ପ୍ରମୂଖ ଖବର
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ,୨୨ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ
  • ||
  • ବଲାଙ୍ଗୀର : ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ
  • ||
  • ଆନନ୍ଦପୁର : ୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଗୁଜରାଟ ମଡେଲରେ ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର, ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
  • ||
  • ମୟୂରଭଞ୍ଜ : ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ,ସ୍ୱାମୀ ଫେରାର
  • ||
  • ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର
  • ||
  • ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
  • ||
  • ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କନ୍ଧମାଳ : ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚିରନିଦ୍ରାରେ ପଦ୍ମଭୂଷଣ ରମାକାନ୍ତ ରଥ, ୯୧ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ
  • ||
  • ଲସ୍କର ଆତଙ୍କୀ ଅବୁ କତାଲ ନିହତ; NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା
  • ||
  • ଭୁବନେଶ୍ୱର : କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ଓଡ଼ିଶାରେ ଉପରମୁହାଁ ତାତି, ୩ ଦିନ ପାଇଁ ହିଟ୍‌ଓ୍ବେଭ୍ ଆଲର୍ଟ, ୩ ଜିଲ୍ଲାକୁ ରେର୍ଡ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ସମଲିଙ୍ଗୀ ବିବାହ କରିଥିବା ୧୦ ମହିଳା କ୍ରିକେଟର୍‌

Published By : Prameya | February 28, 2025 9:15 AM

ଭୁବନେଶ୍ଵର, ୨୮/୦୨ : #ପ୍ରେମ... ଏକ ସଂଜ୍ଞାହୀନ ଅଢେଇ ଅକ୍ଷର କେଉଁଠି କେତେବେଳେ ଆଉ କାହା ସହିତ ହୁଏ ? ତାର କଳନା ନାହିଁ। #ପ୍ରେମ ପୁଅ ଝିଅ ଭିତରେ ଭେଦଭାବ ଦେଖେନା କି ପାର୍ଥକ୍ୟ କରେନା। ଏହା ପୁଅ-ପୁଅ ଭିତରେ ବି ହୋଇପାରେ... ଝିଅ-ଝିଅ ଭିତରେ ବି ହୋଇପାରେ। ଖାଲି ମନ ସାଙ୍ଗେ ମନ ମିଶିବା ଦରକାର। ସମଲିଙ୍ଗୀ ବିବାହ ଏହାର ଏକ ଉଦାହରଣ। ଆମେ କହୁଛୁ ଝିଅଙ୍କୁ ନିଜ ଜୀବନସାଥୀ କରିଥିବା ୧୦ ମହିଳା କ୍ରିକେଟର୍‌ଙ୍କ କଥା। ସମଲିଙ୍ଗୀ ବିବାହ କରିଥିବା କିଛି ମହିଳା କ୍ରିକେଟର୍‌ଙ୍କୁ ନେଇ ପଢନ୍ତୁ ଏହି ରିପୋର୍ଟ...

୧-ଅଷ୍ଟ୍ରେଲିଆର ମହିଳା କ୍ରିକେଟର ବ୍ଲାକୱେଲ୍। ନିଜକୁ ସମଲିଙ୍ଗୀ ଭାବେ ଘୋଷଣା କରିଥିବା ପ୍ରଥମ ମହିଳା କ୍ରିକେଟର। ୨୦୧୫ରେ ସେ ତାଙ୍କ ଗର୍ଲଫ୍ରେଣ୍ଡ୍ ଲିସ୍ନି ଆସ୍କ୍ୟୁଙ୍କୁ କରିଥିଲେ ବିବାହ। 

୨-ସେହିପରି ନ୍ୟୁଜିଲାଣ୍ଡର ୨ ମହିଳା କ୍ରିକେଟର ସ୍ୟାଟରୱେଟ ଏବଂ ତାହୁହୁ। ଦୀର୍ଘ ଦିନ ହେଲା ଏମାନେ ଦୁହେଁ ରିଲେସନସିପ୍‌ରେ ଅଛନ୍ତି। ୩-ସମଲିଙ୍ଗୀ ବିବାହ କରିଥିବା ଆଉ ଏକ ଯୋଡ଼ି ହେଉଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପ୍ଟେନ ଡେନ ୱାନ ନିକର୍କ ଏବଂ ଫାଷ୍ଟ ବୋଲିଂ ଅଲରାଉଣ୍ଡର ମାରିୟାନେ କ୍ୟାପ୍। ଏମାନେ ପ୍ରେମ କରି ବିବାହ କରିଥିଲେ। ୨୦୧୮ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। 

