​​​​​​​ରେଙ୍ଗାଲୀ,୨୭।୧୦ : ଏକ କାରରେ ଦେଶୀ ମଦ  ଚାଲାଣ ହେଉଥିବା ବେଳେ ରେଙ୍ଗାଲୀ ପୁଲିସ ଚଢାଉ କରି ୧ ହଜାର ଲିଟରରୁ ଉର୍ଦ୍ଧ୍ବ ଦେଶୀ ମଦ ଜବତ କରିଛି। ୧୩ଟି ପ୍ଲାଷ୍ଟିକ ଜାର୍‌ରେ ମୋଟ ୧୧୨୫ ଲିଟର ଦେଶୀ ମଦ ଜବତ  କରିଛି। ମଦ  ଚୋରା ଚାଲାଣର ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରେଙ୍ଗାଲୀ ଥାନା ଅଧୀନ ଆମପଲ୍ଲୀ ଗାଁର ବିକ୍ରମ ଦେହୁରୀ, କୁଳମଣି ବାରିକ, ଲୁହାବାଙ୍ଗ ଗାଁର ବଲ୍ଲଭ ମେହେର, ଜୁନାଗଡ ଥାନା ଅଧୀନ ବିରିଗୁଡା ଗାଁର ରାହୁଲ ନାଏକ।