୍ରତି ୧୨ ଜଣ ଶିଶୁଙ୍କ ମଧ୍ୟରୁ ଜଣେ କୌଣସି ନା କୌଣସି ପ୍ରକାରେ ଅନ୍‌ଲାଇନ୍ ଯୌନ ଶୋଷଣ କିମ୍ବା ନିର୍ଯ୍ୟାତନାର ଶିକାର ହେଉଛନ୍ତି । ବର୍ତ୍ତମାନ ଅନଲାଇନ ଶିଶୁ ଯୌନ ଶୋଷଣ ଓ ନିର୍ଯ୍ୟାତନା ଏକ ବିଶ୍ୱସ୍ତରୀୟ ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ଅନ୍‌ଲାଇନ୍‌ରେ କିମ୍ବା ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବ୍ୟବହାର ମାଧ୍ୟମରେ ହେଉଥିବା ଯୌନ ଶୋଷଣକୁ ବୁଝାଏ । ଯେଉଁଥିରେ ଅନ୍‌ଲାଇନ୍ ଅନୁରୋଧ, ଅନ୍‌ଲାଇନ୍ ଗ୍ରୁମିଂ, ପର୍ଣ୍ଣୋଗ୍ରାଫି ସଂସ୍ପର୍ଶରେ ଆସିବା, ଫଟୋ ଆଧାରିତ ନିର୍ଯ୍ୟାତନା, ଯୌନ ଶୋଷଣ ଆଦି ଅନ୍ତର୍ଭୁକ୍ତ । 

୨୦୧୦ରୁ ୨୦୨୩ ମଧ୍ୟରେ କରାଯାଇଥିବା ୧୨୩ଟି ଅଧ୍ୟୟନର ଫଳାଫଳକୁ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ପ୍ରତି ୮ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଫଟୋ ଆଧାରିତ ନିର୍ଯ୍ୟାତନାରେ ୧୨.୬% ଓ ଅନ୍‌ଲାଇନ୍ ଅନୁରୋଧରେ ୧୨.୫% ଦ୍ୱାରା ପ୍ରଭାବିତ ହୋଇଥିଲେ । ୨୧ ଜଣଙ୍କ ମଧ୍ୟରୁ ଜଣେ ଅନଲାଇନ ଯୌନ ଶୋଷଣ ୪.୭% ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ୨୮ ଜଣଙ୍କ ମଧ୍ୟରୁ ଜଣେ ଯୌନ ଚାଲାଣ ୩.୫% ଦ୍ୱାରା ପ୍ରଭାବିତ ହୋଇଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.