କେନ୍ଦୁଝର ସଦର,୨/୯(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ବନଖଣ୍ଡ ଅନ୍ତର୍ଗତ ବେଲଦା ଏବଂ ଟାଙ୍ଗରାଣୀ ସଂରକ୍ଷଣ ଜଙ୍ଗଲରେ ୧୦ଟି ହାତୀ ଗତ କିଛି ଦିନ ଧରି ଡେରା ପକାଇଛନ୍ତି। ହାତୀ ଗୁଡିକ ସଂଧ୍ୟା ହେଲେ ଚାଷ ଜମି ମୁହାଁ ହେଉଛନ୍ତି। ଚାଷ କିପରି ବିଶେଷ ମାତ୍ରାରେ କ୍ଷତି ନହେବ ସେଥିପାଇଁ ହାତୀର ଗତି ପଥ ଉପରେ ତୀକ୍ଷଣ ନଜର ରଖି ହାତୀର ସୁରକ୍ଷା ସଙ୍ଗେ ସଙ୍ଗେ ଲୋକଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦେଉଛି ବନ ବିଭାଗ।
କୌଣସି ପରିସ୍ଥିତିରେ ହାତୀ ଦ୍ଵାରା ଚାଷ କ୍ଷତି ହୁଏ ତେବେ ତୁରନ୍ତ ବନ ବିଭାଗକୁ ଦରଖାସ୍ତ କଲେ କ୍ଷତି ପୂରଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ହାତୀ ରହୁଥିବା ସ୍ଥାନକୁ ଯିବା ନାହିଁ କି ହାତୀକୁ ଟେକା ପଥରମାଡ଼, ତିର ମାରିବା, ନିଆଁହୁଳା ଚେଙ୍କ, ହାତୀ ସହିତ ସେଲ୍ଫି ନେବା ଭଳି କାର୍ଯ୍ୟ କରି ହାତୀକୁ ଭୟଭୀତ କରିବା ନାହିଁ । ହାତୀର ସନ୍ଧାନ ମିଳିଲେ କଣ୍ଟ୍ରୋଲ ରୁମ୍ ନମ୍ବର ୬୩୭୦୫୯୨୦୯୯ରେ ଫୋନ କରି ବନ ବିଭାଗକୁ ଖବର ଦେଇ ପାରିବେ ଏବଂ ହାତୀର ସୁରକ୍ଷା ପ୍ରତି ପୁରା ବନ ବିଭାଗ ୨୪ ଘଣ୍ଟିଆ ସଜାଗ ରହୁଛି ବୋଲି ସଦର ରେଞ୍ଜ ଅଧିକାରୀ ଅଜିତ କୁମାର ଦାସ କହିଛନ୍ତି।