PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର, ବନବିଭାଗକୁ ହସ୍ତାନ୍ତର

ଭୋଗରାଇ ୧୮/୧୧,(ଆ.ପ୍ର): ଭୋଗରାଇ ବ୍ଲକର ବାଟଗ୍ରାମ-ମାନକୁଣ୍ଡା ବନ୍ୟା ପ୍ରତିରୋଧକ ଭୁଆବନ୍ଧର ସାତଗୁହାଳିଆ ଠାରେ ଏକ ୧୦ ଫୁଟ ଲମ୍ବର ଅଜଗର ସାପକୁ ଗାଁ ଯୁବକମାନେ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଗତ ବନ୍ୟାରେ ବହୁ ସଂଖ୍ୟକ ଅଜଗର ଭାସିଆସି ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ରହିଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଏପର୍ଯ୍ୟନ୍ତ ଭୋଗରାଇର ବିଭିନ୍ନ ଅଞ୍ଚଳରୁ ୧୮ ଟି ଅଜଗର ସାପ ଉଦ୍ଧାର କରାଯାଇ ବନବିଭାଗକୁ ହସ୍ତାନ୍ତର କରାଯାଇଛି। ଏହି ସମସ୍ତ ଅଜଗର ସାପ ୮ ଫୁଟରୁ ୧୨ ଫୁଟ ଲମ୍ବର ହୋଇଛି। ଶୁକ୍ରବାର ମଧ୍ୟାହ୍ନରେ ଜନୈକ ବ୍ୟକ୍ତି ସେହି ମୁଖବନ୍ଧରେ ଯାଉଥିବା ସମୟରେ ଏହି ଅଜଗର ସାପଟିକୁ ଦେଖି ଗାଁରେ ଖବର ଦେଇଥିଲେ।

ସାତଗୁହାଳିଆ ଗ୍ରାମର ରାଜେନ୍ଦ୍ର ଜେନା (ନୀଲୁ), ସୈାଭାଗ୍ୟ ଜେନା, ଶିବପ୍ରସାଦ ଜେନା,ରାଜୁ ଜେନା,ମିଟୁ ଜେନା ପ୍ରମୁଖ ଯୁବକ ମାନେ ସେଠାରେ ପହଞ୍ଚି ବହୁ ପ୍ରଚେଷ୍ଟା ପରେ ଅଜଗର ସାପଟିକୁ ଫାସ ଦେଇ ଧରିଥିଲେ। ସାପଟିର ଓଜନ ୨୦ କିଲୋଗ୍ରାମ ରୁ ଅଧିକ ହୋଇଥିଲା ବେଳେ ଜାଲରେ ଗୁଡ଼ାଇ ସାଙ୍ଗିରେ ଭାର କରି ତାକୁ ଗାଁକୁ ଆଣିଥିଲେ। ବନବିଭାଗକୁ ଖବର ଦେବା ପରେ ଉଦୟପୁର ବନପାଳ ପରମାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ବନରକ୍ଷୀ ସଞ୍ଜୟ କୁମାର ମହାନ୍ତି ଅନ୍ୟ ସହଯୋଗୀଙ୍କ ସହିତ ଗାଁରେ ପହଞ୍ଚି ଅଜଗରଟିକୁ ସୁରକ୍ଷିତ ଭାବେ ନେଇ ବିଚିତ୍ରପୁର ବନି ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି। ଏହି ପ୍ରଜାତିର ଏବଂ ଏଭଳି ବିଶାଳକାୟ ସାପ ଏହି ଅଞ୍ଚଳରେ ଆଗରୁ କେବେ ଦେଖିବାକୁ ମିଳିନଥିଲା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଗହଳି ଲାଗିଥିଲା।