ନୂଆଦିଲ୍ଲୀ, ୧୧/୦୭ : ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଖାମେନେଇଙ୍କ ଶବ ସଂସ୍କାର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲା ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପୋଷ୍ଟର। ଏହି ପୋଷ୍ଟର ଦେଖି ଚିହିଁକି ଉଠିଲେ ଆମେରିକା ରାଷ୍ଟ୍ରପତି। ହଜମ ହେଲାନି ନିଜର ବେଜିତ୍। ଇରାନକୁ ଏକ ହଜାର ମିଶାଇଲ୍ ଟାର୍ଗେଟ୍ କରିବାକୁ ଦେଲେ ଧମକ। ଶନିବାର ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଏକ ହଜାର ମିଶାଇଲ୍ ଲକ୍ ଲୋଡେଡ୍ କରି ରଖାଯାଇଛି। ତାଙ୍କ ବିରୋଧରେ ସ୍ଵର ଉଠାଇଲେ ଏହି ମିଶାଇଲ୍ ସବୁ ଇରାନ ଉପରେକୁ ନିକ୍ଷେପ କରାଯିବ। ଇରାନର ଚିହ୍ନବର୍ଣ୍ଣ ହଜିଯିବ। ଆମେରିକୀୟ ସେନା ଏକ ବର୍ଷ ପାଇଁ ଇରାନର ସମସ୍ତ ଗୁରୁତ୍ଵପୂର୍ଣ୍ଣ ଠିକଣା ଧ୍ଵଂସ କରିବାରେ ସକ୍ଷମ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ଏନେଇ ପୋଷ୍ଟ କରି ଲେଖିଛନ୍ତି।
ସୂଚନା ଥାଉକି, ଆମେରିକା ଏବଂ ଇରାନ ମଧ୍ୟରେ ଅସ୍ତ୍ରବିରତି ଭାଙ୍ଗିବା ପରେ ପୁଣି ଥରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି। ଉଭୟ ପକ୍ଷଙ୍କ ମଧ୍ୟରେ ପୁଣିଥରେ ଆକ୍ରମଣ ପ୍ରତିଆକ୍ରମଣ ଆରମ୍ଭ ହୋଇଯାଇଛି। ଗତ ସପ୍ତାହରେ ଇରାନ ହୋର୍ମୁଜରେ କିଛି ଜାହାଜକୁ ଟାର୍ଗେଟ୍ କରି ଧ୍ଵଂସ କରିଥିଲା। ଏହାର ପ୍ରତି ଜବାବରେ ଆମେରିକା ଇରାନରେ ୯୦ରୁ ଅଧିକ ସ୍ଥାନରେ ମିଶାଇଲ୍ ବର୍ଷା କରିଥିଲା। ଏପରିକି ଖାମେନେଇଙ୍କ ଅନ୍ତିମ ଯାତ୍ରାରେ ବାଧା ସୃଷ୍ଟି କରିବା ପାଇଁ ଆମେରିକା ଏକ ବ୍ରିଜ୍ ଧ୍ଵଂସ କରି ଦେଇଥିଲା। ତେଣୁ ଇରାନବାସୀଙ୍କ ମଧ୍ୟରେ ଆକ୍ରୋଶ ବଢିଥିଲା। ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ଯାତ୍ରା ବେଳେ କିଛି ଇରାନୀ ନାଗରିକ ହାତରେ ଟ୍ରମ୍ପଙ୍କୁ ହତ୍ୟା କରିବାର ପୋଷ୍ଟର ଧରି ବୁଲିଥିଲେ। ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପୋଷ୍ଟରରେ ଟ୍ପମ୍ପଙ୍କୁ ଗୁଳି କରିବାର ଫଟୋ ରହିଥିଲା। କିଛି ମେସେଜ୍ ମଧ୍ୟ ଲେଖାଥିଲା।
କିଛି ବିକ୍ଷୋଭକାରୀଙ୍କ ହାତରେ ଆମେରିକା ରାଷ୍ଟ୍ରପତି ଜେଡି ଭାନ୍ସ, ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ୍ ଏବଂ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ହତ୍ୟା କରିବାର ପୋଷ୍ଟର ଥିଲା। ଏମାନେ ଆମ ପିତାଙ୍କୁ ହତ୍ୟା କରିଛନ୍ତି ଏବଂ ଆମେ ତାଙ୍କୁ ହତ୍ୟା କରିବୁ ବୋଲି ମେସେଜ୍ ଲେଖାଯାଇଥିଲା। ଯାହାକୁ ଦେଖି ଆମେରିକା ରାଷ୍ଟ୍ରପତି କ୍ଷୁବ୍ଧ ହୋଇଯାଇଛନ୍ତି।
ଆହୁରି ପଢନ୍ତୁ- Donald Trump: 'ମୁଁ ନିର୍ଦ୍ଦେଶ ଦେଇ ସାରିଛି '; ଯଦି ମୋର ହତ୍ୟା ହୁଏ ତେବେ ଇରାନ୍ରେ ଧ୍ୱଂସଲୀଳା ହେବ କହିଲେ ଟ୍ରମ୍ପ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାରା ଶରୀରର ରଙ୍ଗ ଭିନ୍ନ ରହିଥିବାବେଳେ ମୁହଁ କଳା କାହିଁକି ?