୪-ସେହିପରି ଆଉ ଏକ କପୁଲ୍ ହେଉଛନ୍ତି ଅଷ୍ଟ୍ରେଲିଆର ମହିଳା କ୍ରିକେଟର ମେଗନ ଶଟ୍। ସେ ୮ ବର୍ଷ ଧରି ସମଲିଙ୍ଗୀ ସମ୍ପର୍କରେ ଥିଲେ। ୨୦୧୭ରେ ସେ ତାଙ୍କ ଗର୍ଲଫ୍ରେଣ୍ଡ୍ ଜେସ ହୋଲୟୋକଙ୍କୁ ବିବାହ କରିଥିଲେ। 

୫-ନ୍ୟୁଜିଲାଣ୍ଡର କ୍ରିକେଟର ହେଲି ଜେନସନ ଏବଂ ଅଷ୍ଟ୍ରେଲିଆର କ୍ରିକେଟର ନିକୋଲା ହେନକକ। ୨୦୧୯ରେ ଏମାନେ ପରସ୍ପରକୁ ବିବାହ କରିଥିଲେ। ହେଲେ ଏ ଦୁହେଁ ଏକାଠି ଅଛନ୍ତି ନା ଅଲଗା ହୋଇଯାଇଛନ୍ତି ତାହା ଅସ୍ପଷ୍ଟ। କାରଣ ନିକୋଲା ଏବେ ଲିଲି ଗ୍ରେସ୍‌ଙ୍କ ସହ ଫଟୋ ସେୟାର କରୁଛନ୍ତି। 

୬-ସେହିପରି ଇଂଲଣ୍ଡର ମହିଳା କ୍ରିକେଟର ନେଟ ସିୱର ଜଣେ ସମଲିଙ୍ଗୀ। ସେ ୨୦୨୪ ମେ ୨୯ରେ ତାଙ୍କ ମହିଳା ବନ୍ଧୁ ଟିମସେଟ କ୍ୟାଥରିନଙ୍କୁ ବିବାହ କରିଥିଲେ। 

୭-ଇଂଲଣ୍ଡର ଷ୍ଟାର କ୍ରିକେଟର ଲରେନ ୱିନଫିଲ୍ଡ ଏବଂ ଅଷ୍ଟ୍ରେଲିଆ କ୍ରିକେଟର କର୍ଟନୀ ହିଲ୍ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିଲେ। ଏମାନେ ଦୁହେଁ ୨୦୨୦ ମାର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। 

୮-ନ୍ୟୁଜିଲାଣ୍ଡର କ୍ରିକେଟର ମ୍ୟାଡି ଗ୍ରୀନ ଏବଂ ଲିଜ ପେରି। ୨୦୧୯ରେ ଏମାନେ ପରସ୍ପରଙ୍କୁ ବିବାହ କରିଥିଲେ। ତେବେ ଗ୍ରୀନ୍ ଏବେବି କ୍ରିକେଟ୍ ଖେଳୁଛନ୍ତି କିନ୍ତୁ ପେରି ଖେଳରୁ ସନ୍ୟାସ ନେଇ ସାରିଛନ୍ତି। 

୯-ଏହି ତାଲିକାରେ ଅଛନ୍ତି ଅଷ୍ଟ୍ରେଲିଆର ଦିଗଜ କ୍ରିକେଟର ରେଚଲ ହେନ୍ସ। ସେ କ୍ରିକେଟର ଲିୟା ପଲ୍ଟନଙ୍କ ସହ ରିଲେସନସିପ୍‌ରେ ଅଛନ୍ତି। ଦୁହିଁଙ୍କର ଏକ ସନ୍ତାନ ବି ଅଛି। 

୧୦-ସେହିପରି ଇଂଲଣ୍ଡର ୱିକେଟକିପର ଏମି ଜୋନ୍ସ ଏବଂ ଅଷ୍ଟ୍ରେଲିଆର ପେସର୍ ପିୟୋପା କ୍ଲିଅରୀ ଦୁହେଁ ସମଲିଙ୍ଗୀ। ଏମାନେ ୨୦୨୪ରେ ଏନଗେଜ୍ ହୋଇଛନ୍ତି। ଖୁବଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.